IND vs SA: ପର୍ଥରେ ବର୍ଷା ଧୋଇଦେବ କି ଟିମ୍ ଇଣ୍ଡିଆର ଖେଳ? ଜାଣନ୍ତୁ ରବିବାରର ପାଣିପାଗ
Advertisement
Article Detail0/zeeodisha/odisha1416134

IND vs SA: ପର୍ଥରେ ବର୍ଷା ଧୋଇଦେବ କି ଟିମ୍ ଇଣ୍ଡିଆର ଖେଳ? ଜାଣନ୍ତୁ ରବିବାରର ପାଣିପାଗ

Ind vs SA T20 World Cup Perth Weather Update: ଟି-୨୦ ବିଶ୍ୱକପ ୨୦୨୨ ର ୩୦ ତମ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ । ସୁପର-12 ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅଷ୍ଟ୍ରେଲିଆର ପର୍ଥ ଷ୍ଟାଡିୟମରେ ଖେଳାଯିବ । ଜାଣନ୍ତୁ ରବିବାର ଦିନ କିପରି ରହିବ ପର୍ଥର ପାଣିପାଗ...

ସୌ: ସୋସିଆଲ ମିଡିଆ

Ind vs SA T20 World Cup Perth Weather Update: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ଦିନ (ଅକ୍ଟୋବର ୩୦) ଟି-୨୦ ବିଶ୍ୱକପ୍‌ର ସୁପର-୧୨ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଅଷ୍ଟ୍ରେଲିଆର ସବୁଠାରୁ ମାରାତ୍ମକ ପିଚ୍ ବୋଲି ବିବେଚନା କରାଯାଉଥିବା ପର୍ଥରେ ଏହି ମ୍ୟାଚ୍ ଖେଳାଯିବ । ପର୍ଥ ଦ୍ରୁତ ବୋଲରଙ୍କୁ ସୁହାଇଥାଏ । ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡା, ଏନ୍ରିକ୍ ନର୍କିଆ ଓ ମାର୍କୋ ୟାନସେନଙ୍କ ଭଳି ବିପଜ୍ଜନକ ବୋଲର ଅଛନ୍ତି । ଖରାପ ପାଗ ଓ ବର୍ଷା ଯୋଗୁଁ ଟି-୨୦ ବିଶ୍ୱକପ ୨୦୨୨ ର ଅନେକ ମ୍ୟାଚକୁ ବାତିଲ କରିବାକୁ ପଡିଛି । ତେବେ ଏପର୍ଯ୍ୟନ୍ତ ପର୍ଥରେ ଦୁଇଟି ମ୍ୟାଚ୍ ହୋଇଛି । ଉଭୟ ମ୍ୟାଚ୍‌ରେ ବିଜେତା ସ୍ଥିର ହୋଇଛି । ଏଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତିଛନ୍ତି ।

ପର୍ଥ ପାଣିପାଗ ରିପୋର୍ଟ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଅଷ୍ଟ୍ରେଲିଆରେ ଖେଳାଯିବ । ସେହି ସମୟରେ ଭାରତରେ ଅପରାହ୍ନ ୪.୩୦ ହେବ । Accuweather.com ଅନୁଯାୟୀ, ସେତେବେଳେ ଅଷ୍ଟ୍ରେଲିଆରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ତେବେ ମ୍ୟାଚ ଆରମ୍ଭ ହେବାର ଦୁଇ ଘଣ୍ଟା ପରେ ବର୍ଷା ହୋଇପାରେ । ଏହା ବ୍ୟତୀତ ପାଗ ବହୁତ ଥଣ୍ଡା ରହିବାକୁ ଯାଉଛି । ଖେଳ ସମୟରେ ତାପମାତ୍ରା ୧୩°C ରହିପାରେ । ଏହା ସହ ଆକାଶ ମେଘୁଆ ହୋଇପାରେ । ଏହା ବ୍ୟତୀତ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ରହିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏପରି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ:

କେ.ଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ମହମ୍ମଦ ଶାମି ।

ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (wk), ଋଷଭ ପନ୍ତ (wk), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ହର୍ଷଲ ପଟେଲ, ମହମ୍ମଦ ଶାମି, ଅର୍ଶଦୀପ ସିଂ ଭୁବନେଶ୍ୱର କୁମାର, ଦୀପକ ହୁଡ୍ଡା ।

ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ଆଡେନ ମାର୍କ୍ରାମ, ଡେଭିଡ ମିଲର, ରେଲି ରୋସୋ, ଟ୍ରିଆଷ୍ଟ ଷ୍ଟବ୍ସ, କାଗିସୋ ରାବାଡା, ୱେନ ପାର୍ନେଲ, କେଶଭ ମହାରାଜ, ତାବାରିଜ ଶାମସି, ମାର୍କୋ ଜାନସେନ୍, ଏନ୍ରିକ୍ ନୋକିଆ, ରେଜା ହେଣ୍ଡ୍ରିକ୍ସ, ହେନ୍ରିକ୍ କ୍ଲାସେନ୍, ଲୁଙ୍ଗି ଏନଗିଡି ।

ଏହା ବି ପଢ଼ନ୍ତୁ: IND vs SA: ରାହୁଲଙ୍କ ବଦଳରେ ଓପନିଂ କରିବେ କି ପନ୍ତ? ବ୍ୟାଟିଂ କୋଚ୍ ଦେଲେ ଏହି ଜବାବ

ଏହା ବି ପଢ଼ନ୍ତୁ: BCCI ସଭାପତି ହେବା ପରେ ପ୍ରଥମଥର ପାଇଁ କୋହଲିଙ୍କ ଉପରେ ବଡ ବୟାନ ଦେଲେ ବିନ୍ନି, ଜାଣନ୍ତୁ କ'ଣ କହିଲେ