IND vs SA: ଟି-୨୦ ଦଳରେ କନଫର୍ମ ନୁହେଁ ପନ୍ତଙ୍କ ସ୍ଥାନ, ଏହି ୨ ଖେଳାଳି ନେବେ ଜାଗା!
Advertisement

IND vs SA: ଟି-୨୦ ଦଳରେ କନଫର୍ମ ନୁହେଁ ପନ୍ତଙ୍କ ସ୍ଥାନ, ଏହି ୨ ଖେଳାଳି ନେବେ ଜାଗା!

IND vs SA: ଋଷଭ ପନ୍ତଙ୍କ ବର୍ତ୍ତମାନ ଫର୍ମ ବହୁତ ଖରାପ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ୩ ଟି-୨୦ ରେ ସେ ବ୍ୟାଟ୍ସମ୍ୟାନ ଭାବେ ଫ୍ଲପ୍ ହୋଇଛନ୍ତି । ସେ ୩ ଟି ମ୍ୟାଚରେ ମାତ୍ର ୪୦ ରନ୍ କରିବାରେ ସଫଳ ହୋଇଛନ୍ତି । 

ଋଷଭ ପନ୍ତ

India vs South Africa: ଋଷଭ ପନ୍ତ (Rishabh Pant) ଭାରତୀୟ ଦଳରେ (Team India) ଜଣେ ବିସ୍ଫାରକ ଖେଳାଳି ଓ ମାତ୍ର କିଛି ଓଭରରେ ସେ ମ୍ୟାଚର ଗତି ବଦଳାଇବାର କ୍ଷମତା ରଖିଛନ୍ତି । କିନ୍ତୁ, ତାଙ୍କ ବ୍ୟାଟ୍ କିଛି ଦିନଧରି ଶାନ୍ତ ରହିଛି । ବିଶେଷକରି ଟି-୨୦ ରେ, ସେ ନିଜ ନାମ ଓ ସ୍ଥିତି ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା (India vs South Africa) ବିପକ୍ଷ ଟି-୨୦ ସିରିଜରେ ଏହା ଏପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ଏଥିପାଇଁ ପନ୍ତ ସୌଭାଗ୍ୟବାନ୍ ଯେ କେ.ଏଲ୍ ରାହୁଲଙ୍କ (KL Rahul) ଆଘାତ ଯୋଗୁଁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି । କିନ୍ତୁ, ତାଙ୍କ ବ୍ୟାଟିଂ କିମ୍ବା ଅଧିନାୟକତ୍ୱରେ କୌଣସି ବିଶେଷ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ତେବେ ହୁଏତ ସେ ଟି-୨୦ ଦଳରେ ସ୍ଥାନ ପାଇ ନ ପାରନ୍ତି । ଏହା ପୂର୍ବତନ ଭାରତୀୟ ଓପନର୍ ତଥା କ୍ରିକେଟ୍ ବିଶେଷଜ୍ଞ ୱାସିଫ୍ ଜାଫର (Wasim Jaffer) କହିଛନ୍ତି ।

ୱାସିଫ୍ ଜାଫର ଜାଫର ବିଶ୍ୱାସ କରନ୍ତି ଯେ ଯେଉଁପରି ପନ୍ତଙ୍କ ବର୍ତ୍ତମାନ ଫର୍ମ ଚାଲୁଛି, ତାକୁ ଦେଖି କୁହାଯାଇପରେ ଯେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ପନ୍ତଙ୍କ ସ୍ଥାନ ଦଳରେ କନଫର୍ମ ନୁହେଁ ।

ୱାସିମ୍ ଜାଫର୍ ESPNcricinfo ରେ କହିଛନ୍ତି, "ଆପଣଙ୍କ ପାଖରେ କେ.ଏଲ୍ ରାହୁଲ ଅଛି । ଯେତେବେଳେ ସେ ଆଘାତରୁ ପ୍ରତ୍ୟାବର୍ତ୍ତନ କରିବେ, ସେତେବେଳେ ଦଳରେ ତାଙ୍କ ସ୍ଥାନ ନିଶ୍ଚିତ । ସେ ୱିକେଟ୍ କିପିଂ ମଧ୍ୟ କରନ୍ତି । ଯଦି ଆପଣ ଦୀନେଶ କାର୍ତ୍ତିକଙ୍କୁ ଖେଳନ୍ତି, ତେବେ ସେ ମଧ୍ୟ ଜଣେ ୱିକେଟ୍ କିପର । ତେଣୁ, ପନ୍ତର ବର୍ତ୍ତମାନ ଫର୍ମକୁ ଦେଖିଲେ, ମୁଁ ଭାବୁନାହିଁ ଯେ ତାଙ୍କ ସ୍ଥାନ ଟି-୨୦ ଦଳରେ ନିଶ୍ଚିତ ।"

'ଟି-୨୦ ଦଳରେ ପନ୍ତଙ୍କ ସ୍ଥାନ କନଫର୍ମ ନୁହଁ'
ଜାଫର ଆହୁରି କହିଛନ୍ତି, “ପନ୍ତକୁ କ୍ରମାଗତ ଭାବରେ ରନ୍ ସ୍କୋର କରିବାକୁ ପଡିବ ଓ ତାଙ୍କ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡିବ । ସେ ଆଇପିଏଲ୍ ୨୦୨୨ ରେ ମଧ୍ୟ ଏହିପରି ପ୍ରଦର୍ଶନ କରିନାହାଁନ୍ତି । ଟି -୨୦ ରେ ତାଙ୍କର ପ୍ରଦର୍ଶନ କିଛି ସମୟ ପାଇଁ ମ୍ୟୁଟ୍ ହୋଇଯାଇଛି । ଅତୀତରେ ମୁଁ ଅନେକ ଥର କହିଛି ଯେ ପନ୍ତ ଯେପରି ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି । ODI ରେ ମଧ୍ୟ କିଛି ଭଲ ଇନିଂସ ଖେଳିଥିଲେ । କିନ୍ତୁ, ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଟି-୨୦ ରେ ତାହା କରିବାରେ ବିଫଳ ହୋଇଛନ୍ତି । ତେଣୁ ମୋ ଅନୁଯାୟୀ, ଋଷଭ ପନ୍ତଙ୍କ ଟି-୨୦ ଦଳରେ ସ୍ଥାନ ନିଶ୍ଚିତ ନୁହେଁ ।"

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟି-୨୦ ରେ ୪୦ ରନ୍ ସ୍କୋର କରିଛନ୍ତି ପନ୍ତ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟି-୨୦ ରେ ପନ୍ତ ମୋଟ ୪୦ ରନ୍ ସଂଗ୍ରହ କରିଛନ୍ତି । ଏହାପୂର୍ବରୁ ସେ ୧୫୧ ଷ୍ଟ୍ରାଇକ ରେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ ୨୦୨୨ ର ୧୪ ଟି ମ୍ୟାଚରେ ୩୪୦ ରନ୍ ସଂଗ୍ରହ କରିଥିଲେ । କିନ୍ତୁ, ସେ ସମଗ୍ର ସିଜିନରେ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। 

ଏହା ବି ପଢ଼ନ୍ତୁ: 'ଅଗ୍ନିପଥ'କୁ ନେଇ ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ; ଏହି ତାରିଖରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା