Ind Vs SL: ତୃତୀୟ ଦିନିକିଆ ଖେଳିବେ ନାହିଁ ପୃଥ୍ଵୀ ଶ'-ଇଶାନ କିଶାନ? ଜାଣନ୍ତୁ କାହାକୁ ମିଳିବ ସୁଯୋଗ
Advertisement
Article Detail0/zeeodisha/odisha948068

Ind Vs SL: ତୃତୀୟ ଦିନିକିଆ ଖେଳିବେ ନାହିଁ ପୃଥ୍ଵୀ ଶ'-ଇଶାନ କିଶାନ? ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ଭାରତ ଓ ଶ୍ରୀଲଙ୍କା (India vs Sri LankaI) ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଶୁକ୍ରବାର ଦିନ ଖେଳାଯିବ । ଭାରତ ଅବଶ୍ୟ ଏହି ସିରିଜ ଜିତି ସାରିଛି କିନ୍ତୁ ତୃତୀୟ ଦିନିକିଆରେ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ କରିପାରେ ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ (India vs Sri Lanka, 3rd ODI) ଶୁକ୍ରବାର ଦିନ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ୨-୦ ଅଗ୍ରଣୀ ହାସଲ କରିଛି ଓ ଏଭଳି ପରିସ୍ଥିତିରେ ସିରିଜକୁ କ୍ଲିନ ସ୍ୱିପ (Clean sweep) କରିବା ଦଳର ଲକ୍ଷ୍ୟ ରହିଛି । ଯଦିଓ ତୃତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ  ଏହାର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରିବାକୁ ଯାଉଛି ବୋଲି ଖବର ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ ଓପନର୍ ପୃଥ୍ଵୀ ଶ (Prithvi Shaw) ଓ ୱିକେଟ୍ କିପର ଇଶାନ କିଶାନଙ୍କୁ (Ishan Kishan) ବିଶ୍ରାମ ଦିଆଯାଇପାରେ । ପ୍ରଥମ ଦିନିକିଆରେ ଶ' ଓ ଇଶାନ କିଶନ ଜୋରଦାର ବ୍ୟାଟିଂ କରିଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଉଭୟ ଖେଳାଳି ଖରାପ ସଟ୍ ଖେଳି ଆଉଟ ହୋଇଥିଲେ ।

ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳରେ ପୃଥ୍ଵୀ ଶ'ଙ୍କ ବଦଳରେ ଦେବଦତ୍ତ ପାଡ଼ିକ୍କଲ (Devdutt Padikkal) କିମ୍ବା ରୁତୁରାଜ ଗାଇକ୍ଵାଡ (Ruturaj Gaikwad) ସ୍ଥାନ ପାଇ ପାରନ୍ତି । ଏହି ଉଭୟ ଖେଳାଳି ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ (Team India) ଯୋଡି ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ପୂର୍ବରୁ ପୃଥ୍ଵୀ ଶଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି । ଖବର ଆସିଛି ଯେ ସଞ୍ଜୁ ସାମସନ୍ (Sanju Samson) ଇଶାନ୍ କିଶାନଙ୍କ ସ୍ଥାନରେ ଏକାଦଶ ଖେଳିବାରେ ସୁଯୋଗ ପାଇପାରନ୍ତି । ଆଘାତ ଯୋଗୁଁ ପ୍ରଥମ ଦୁଇଟି ଦିନିକିଆରେ ସଞ୍ଜୁ ସାମସନ ଚୟନ ପାଇଁ ଉପଲବ୍ଧ ନଥିଲେ କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ।

ଅଧିକ ପଢ଼ନ୍ତୁ: ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ପୂରା ଗସ୍ତରୁ ବାଦ ପଡ଼ିଲେ ଏହି ଅଲରାଉଣ୍ଡର

ନମ୍ବର ୩ ରେ ଖେଳିବେ ସୂର୍ଯ୍ୟକୁମାର?
ଇନସାଇଡ୍ ସ୍ପୋର୍ଟର ଖବର ଅନୁଯାୟୀ ଯଦି ଇଶାନ୍ କିଶାନ୍ ପ୍ଲେଇଂ ଇଲେଭେନରୁ ବାଦ ପଡନ୍ତି ତେବେ ସୂର୍ୟ୍ଯକୁମାର ଯାଦବ ନମ୍ବର ୩ ରେ ଖେଳିବେ । ଅନ୍ୟପକ୍ଷରେ ସଞ୍ଜୁ ସାମସନଙ୍କୁ ନମ୍ବର ୪ ରେ ସୁଯୋଗ ଦିଆଯାଇପାରେ । ପ୍ରଥମ ଦୁଇଟି ଦିନିକିଆରେ ଫ୍ଲପ୍ ହୋଇଥିବା ମନୀଷ ପାଣ୍ଡେ ନମ୍ବର ୫ ରେ ଖେଳିବେ । ଟିମ୍ ଇଣ୍ଡିଆ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଦ୍ୱିତୀୟ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ସମୟରେ ପିଠି ଯନ୍ତ୍ରଣା ସହ ବୋଲିଂ କରୁଥିବା ଦେଖାଯାଇଥିଲା ଓ ସେ ବ୍ୟାଟିଂ କରିବାକୁ ଆସିବା ପରେ ନିଜ ଖାତା ମଧ୍ୟ ଖୋଲିପାରିନଥିଲେ । ଏହା ବ୍ୟତୀତ ଭାରତୀୟ ଦଳର ଲୋୟର ଅର୍ଡର ଓ ବୋଲରମାନଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଅଧିକ ପଢ଼ନ୍ତୁ: 'ଗିରଫରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ କୁନ୍ଦ୍ରା'

ଭାରତର ସମ୍ଭାବ୍ୟ ପ୍ଲେଇଂ XI: ଶିଖର ଧାୱନ, ଦେବଦତ୍ତ ପାଡିକ୍କଲ / ରିତୁରାଜ ଗାଇକ୍ଵାଡ, ସୂର୍ୟ୍ଯକୁମାର ଯାଦବ, ମନୀଷ ପାଣ୍ଡେ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ଭୁବନେଶ୍ୱର କୁମାର ।