'ଅଗ୍ନିପଥ'କୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ; ଏହି ତାରିଖରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା
Advertisement
Article Detail0/zeeodisha/odisha1222993

'ଅଗ୍ନିପଥ'କୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ; ଏହି ତାରିଖରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା

Agneepath Scheme: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ମଧ୍ୟରେ ବାୟୁ ସେନା ମୁଖ୍ୟ କହିଛନ୍ତି ଯେ ପ୍ରଥମ ଅଗ୍ନିବୀର ବ୍ୟାଚଙ୍କୁ କେବେ ନିଯୁକ୍ତି ଦିଆଯିବ ।

 

ଭି.ଆର ଚୌଧୁରୀ (ଫାଇଲ ଫଟୋ)

Agneepath Scheme : ସାରା ଦେଶରେ 'ଅଗ୍ନିପଥ ନିଯୁକ୍ତି ଯୋଜନା' ବିରୋଧରେ ଯୁବକମାନେ ବିରୋଧ କରୁଛନ୍ତି । ଉତ୍ତରପ୍ରଦେଶରୁ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ବିହାର, ବଙ୍ଗଳା, ତେଲେଙ୍ଗାନା ପର୍ଯ୍ୟନ୍ତ ଏହି ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି । ଏହି ସମୟରେ, ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ (VR Chaudhari) କହିଛନ୍ତି ଯେ 'ଅଗ୍ନିପଥ ସ୍କିମ' ଅଧୀନରେ ଭାରତୀୟ ବାୟୁସେନାରେ ଅଗ୍ନିବୀରର ନିଯୁକ୍ତି ୨୪ ଜୁନ୍ ୨୦୧୨ ରୁ ଆରମ୍ଭ ହେବ ।

ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମୁଁ ଏହା ଘୋଷଣା କରି ଖୁସି ଯେ ଉଚ୍ଚ ବୟସ ସୀମା (ନିଯୁକ୍ତି ପାଇଁ) ୨୩ ବର୍ଷକୁ ସଂଶୋଧିତ କରାଯାଇଛି । ଏହାଦ୍ୱାରା ଯୁବକମାନେ ଉପକୃତ ହେବେ । ଭାରତୀୟ ବାୟୁସେନା ପାଇଁ ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ ରୁ ଆରମ୍ଭ ହେବ । ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଆଜି 6ଟି ଫରୱାର୍ଡ ବେସ ପରିଦର୍ଶନ କରୁଛନ୍ତି, ଯେଉଁଠାରେ ସେ ଅଗ୍ନିପଥ ଯୋଜନା ବିଷୟରେ ସୈନିକମାନଙ୍କୁ ସମ୍ବୋଧିତ କରିବେ । ଏହାର ଉଦ୍ଦେଶ୍ୟ ହେଉଛି ବାୟୁସେନାର ଶେଷ ବ୍ୟକ୍ତିଙ୍କୁ ଯୋଜନାର ବିବରଣୀ ବ୍ୟାଖ୍ୟା କରିବା ।

ଏହାପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶୁକ୍ରବାର ସକାଳେ ବିରୋଧ ପ୍ରଦର୍ଶନ କରୁଥିବା ଯୁବକମାନଙ୍କ ପାଇଁ କହିଥିଲେ ଯେ ସରକାର ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ନିଷ୍ପତ୍ତି ନେଇଛନ୍ତି । ଅଗ୍ନିପଥ ଯୋଜନା ଯୁବକମାନଙ୍କ ହିତରେ ଅଛି ଓ ଏହାର ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । “ଗତ ଦୁଇ ବର୍ଷ ଧରି ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ସୁଯୋଗ ପାଇ ନ ଥିବା ଯୁବକମାନଙ୍କ ପାଇଁ ସରକାର ଉପର ବୟସ ସୀମାକୁ ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ଯୋଜନା ସହିତ ଅଧିକ ଲୋକ ଚାକିରି ପାଇବେ ।"

କହିରଖୁଛୁ ଯେ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ଅନେକ ଭାଗରେ ଲଗାତାର ତୃତୀୟ ଦିନ ପାଇଁ ଭୟଙ୍କର ପ୍ରଦର୍ଶନ ଦେଖିବାକୁ ମିଳୁଛି । ବିହାର, ୟୁପି ସମେତ ୧୧ ଟି ରାଜ୍ୟରେ ଯୁବକମାନେ ରାସ୍ତାକୁ ଓହ୍ଲାଇ ଏହି ଯୋଜନା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଅନେକ ରାଜ୍ୟରେ ବିଶୃଙ୍ଖଳିତ ଗୋଷ୍ଠୀ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ବିହାରରେ ବିକ୍ଷୋଭକାରୀମାନେ ପଥର ଫିଙ୍ଗି ଡେପୁଟି ସିଏମ ରେଣୁକା ଦେବୀ ଓ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସ୍ବାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ।

ଏହା ବି ପଢ଼ନ୍ତୁ: Agnipath Scheme: ଅଗ୍ନିପଥ ଯୋଜନା କ’ଣ; ଜାଣନ୍ତୁ ଏହାର ଚୟନ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା

ଏହା ବି ପଢ଼ନ୍ତୁ: ଭାରତ ଓ ଋଷ ମଧ୍ୟରେ ହେବାକୁ ଯାଉଛି ଏହି ବଡ଼ ଡିଲ୍! ଏହା ଉପରେ ରହିବ ସାରା ଦୁନିଆର ନଜର