Virat Kohli: ପତ୍ନୀ କି ପିଲା ନୁହେଁ, କାହା ଫଟୋ ଫୋନ ୱାଲପେପର୍ ରଖିଛନ୍ତି ବିରାଟ?
Advertisement
Article Detail0/zeeodisha/odisha2323176

Virat Kohli: ପତ୍ନୀ କି ପିଲା ନୁହେଁ, କାହା ଫଟୋ ଫୋନ ୱାଲପେପର୍ ରଖିଛନ୍ତି ବିରାଟ?

Virat Kohli: କୋହଲି ବିମାନବନ୍ଦରରେ ସ୍ପଟ୍ ହୁଅନ୍ତି, ତାଙ୍କର ଲୁକ୍, ତାଙ୍କର ଚେହେରା ଏବଂ ହେୟାର ଷ୍ଟାଇଲ୍ ବହୁତ ଭାଇରାଲ ହୋଇଥାଏ । ଏଥର ଯେତେବେଳେ କୋହଲିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ସେତେବେଳେ ତାଙ୍କ ମୋବାଇଲ୍ ଫୋନ୍ ସ୍କ୍ରିନ୍ ବା ୱାଲପେପର୍ କୁ ନେଇ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

Virat Kohli: ପତ୍ନୀ କି ପିଲା ନୁହେଁ, କାହା ଫଟୋ ଫୋନ ୱାଲପେପର୍ ରଖିଛନ୍ତି ବିରାଟ?

Virat Kohli Phone Wallpaper: ଟିମ୍ ଇଣ୍ଡିଆର ବିଜୟ ପରେଡରେ ବିରାଟ କୋହଲି ଖୁବ୍ ଧୂମ୍ ମଚାଇଥିଲେ। ସମସ୍ତଙ୍କ ଆଖି କିଙ୍ଗ୍ କୋହଲିଙ୍କ ଉପରେ ଥିଲା। ବିଜୟ ପରେଡରେ କୋହଲି ବନ୍ଦେ ମାତରମଂଙ୍କ ଗୀତକୁ ଉଚ୍ଚ ସ୍ୱରରେ ଗାଇଥିଲେ, ଏହି ସମୟରେ ବିରାଟଙ୍କ ଶକ୍ତି ଦେଖି ଲାଗୁଥିଲା ଯେ ସତେ ଯେମିତି ସେ ଜଣେ ୧୮ ବର୍ଷର ଯୁବକ। ବିଜୟ ପରେଡ ଏବଂ ଟିମ୍ ଇଣ୍ଡିଆର ସମାରୋହ ପରେ ବିରାଟ କୋହଲିଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, କୋହଲିଙ୍କୁ ତାଙ୍କ ପରିବାରକୁ ଭେଟିବାକୁ ଲଣ୍ଡନ ଯିବାକୁ ପଡିଥିଲା। ବିମାନବନ୍ଦରରୁ ବିରାଟ କୋହଲିଙ୍କ ମୋବାଇଲ୍ ଫୋନ୍ ସ୍କ୍ରିନର ଏକ ଫଟୋ ଭାଇରାଲ୍ ହେଉଛି। 

ଏବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ ଯେ, ପତ୍ନୀ ଅନୁଷ୍କା, ଭାମିକା କିମ୍ବା ଆକାୟ ନୁହଁନ୍ତି ବରଂ କୋହଲିଙ୍କ ମୋବାଇଲ୍ ଫୋନ୍ ୱାଲପେପରରେ (Kohli Phone WallPaper) କାହାର ସ୍ୱତନ୍ତ୍ର ଫଟୋ ଦୃଶ୍ୟମାନ ହେଉଛି। ସେପଟେ ଟି-20 ବିଶ୍ୱକପ ବିଜୟୀ ପରେ ବିରାଟ କୋହଲିଙ୍କ ଝଲକ୍ ଟିକେ ପାଇବାକୁ ଲୋକମାନେ ଚାତକ ପରି  ଅପେକ୍ଷା କରି ରହିଥାନ୍ତି।  ଯେବେ ଯେବେ କୋହଲି ବିମାନବନ୍ଦରରେ ସ୍ପଟ୍ ହୁଅନ୍ତି, ତାଙ୍କର ଲୁକ୍, ତାଙ୍କର ଚେହେରା ଏବଂ ହେୟାର ଷ୍ଟାଇଲ୍ ବହୁତ ଭାଇରାଲ ହୋଇଥାଏ । ଏଥର ଯେତେବେଳେ କୋହଲିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ସେତେବେଳେ ତାଙ୍କ ମୋବାଇଲ୍ ଫୋନ୍ ସ୍କ୍ରିନ୍ ବା ୱାଲପେପର୍ କୁ ନେଇ ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୋହଲିଙ୍କ ମୋବାଇଲ୍ ଫୋନ୍(Kohli Mobile Phone) ପରଦାରେ ନିମ୍ କରୋଲି ବାବାଙ୍କ ଚିତ୍ର ରହିଛି ବୋଲି ଦାବି କରାଯାଉଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି । ପ୍ରାୟତଃ ଦେଖାଯାଏ ଯେ ଯେତେବେଳେ ବିରାଟ କୋହଲି କ୍ରିକେଟ୍ ରୁ ବିରତି ନିଅନ୍ତି, ସେତେବେଳେ ସେ ନିଜ ପରିବାର ସହିତ ତୀର୍ଥସ୍ଥାନକୁ ଯାଆନ୍ତି।  କୋହଲି ନିମ୍ କରୋଲି ବାବାଙ୍କ ଦରବାର ଏବଂ ବୃନ୍ଦାବନର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରି ସାରିଛନ୍ତି। 

ମୁମ୍ବାଇରେ ବିଜୟ ପରେଡ ଶେଷ କରିବା ପରେ ବିରାଟ କୋହଲି ଲଣ୍ଡନ ଯାଇଛନ୍ତି। କାରଣ ବିରାଟ କୋହଲି ଅନୁଷ୍କା ଶର୍ମା(Anushka Sharma), ଭାମିକା (Vamika) ଏବଂ ଅକାୟଙ୍କୁ ଲଣ୍ଡନରେ ଭେଟିବାକୁ ଯାଇଛନ୍ତି। ବିଶ୍ୱକପ ଫାଇନାଲ ପରେ ବିରାଟ କୋହଲି ଟି -20 ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଯାହା ପରେ ବର୍ତ୍ତମାନ କୋହଲି କ୍ରିକେଟ୍ ରୁ ବିରତି ନେଇଛନ୍ତି। ପ୍ରଶଂସକମାନେ ଏବେ କୋହଲିଙ୍କୁ କେବଳ ODI ଏବଂ ଟେଷ୍ଟ କ୍ରିକେଟରେ ଖେଳୁଥିବାର  ଦେଖିବାକୁ ପାଇବେ।

Also Read: HDFC Bank: ଗ୍ରାହକ ମାନଙ୍କୁ ମିଳିଲା ନୋଟିସ୍ ! ଏହିଦିନରୁ UPI ସେବା ବନ୍ଦ

Also Read: Rahu Transit 2024: ରାହୁ କରିଦେବେ କୋଟିପତି! ୮ଜୁଲାଇରୁ ଏହି ୫ରାଶି ଧନବାନ