Ind Vs Pak: ପାକିସ୍ତାନକୁ ଧୂଳି ଚଟାଇବା ପାଇଁ କେପଟାଉନରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ୧୨ ଫେବୃଆରୀ ହେବ ଲଢ଼େଇ
Advertisement

Ind Vs Pak: ପାକିସ୍ତାନକୁ ଧୂଳି ଚଟାଇବା ପାଇଁ କେପଟାଉନରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ୧୨ ଫେବୃଆରୀ ହେବ ଲଢ଼େଇ

ICC T20 Women World Cup: ଭାରତୀୟ ମହିଳା କ୍ରିକେଟ୍ ଦଳ ୧୨ ଫେବୃଆରୀରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୬:୩୦ ରୁ କେପଟାଉନରେ ଖେଳାଯିବ । ଏଥି ପାଇଁ ଭାରତୀୟ ଦଳ କେପଟାଉନରେ ପହଞ୍ଚିଛନ୍ତି ।

ସାଙ୍କେତିକ ଛବି

Women's T20 World Cup: Ind Vs Pak, ହରମାନପ୍ରୀତ କୌରଙ୍କ (Harmanpreet Kaur) ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ମହିଳା ଟି-୨୦ ବିଶ୍ୱକପ (Women T20 World Cup) ଖେଳିବା ପାଇଁ କେପଟାଉନରେ (Cape Town) ପହଞ୍ଚିଛି, ଯେଉଁଠାରେ ବିଶ୍ୱକପର ଅଧିକାଂଶ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ମଧ୍ୟରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ମଧ୍ୟ ଏଠାରେ ଖେଳାଯିବ । ୧୬ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ଏହାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଭାରତୀୟ ଖେଳାଳି ୟସ୍ତିକା ଭାଟିଆ (Yastika Bhatia) ସାଥୀମାନଙ୍କ ସହ ପୂର୍ବ ଲଣ୍ଡନରୁ ଦକ୍ଷିଣ ଆଫ୍ରିକା (South Africa) ଯାତ୍ରା ସମୟରେ ବିମାନ ଭିତରୁ ଉଠାଇଥିବା ଏକ ସେଲଫି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ନିକଟରେ ଭାରତୀୟ ଦଳ ଆୟୋଜକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଟ୍ରାଇ ସିରିଜରେ ଭାଗ ନେଇଥିଲା । ଫାଇନାଲରେ ପ୍ରୋଟିସ୍ ଦଳ ଭାରତକୁ ପରାସ୍ତ କରିଛି । ଆଇସିସି ଟୁର୍ଣ୍ଣାମେଣ୍ଟରେ ଅନେକ ଥର ଭାରତର ହୃଦୟ ଭାଙ୍ଗିଛି । ଦଳ ଟାଇଟଲର ନିକଟତର ହୋଇ ମଧ୍ୟ ଅନେକ ଥର ଏହାକୁ ହରାଇଛି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଗତ ଥର ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲା, ​​ଯେଉଁଠାରେ ଦଳ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା ।

fallback

ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ମ୍ୟାଚ୍ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ରହିଛି । ୧୨ ଫେବୃଆରୀରେ କେପଟାଉନରେ ଉଭୟ ଦଳ ମୁହାଁମୁହିଁ ହେବେ । ଏହାପୂର୍ବରୁ ଟିମ୍ ଇଣ୍ଡିଆ ୬ ଓ ୮ ଫେବୃଆରୀରେ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ପ୍ରଥମ ଅଭ୍ୟାସ ମ୍ୟାଚ୍ ଅଷ୍ଟ୍ରେଲିଆର ସହ ଥିବା ବେଳେ ଦ୍ୱିତୀୟ ଅଭ୍ୟାସ ବାଂଲାଦେଶ ସହ ରହିଛି । ଭାରତୀୟ ଦଳକୁ ଗ୍ରୁପ୍-୨ରେ ସ୍ଥାନିତ କରାଯାଇଛି, ଯେଉଁଥିରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ପାକିସ୍ଥାନ ଓ ଆୟର୍ଲାଣ୍ଡର ଦଳ ଅଛନ୍ତି । ସେମିଫାଇନାଲ ମ୍ୟାଚ୍ ନିଜ ନିଜ ଦଳର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଖେଳାଯିବ । ୨୬ ଫେବୃଆରୀରେ କେପଟାଉନରେ ବିଶ୍ୱକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୩ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ
ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଦନା (ଉପ-ଅଧିନାୟକ), ୟାସ୍ତିକା ଭାଟିଆ (ୱିକେଟ୍ କିପର), ରିଚା ଘୋଷ (ୱିକେଟ୍ କିପର), ଜେମିମା ରୋଡ୍ରିଗୁସ୍, ହାର୍ଲିନ୍ ଦେଓଲ୍, ଦୀପ୍ତି ଶର୍ମା, ଦେବିକା ବୌଦ୍ଦ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳି ସୌରଭାନି , ପୂଜା ବସ୍ତ୍ରକାର, ରାଜେଶ୍ୱରୀ ଗାଇକୱାଡ, ଶିଖା ପାଣ୍ଡେ ।

ଏହା ବି ପଢ଼ନ୍ତୁ: Shaheen Afridi Marriage: ଆଫ୍ରିଦିଙ୍କ ଝିଅକୁ ବିବାହ କଲେ ଶାହିନ, ସାକ୍ଷୀ ରହିଲେ ବାବର, ଦେଖନ୍ତୁ ଫଟୋ

ଏହା ବି ପଢ଼ନ୍ତୁ: Ranji Trophy: ବିହାରୀଙ୍କ ଗୋଟିଏ ହାତରେ 'ଓଲଟା ଚାପୁଡ଼ା' ଦ୍ୱାରା ବିସ୍ମିତ ହେଲେ ଦୀନେଶ କାର୍ତ୍ତିକ, କହିଲେ ଏସବୁ କଥା