World Cup 2023: ଭାରତ-ପାକିସ୍ତାନ ମ୍ୟାଚକୁ କିପରି ଦେଖିବେ ମାଗଣା ଓ କେତେ ଖର୍ଚ୍ଚ ହେବ ଡାଟା? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ
Advertisement
Article Detail0/zeeodisha/odisha1914035

World Cup 2023: ଭାରତ-ପାକିସ୍ତାନ ମ୍ୟାଚକୁ କିପରି ଦେଖିବେ ମାଗଣା ଓ କେତେ ଖର୍ଚ୍ଚ ହେବ ଡାଟା? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

India-Pakistan Match: ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ୍ ଦେଖିବାକୁ ପୂରା ଦେଶ ଅପେକ୍ଷା କରିଛି । ଯଦି ଆପଣ ମଧ୍ୟ ସେହି ଦିନ ମ୍ୟାଚ୍ ଦେଖିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଜାଣନ୍ତୁ କେତେ ଇଣ୍ଟରନେଟ୍ ଖର୍ଚ୍ଚ ହେବ ।

ସାଙ୍କେତିକ ଛବି (Cricket World Cup 2023)

India-Pakistan Match: ଆପଣ କେବେ ଚିନ୍ତା କରିଛନ୍ତି କି କ୍ରିକେଟ୍ ଷ୍ଟ୍ରିମିଂ ସମୟରେ କେତେ ଡାଟା ଖର୍ଚ୍ଚ ହୋଇଥାଏ? ବିଭିନ୍ନ OTT ପ୍ଲାଟଫର୍ମରେ ଷ୍ଟ୍ରିମିଂ ଡାଟା ଭିନ୍ନ ଅଟେ । ଉଭୟ ନେଟଫ୍ଲିକ୍ସ ଓ ହୁଲୁ ସର୍ବନିମ୍ନ ଡାଉନଲୋଡ୍ ସ୍ପିଡ୍ ୧.୫ Mbps କୁ ସୁପାରିଶ କରନ୍ତି । HD ସ୍ଥିରତା ପାଇଁ, ନେଟଫ୍ଲିକ୍ସ ୫ Mbps ର ଡାଉନଲୋଡ୍ ସ୍ପିଡ୍ ସୁପାରିଶ କରେ । ମନେରଖନ୍ତୁ ଯେ ଭିଡିଓ ଗୁଣବତ୍ତା ଯେତେ ଭଲ, ସେତେ ଅଧିକ ବ୍ୟାଣ୍ଡୱିଡଥ୍ ବ୍ୟବହାର ହେବ । ଯେତେବେଳେ ଷ୍ଟ୍ରିମିଂ ଅପ୍ଟିମାଇଜ୍ ନ ହୁଏ, ସେତେବେଳେ ଏକ ଘଣ୍ଟା HD ଭିଡିଓ ୩ GB ପର୍ଯ୍ୟନ୍ତ ଡାଟା ଖାଇପାରେ । 

ଆପଣ ଏହି ଆପରେ ଦେଖିପାରିବେ ଲାଇଭ୍ ଷ୍ଟ୍ରିମିଂ 
ଷ୍ଟାର୍ ନେଟୱାର୍କର ହଟ୍ ଷ୍ଟାର୍ କ୍ରିକେଟ୍ ସିଜିନରେ ଆଇପିଏଲ୍ ଓ ବିଶ୍ୱକପ୍ ଭଳି ଲାଇଭ୍ ଷ୍ଟ୍ରିମିଂ କ୍ଷମତା ଯୋଗୁଁ ଅଧିକ ବ୍ୟବହୃତ ହୁଏ ଓ ଏହା ସହ HBO, ABC ଇତ୍ୟାଦି ଅନେକ ବିଦେଶୀ କମ୍ପାନୀ ସହିତ ସହଭାଗୀ ହୋଇଥିଲା । କହି ରଖୁଛୁ ଯେ ଯଦି ଆପଣ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ୨୦୨୩ ର ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ହଟଷ୍ଟାର୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ବର୍ତ୍ତମାନ ଏଠାରେ ମ୍ୟାଚ୍ କୁ ସଂପୂର୍ଣ୍ଣ ମାଗଣା ଦେଖିପାରିବେ । ଆପଣଙ୍କୁ କେବଳ ଇଣ୍ଟରନେଟର ମୂଲ୍ୟ ବହନ କରିବାକୁ ପଡିବ ।

ଏତିକି GB ଖର୍ଚ୍ଚ ହେବ ଡାଟା
ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାର ଡାଟା ବିଷୟରେ କହିବା, ତେବେ ପ୍ରାୟ ୧୨ ଜିବି ଇଣ୍ଟରନେଟ୍ ବ୍ୟାଣ୍ଡୱିଡଥ୍ ଆବଶ୍ୟକ ହୋଇପାରେ । ଯଦି ଆପଣ HD ରେ ଷ୍ଟ୍ରିମିଂ ଦେଖନ୍ତି । ଦେଖନ୍ତୁ, HD (1080p) ରେ ଭିଡିଓ ଦେଖିବା ପାଇଁ ଘଣ୍ଟା ପ୍ରତି ୧.୩ ଜିବି ଡାଟା ଲାଗିଥାଏ । 720p ରେ ଏହା ଘଣ୍ଟା ପ୍ରତି ୬୩୯ MB କୁ ଖସିଯାଏ । ଯଦି ଆପଣ ଭିଡିଓ ଗୁଣବତ୍ତାକୁ 360p କୁ ହ୍ରାସ କରନ୍ତି, ତେବେ ଆପଣଙ୍କୁ ଘଣ୍ଟା ପ୍ରତି ୨୪୯ MB ଖର୍ଚ୍ଚ କରିବାକୁ ପଡିବ । ଗୋଟିଏ ଦିନିକିଆ ବିଶ୍ୱକପ କ୍ରିକେଟ୍ ମ୍ୟାଚ୍ ପ୍ରାୟ ୯ ଘଣ୍ଟା ଧରି ଚାଲିଥାଏ । ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ HD ରେ ଦେଖନ୍ତି ତେବେ ଘଣ୍ଟାପ୍ରତି ୧.୩ GB ହାରରେ ଏହାର ପ୍ରାୟ ୧୨ GB ଡାଟା ଖର୍ଚ୍ଚ ହେବ ।