ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆକୁ ଝଟକା, ଉପରକୁ ଉଠିଲା ପାକିସ୍ତାନ, ଦେଖନ୍ତୁ କିଏ ରହିଛି ନମ୍ବର ୱାନ?
Advertisement
Article Detail0/zeeodisha/odisha1690796

ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆକୁ ଝଟକା, ଉପରକୁ ଉଠିଲା ପାକିସ୍ତାନ, ଦେଖନ୍ତୁ କିଏ ରହିଛି ନମ୍ବର ୱାନ?

ICC ODI Rankings: ଆଇସିସିର ଲଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟ୍ ଦଳକୁ ଝଟକା ଲାଗିଛି । ପାକିସ୍ତାନ ଭାରତକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଆଫଗାନିସ୍ତାନ ଦଳ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ପରି ବଡ ବଡ ଦଳକୁ ମଧ୍ୟ ପଛରେ ପକାଇଛି ।

ସୌ: ସୋସିଆଲ ମିଡିଆ

ICC ODI Rankings: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଗୁରୁବାର ଦିନ ବାର୍ଷିକ ଦିନିକିଆ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି । ଯେଉଁଥିରେ ଏକ ବଡ ପରିବର୍ତ୍ତନ ହୋଇଛି । ୧୧୮ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆର ଦଳ ଶୀର୍ଷ ସ୍ଥାନରେ ଥିବାବେଳେ, ପାକିସ୍ତାନ କ୍ରିକେଟ୍ ଦଳ (Pakistan Cricket Team)  ଟିମ୍ ଇଣ୍ଡିଆକୁ (Team India) ପଛରେ ପକାଇ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ (ICC Men's ODI Rankings) ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହାପୂର୍ବରୁ ପାକିସ୍ତାନ ଦଳ ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ବର୍ତ୍ତମାନ ଏହି ଦଳ ଦୁଇ ନମ୍ବରରେ ପହଞ୍ଚିଛି ।

ତୃତୀୟ ନମ୍ବରକୁ ଖସି ଆସିଲା ଟିମ୍ ଇଣ୍ଡିଆ 
ପୂର୍ବରୁ ଦୁଇ ନମ୍ବରରେ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ତୃତୀୟ ନମ୍ବରକୁ ଖସି ଆସିଛି । ନିକଟରେ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜକୁ ୪-୨ ରେ ଜିତି ନେଇଥିଲା । ଯାହା ତାଙ୍କୁ ବାର୍ଷିକ ଦିନିକିଆ ର଼୍ୟାଙ୍କିଙ୍ଗରେ ଲାଭ ପହଞ୍ଚାଇଛି । ଅନ୍ୟପକ୍ଷରେ ଭାରତୀୟ ଦଳ ଏକ ମାସରୁ ଅଧିକ ସମୟ ଧରି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହିଁ, ତେଣୁ ଏହା ସ୍ପଷ୍ଟ ଯେ ପାକିସ୍ତାନ ଦଳ ଦିନିକିଆ ର଼୍ୟାଙ୍କିଙ୍ଗରେ ଏହାର ଲାଭ ପାଇଛି ।

ଭାରତରେ ୧୧୫ ରେଟିଂ ପଏଣ୍ଟ ଥିବାବେଳେ, ପାକିସ୍ତାନରେ ୧୧୬ ରେଟିଂ ପଏଣ୍ଟ  ରହିଛି
ପାକିସ୍ତାନ ଓ ଭାରତ ମଧ୍ୟରେ ବହୁତ ଛୋଟ ରେଟିଂ ପଏଣ୍ଟ ବ୍ୟବଧାନ ଅଛି । ବାର୍ଷିକ ଅପଡେଟ୍ ର଼୍ୟାଙ୍କିଙ୍ଗରେ ପାକିସ୍ତାନରେ ୧୧୬ ରେଟିଂ ପଏଣ୍ଟ ପାଇଥିବାବେଳେ, ଭାରତରେ ୧୧୫ ରେଟିଂ ପଏଣ୍ଟ ରହିଛି ।

ଆଇସିସି ବାର୍ଷିକ ଦିନିକିଆ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ପାଞ୍ଚଟି ଦଳ
ଅଷ୍ଟ୍ରେଲିଆ -୧୧୯ ପଏଣ୍ଟ
ପାକିସ୍ତାନ - ୧୧୬ ପଏଣ୍ଟ
ଭାରତ - ୧୧୫ ପଏଣ୍ଟ
ନ୍ୟୁଜିଲ୍ୟାଣ୍ଡ - ୧୦୪ ପଏଣ୍ଟ
ଇଂଲଣ୍ଡ - ୧୦୧ ପଏଣ୍ଟ

ଚଳିତ ବର୍ଷ ଶେଷରେ ଏକଦିବସୀୟ ବିଶ୍ୱକପ ଅନୁଷ୍ଠିତ ହେବ । ଆଇପିଏଲ ପରେ ଟିମ୍ ଇଣ୍ଡିଆ ଏହି ବଡ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ । ଏହା ପୂର୍ବରୁ କିଛି ଦିନିକି ସିରିଜ୍ ମଧ୍ୟ ଖେଳାଯିବ । ଚଳିତ ବର୍ଷର ଏସିଆ କପ୍ ମଧ୍ୟ ଦିନିକିଆ ଫର୍ମାଟରେ ଖେଳାଯିବ । ଏଭଳି ପରିସ୍ଥିତିରେ ଚଳିତ ବର୍ଷ  ଦିନିକିଆ ର଼୍ୟାଙ୍କିଙ୍ଗରେ ଅନେକ ପରିବର୍ତ୍ତନ ଦେଖିବାକୁ ମଧ୍ୟ ମିଳିବ ।

ଏହା ବି ପଢ଼ନ୍ତୁ: CSK ର ଜବରଦସ୍ତ ପ୍ରଦର୍ଶନ ପଛରେ ରବି ଶାସ୍ତ୍ରୀ ଦେଲେ ଏକ ବଡ଼ କାରଣ, ଧୋନିଙ୍କୁ ନେଇ କହିଦେଲେ ଏହି ବଡ଼କଥା

ଏହା ବି ପଢ଼ନ୍ତୁ: ODI World Cup 2023: ନ୍ୟୁଜଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବ ପ୍ରଥମ ମ୍ୟାଚ୍; ଜାଣନ୍ତୁ କେଉଁ ଦିନ ଲଢ଼ିବେ ଭାରତ-ପାକିସ୍ତାନ