Advertisement
Article Detail0/zeeodisha/odisha2090691
Zee OdishaOdisha SportsInd vs Eng: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ, ପ୍ଲେଇଂ ଇଲେଭେନରେ ୩ଟି ପରିବର୍ତ୍ତନ, ଡେବ୍ୟୁ କଲେ ଏହି ଦୁଇ ଖେଳାଳି

Ind vs Eng: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ, ପ୍ଲେଇଂ ଇଲେଭେନରେ ୩ଟି ପରିବର୍ତ୍ତନ, ଡେବ୍ୟୁ କଲେ ଏହି ଦୁଇ ଖେଳାଳି

Ind vs Eng 2nd Test: ହାଇଦ୍ରାବାଦ ଟେଷ୍ଟ ହରାଇବା ପରେ ଟିମ୍ ଇଣ୍ଡିଆ ସିରିଜକୁ ସମାନ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ପାଇଁ ଭାରତ ପ୍ଲେଇଂ ଇଲେଭେନରେ ୩ଟି ବଡ଼ ପରିବର୍ତ୍ତନ କରିଛି।

 

Ind vs Eng 2nd Test
Ind vs Eng 2nd Test

Ind vs Eng 2nd Test Playing XI: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟନମରେ ଖେଳାଯାଉଛି। ହାଇଦ୍ରାବାଦ ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ ସିରିଜକୁ ଫେରିବା ଉଦ୍ଦେଶ୍ୟରେ ଏଠାକୁ ଆସିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନରେ ଭାରତ ୩ଟି ପରିବର୍ତ୍ତନ କରିଛି। ଏହି ମ୍ୟାଚରେ ରଜତ ପାଟିଦାର ଓ ମୁକେଶ କୁମାର ଟେଷ୍ଟ ଡେବ୍ୟୁ କରୁଛନ୍ତି।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ କେଏଲ ରାହୁଲ ମ୍ୟାଚରୁ ଦୂରେଇ ରହିଥିଲେ ଏବଂ ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ସୁଯୋଗ ଦିଆଯାଇଛି। ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଖେଳୁଥିବା ଏକାଦଶରେ କୁଲଦୀପ ଯାଦବଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ମୁକେଶ କୁମାର ଏହି ମ୍ୟାଚରେ ଖେଳିବେ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ଲେଇଂ ଇଲେଭେନରେ ଭାରତୀୟ ଦଳ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆହତ କାରଣରୁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦ୍ୱିତୀୟ ମ୍ୟାଚରୁ ବାଦ ପଡିଥିଲେ। ଚୟନକର୍ତ୍ତାମାନେ ସରଫରାଜ ଖାନ, ୱାଶିଂଟନ୍ ସୁନ୍ଦର ଏବଂ ସୌରଭ କୁମାରଙ୍କ ନାମ ବଦଳାଇ ଘୋଷଣା କରିଥିଲେ।

Add Zee News as a Preferred Source

ଭାରତର ପ୍ଲେଇଂ ଇଲେଭେନ
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ଶ୍ରେୟସ ଆୟର, ରାଜତ ପାଟିଦାର, କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁକେଶ କୁମାର ଏବଂ ଜସପ୍ରୀତ ବୁମ୍ରା।

About the Author