India vs Pakistan: ପାକିସ୍ତାନକୁ ଧୁଳି ଚଟାଇଲା ଭାରତ, ୮ ଓ୍ୱିକେଟରେ ବିଜୟ ସହ ସେମିରେ ପକ୍କା କଲା ସ୍ଥାନ ଟିମ ଇଣ୍ଡିଆ
Advertisement
Article Detail0/zeeodisha/odisha1787224

India vs Pakistan: ପାକିସ୍ତାନକୁ ଧୁଳି ଚଟାଇଲା ଭାରତ, ୮ ଓ୍ୱିକେଟରେ ବିଜୟ ସହ ସେମିରେ ପକ୍କା କଲା ସ୍ଥାନ ଟିମ ଇଣ୍ଡିଆ

କଲମ୍ବୋରେ ଚାଲିଥିବା ଏସିସି ଏମର୍ଜିଂ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଭାରତ ଏ ଓ ପାକିସ୍ତାନ ଏ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମେ ବ୍ୟାଟି କରି ୨୦୫ ରନରେ ଅଲ ଆଉଟ ହୋଇଯାଇଥିଲା। ଜବାବରେ ସାଇ ସୁଦର୍ଶନଙ୍କ ଶତକ ଓ

India vs Pakistan:  ପାକିସ୍ତାନକୁ ଧୁଳି ଚଟାଇଲା ଭାରତ, ୮ ଓ୍ୱିକେଟରେ ବିଜୟ ସହ ସେମିରେ ପକ୍କା କଲା ସ୍ଥାନ ଟିମ ଇଣ୍ଡିଆ

India vs Pakistan ନୂଆଦିଲ୍ଲୀ: କଲମ୍ବୋରେ ଚାଲିଥିବା ଏସିସି ଏମର୍ଜିଂ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଭାରତ ଏ ଓ ପାକିସ୍ତାନ ଏ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ପାକିସ୍ତାନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମେ ବ୍ୟାଟି କରି ୨୦୫ ରନରେ ଅଲ ଆଉଟ ହୋଇଯାଇଥିଲା। ଜବାବରେ ସାଇ ସୁଦର୍ଶନଙ୍କ ଶତକ ଓ ନିକିନ ଜୋଶଙ୍କ ଅର୍ଦ୍ଧଶତକ ଇନିଂସ ବଳରେ ଭାରତ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। 

ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ପାକିସ୍ତାନର ବ୍ୟାଟିଂ ଅର୍ଡର ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା। ପାଳି ଆରମ୍ଭ କରିଥିବା ସାମ ଆୟୁବ ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ। ସେହିପରି ସାହିବାଜ ଫରହାନ ମାତ୍ର ୩୫ରନରେ ଆଉଟ ହୋଇଥିଲେ। ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ କାସିମ ଆକ୍ରମ ସର୍ବାଧିକ ୪୮ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଭଳି ଆଖି ଦୃଶିଆ ସ୍କୋର କରିପାରିନଥିଲେ। ଭାରତ ପକ୍ଷରୁ ରାଜବର୍ଦ୍ଧନ ହାଙ୍ଗେରକର ସର୍ବାଧି ୫ଟି ଓ୍ୱିକେଟ ହାତେଇଥିଲେ। ମାନବ ସୁତାର ୩ଟି ଓ୍ୱିକେଟ ନେଇଥିଲେ। ରିୟାନ ପରାଗ ଓ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏ ଓ୍ୱିକେଟ ହାତେଇଥିଲେ। 

ଜବାବରେ ଭାରତ ପକ୍ଷରୁ ସାଇ ସୁଦର୍ଶନ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ। ମାତ୍ର ୨୦ ରନ କରି ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ। ତାଙ୍କ ସ୍ଥାନରେ ପାଳି ସମ୍ଭାଳି ଥିଲେ। ଉଭୟ ସୁଦର୍ଶନ ଓ ନିକିନ ଜୋଷ ଦଳକୁ ବିଜୟ ଲକ୍ଷ୍ୟର ନିକଟତର କରାଇଥିଲେ। ସାଇ ସୁଦର୍ଶନ ଅପରାଜିତ ୧୦୪ ରନର ଇନିଂସ ଖେଳିଥିବା ବେଳେ ନିକିନ ଜୋଷ ୫୩ ରନର ପାଳି ଖେଳିଥିଲେ। ସେହିପରି ୟଶ ଧୁଲ ୨୧ ରନର ପାଳି ଖେଳିଥିଲେ।  ପାକିସ୍ତାନ ପକ୍ଷରୁ ମୁବାଷିର ଖାନ ଓ ମେହରାନ ମୁମତାଜ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

Also Read: ଓ୍ୱେଷ୍ଟଇଣ୍ଡିଜ ଗସ୍ତ ବେଳେ Team Indiaକୁ ନେଇ ଆସିଲା ବହୁତ ବଡ଼ ଖରାପ ଖବର, ଏହି ସବୁ ବଡ଼ ଖେଳାଳିଙ୍କର ହୋଇସାରିଛି ଡୋପ ଟେଷ୍ଟ, ଫଳାଫଳକୁ ଅପେକ୍ଷା...

Also Read: Asia Cup 2023 Schedule: ପୂରା ଟୁର୍ଣ୍ଣାମେଣ୍ଟରେ ଏତିକି ଥର ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ, ଏହି ଦିନ ପ୍ରଥମ ଥର ମୁହାଁମୁହିଁ ହେବେ ଉଭୟ ଦଳ

Also Read: Happy Birthday Roger Binny: ୬୮ ବର୍ଷ ବୟସରେ ପାଦ ଥାପିଲେ ବିସିସିଆଇ ଅଧ୍ୟକ୍ଷ; ୪୦ ବର୍ଷ ପୂର୍ବେ ଭାରତକୁ ଜିତାଇଥିଲେ ପ୍ରଥମ ବିଶ୍ୱକପ