India vs West Indies 2nd ODI: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଜି ସନ୍ଧ୍ୟା ୭ ଟାରୁ ଖେଳାଯିବ । ଜାଣନ୍ତୁ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ କିପରି ହୋଇପାରେ ...
Trending Photos
India vs West Indies 2nd ODI, Playing XI: ରବିବାର ଅର୍ଥାତ ଆଜି ସନ୍ଧ୍ୟା ୭ ଟାରେ ତ୍ରିନିଦାଦର କ୍ୟୁନ୍ସ ପାର୍କରେ (Queen's Park) ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ (India and West Indies) ଦଳ ପୁଣି ଥରେ ମୁହାଁମୁହିଁ ହେବେ । ପ୍ରଥମ ଦିନିକିଆରେ ତିନି ରନରେ ଜିତିଥିବା ଧାୱନ ବ୍ରିଗେଡ୍ ଆଜି ସିରିଜ୍ ହାତେଇବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ । ଏଥି ସହିତ ଆୟୋଜକ ଦଳର ଆଖି ସିରିଜ୍ ପରାଜୟରୁ ଠାରୁ ବର୍ତ୍ତିବା ପାଇଁ ରହିବ। ଜାଣନ୍ତୁ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର (Team India) ପ୍ଲେଇଂ ଇଲେଭେନ କିପରି ହୋଇପାରେ ...
ଡେବ୍ୟୁ କରିପାରନ୍ତି ଅର୍ଶଦୀପ ସିଂ
ପ୍ରଥମ ODI ରେ ଭାରତ ହୁଏତ ଜିତିଥାଇପାରେ, କିନ୍ତୁ ଆଜି ଟିମ୍ ଇଣ୍ଡିଆ ଏକ ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇପାରେ । ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂ କିମ୍ବା ଆବେଶ ଖାନ ଦୁଇଜଣଙ୍କ ମଧ୍ୟରେ ଆଜି ଭାରତ ପାଇଁ ଜଣେ ଡେବ୍ୟୁ କରିପାରନ୍ତି ।
ଅକ୍ଷର ପଟେଲଙ୍କ ଖେଳିବା କଷ୍ଟକର
ପ୍ରଥମ ଦିନିକିଆରେ ବାମହାତୀ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ ହେମଷ୍ଟ୍ରିଙ୍ଗରେ ଶିକାର ହୋଇଥିଲେ । ଏହି କାରଣରୁ ଅଧା ମ୍ୟାଚରୁ ତାଙ୍କୁ ପଡ଼ିଆ ଛାଡି ବାହାରକୁ ଯିବାକୁ ପଡିଥିଲା । ତାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନ ଆବେଶ କିମ୍ବା ଅର୍ଶଦୀପ ଖେଳିବାର ସମ୍ଭାବନା ରହିଛି ।
ପ୍ରଥମ ଦିନିକିଆକୁ ୩ ରନରେ ଜିତିଥିଲା ଟିମ୍ ଇଣ୍ଡିଆ
ଶୁକ୍ରବାର ଦିନ ଏହି ଗ୍ରାଉଣ୍ଡରେ ପ୍ରଥମ ODI ଖେଳାଯାଇଥିଲା, ଯାହାକୁ ଟିମ୍ ଇଣ୍ଡିଆ ତିନି ରନରେ ଜିତି ନେଇଥିଲା । ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ୩୦୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ଦଳ ମାତ୍ର ୩୦୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇ ପାରିଥିଲା ।
ଭାରତର ସମ୍ଭାବ୍ୟ ଏକାଦଶ - ଶିଖର ଧାୱନ (କ୍ୟାପଟେନ), ଶୁଭମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ଡବ୍ଲୁ.କେ), ଦୀପକ ହୁଡ୍ଡା, ଶାର୍ଦ୍ଦୁଲ ଠାକୁର, ଅର୍ଶଦୀପ ସିଂ / ଆଭେଶ ଖାନ, ପ୍ରସିଦ୍ଧ କ୍ରୀଷ୍ଣା, ଯୁଜଭେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ।
ଏହା ବି ପଢନ୍ତୁ: PM Kisan: ସପ୍ତାହକ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍ ଅଟକି ଯିବ ଦ୍ୱାଦଶ କିସ୍ତି ଟଙ୍କା
ଏହା ବି ପଢ଼ନ୍ତୁ: Medicine Price: ଏହି ଗୁରୁତର ରୋଗର ଔଷଧ ମୂଲ୍ୟ କମ୍ କରିବାକୁ ଯାଉଛନ୍ତି ମୋଦି ସରକାର