ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ପୂରା ଗସ୍ତରୁ ବାଦ ପଡ଼ିଲେ ଏହି ଅଲରାଉଣ୍ଡର
Advertisement

ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ପୂରା ଗସ୍ତରୁ ବାଦ ପଡ଼ିଲେ ଏହି ଅଲରାଉଣ୍ଡର

India vs England Test Series: ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ ଭାରତୀୟ ଦଳ ଅସୁବିଧାରେ ସମ୍ମୁଖୀନ ହୋଇଛି । ଶୁଭମନ ଗିଲ-ଆଭେଶ ଖାନଙ୍କ ପରେ ଆଘାତ କାରଣରୁ ବର୍ତ୍ତମାନ ଆଉଜଣେ ଅଲରାଉଣ୍ଡର ଇଂଲଣ୍ଡ ଗସ୍ତରୁ ବାଦ ପଡିଛନ୍ତି ।

ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ପୂରା ଗସ୍ତରୁ ବାଦ ପଡ଼ିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ (India vs England Test Series) ୪ ଅଗଷ୍ଟରୁ ଆରମ୍ଭ ହେବ । କିନ୍ତୁ ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ତିନି ଖେଳାଳି ଏହି ଗସ୍ତରୁ ବାଦ ପଡିଛନ୍ତି । ଶୁଭମାନ ଗିଲ ଓ ଆବେଶ ଖାନଙ୍କ ଆଘାତ ପରେ ବର୍ତ୍ତମାନ ୱାଶିଂଟନ ସୁନ୍ଦର  (Washington Sundar) ମଧ୍ୟ ଆହତ ହୋଇଛନ୍ତି ଓ ସେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ଉଭୟ ୱାଶିଂଟନ୍ ସୁନ୍ଦର (Washington Sundar) ଓ ଆବେଶ ଖାନ୍ (Avesh Khan) ଡରମରେ ଏକ ଅଭ୍ୟାସ ମ୍ୟାଚ୍ ଖେଳୁଥିଲେ । କାଉଣ୍ଟି ସିଲେକ୍ଟ ଏକାଦଶର ଖେଳୁଥିବା ଏକାଦଶରେ ଏହି ଦୁଇ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଆଙ୍ଗୁଠିରେ ଆଘାତ ଯୋଗୁଁ ଉଭୟ ସୁନ୍ଦର ଓ ଆବେଶ ଖାନଙ୍କୁ ଇଂଲଣ୍ଡ ଗସ୍ତରୁ (England Tour) ବାଦ ଦିଆଯାଇଛି ।

Times of India ର ପ୍ରକାଶିତ ରିପୋର୍ଟ ଅନୁଯାୟୀ ୱାଶିଂଟନ୍ ସୁନ୍ଦରଙ୍କ  (Washington Sundar) ଆଙ୍ଗୁଠିରେ ଆଘାତ ଲାଗିଛି । ଯଦିଓ ସେ କେବେ ଆହତ ହୋଇଛନ୍ତି ତାହା ଜଣା ପଡିନାହିଁ । କାଉଣ୍ଟି ସିଲେକ୍ଟ ଇଲେଭେନରେ ଖେଳିବା ସମୟରେ ୱାଶିଂଟନ୍ ସୁନ୍ଦର କେବଳ ୧ ରନ୍ ସ୍କୋର କରିଥିଲେ । ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୁନ୍ଦର ମହମ୍ମଦ ସିରାଜଙ୍କ ବାଉନ୍ସରର ଆଉଟ ହୋଇଥିଲେ ।

ଅଧିକ ପଢ଼ନ୍ତୁ: 'ଗିରଫରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ କୁନ୍ଦ୍ରା'

ୱାଶିଂଟନ୍ ସୁନ୍ଦରଙ୍କ ବାଦ ପଡିବା ଭାରତ ପାଇଁ ବଡ ଝଟକା
ୱାଶିଂଟନ୍ ସୁନ୍ଦର ଇଂଲଣ୍ଡ ଗସ୍ତରୁ ବାଦ ପଡିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା । ୱାଶିଂଟନ୍ ସୁନ୍ଦର ଜଣେ ଭଲ ବୋଲର ତଥା ଭଲ ବ୍ୟାଟ୍ସମ୍ୟାନ୍ ମଧ୍ୟ । ଅଷ୍ଟ୍ରେଲିଆ ଗସ୍ତରେ ଗାବା ଟେଷ୍ଟର ପ୍ରଥମ ଇନିଂସରେ ୬୨ ରନ୍ ସ୍କୋର କରି ଟିମ୍ ଇଣ୍ଡିଆର ବିଜୟରେ ସେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ପରେ ସେ ଇଂଲଣ୍ଡ ଟେଷ୍ଟ ସିରିଜରେ ୯୦.୫୦ ହାରାହାରିରେ ୧୮୧ ରନ୍ ସ୍କୋର କରିଥିଲେ । ଏଥିରୁ ସ୍ପଷ୍ଟ ଯେ ୱାଶିଂଟନ୍ ସୁନ୍ଦର ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହୋଇପାରିଥାନ୍ତେ କିନ୍ତୁ ଆହତ କାରଣରୁ ସେ ବର୍ତ୍ତମାନ ଦଳରୁ ବାଦ ପଡିଛନ୍ତି ।

ଅଧିକ ପଢ଼ନ୍ତୁ: SC ପହଞ୍ଚିଲା ପେଗାସସ୍ ଜାସୁସି ମାମଲା, ସଫ୍ଟୱେର୍ କିଣବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି 

ଇଂଲଣ୍ଡ ଯିବେ କି ଆଉ ତିନି ଖେଳାଳି ?
ଦୁଇ ସପ୍ତାହ ପୂର୍ବରୁ ଆଘାତ ହୋଇଥିବା ଶୁଭମନ ଗିଲ ଇଂଲଣ୍ଡ ଗସ୍ତରୁ ବାଦ ପଡ଼ିଥିଲେ ଓ ବର୍ତ୍ତମାନ ସେ ଭାରତ ଫେରି ଆସିଛନ୍ତି । ଶୁଭମନ ଗିଲଙ୍କ ସ୍ଥାନରେ ବିସିସିଆଇ ଅନ୍ୟ କୌଣସି ଖେଳାଳିଙ୍କୁ ଇଂଲଣ୍ଡ ପଠାଇବାକୁ ମନା କରିଦେଇଥିଲା, କିନ୍ତୁ ୱାଶିଂଟନ୍ ସୁନ୍ଦର ଓ ଆବେଶ ଖାନଙ୍କ ଆଘାତ ପରେ ବୋର୍ଡ କ’ଣ କରିବ ତାହା ଦେଖିବାକୁ ମଜାଦାର ହେବ । ଏହା ସତ ଯେ ଭାରତୀୟ ଦଳର ପାଖରେ ବିକଳ୍ପର ଅଭାବ ନାହିଁ । ଶ୍ରୀଲଙ୍କାରେ ପୃଥ୍ଵୀ ଶ, ଦେବଦତ୍ତ ପାଡିକଲ, ଭୁବନେଶ୍ୱର କୁମାର, ଦୀପକ ଚହର ଫର୍ମରେ ଥିବା ଦେଖାଯାଉଛନ୍ତି । ଏହା ସମ୍ଭବ ଯେ ବିସିସିଆଇ ଶ୍ରୀଲଙ୍କାରୁ ୨ ରୁ ୩ ଜଣ ଖେଳାଳିଙ୍କୁ ଇଂଲଣ୍ଡ ପଠାଇବ ।