IND vs SL: ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା; ରୋହିତ-ରାହୁଲ ନୁହଁନ୍ତି, ଏହି ଖେଳାଳି ହେଲେ ଟି-20 ଦଳର ଅଧିନାୟକ
Advertisement
Article Detail0/zeeodisha/odisha1504255

IND vs SL: ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା; ରୋହିତ-ରାହୁଲ ନୁହଁନ୍ତି, ଏହି ଖେଳାଳି ହେଲେ ଟି-20 ଦଳର ଅଧିନାୟକ

India vs Sri Lanka:  ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକତ୍ୱର ଦାୟିତ୍ୱ ସମ୍ଭାଳିବେ । ଏଥି ସହିତ ରୋହିତ ଶର୍ମା ଏକଦିବସୀୟ ସିରିଜରେ ଭାରତୀୟ ଦଳର ଅଧିନାୟକ ହେବେ । ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଏହି ଟି-20 ସିରିଜରେ ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି ଏବଂ ଋଷଭ ପନ୍ତ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି । 

IND vs SL: ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା; ରୋହିତ-ରାହୁଲ ନୁହଁନ୍ତି, ଏହି ଖେଳାଳି ହେଲେ ଟି-20 ଦଳର ଅଧିନାୟକ

Team India Squad Announced: ଟିମ୍ ଇଣ୍ଡିଆ (Team India) ନୂଆ ବର୍ଷ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ଓ ODI ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳ ଘୋଷଣା କରିଛି । ଚେତନ ଶର୍ମା (Chetan Sharma) ଙ୍କ ନେତୃତ୍ୱରେ ବରଖାସ୍ତ ହୋଇଥିବା ଚୟନ କମିଟି ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ (Team India) ର ଦଳ ଚୟନ କରିଛି । ଟି-୨୦ ସିରିଜ (India vs Sri Lanka T20 Series) ରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦଳର ଅଧିନାୟକତ୍ୱର ଦାୟିତ୍ୱ ସମ୍ଭାଳିବେ । ଏଥି ସହିତ ରୋହିତ ଶର୍ମା (Rohit Sharma) ଏକଦିବସୀୟ ସିରିଜ (IND vs SL ODI Series) ରେ ଭାରତୀୟ ଦଳ (Indian Cricket Team) ର ଅଧିନାୟକ ହେବେ ।

ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଏହି ଟି-20 ସିରିଜରେ ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି ଏବଂ ଋଷଭ ପନ୍ତ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି । ଏଥି ସହିତ ମୁକେଶ କୁମାର ଓ ଶିବମ ମାଭିଙ୍କ ପରି ଯୁବ ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଋଷଭ ପନ୍ତଙ୍କ ସ୍ଥାନରେ ୱିକେଟ୍ କିପର ଭାବରେ ଇଶାନ କିଶନ ଓ ସଞ୍ଜୁ ସାମସନ ଦଳର ଅଂଶ ହୋଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଦେଉଛନ୍ତି ୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍!

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପେକ୍ଷା ଭଲ ଅଧିନାୟକ ପ୍ରମାଣିତ ହୋଇପାରନ୍ତି ଏହି ୩ ଖେଳାଳି, ନମ୍ବର ୨ ସହ ପ୍ରତିଥର ହୋଇଥାଏ ଅନ୍ୟାୟ

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।