୧୦୦ ଟଙ୍କାରେ ପେଟ୍ରୋଲ ଭରିବାବେଳେ କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ଆପଣ? ଜାଣିଲେ ଆଶ୍ଚର୍ଯ୍ୟ ହେବେ
Advertisement
Article Detail0/zeeodisha/odisha1132242

୧୦୦ ଟଙ୍କାରେ ପେଟ୍ରୋଲ ଭରିବାବେଳେ କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ଆପଣ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟ୍ରୋଲିୟମ ଯୋଜନା ଏବଂ ଆନାଲିସିସ୍ ସେଲର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୧୦୦ ଟଙ୍କାର ମୂଲ୍ୟର ପେଟ୍ରୋଲ ପାଇଁ ଗ୍ରାହକ ୪୫.୩୦ ଟଙ୍କା ଟ୍ୟାକ୍ସ ପ୍ରଦାନ କରନ୍ତି, ଯେଉଁଥିରେ ୨୯ ଟଙ୍କା କେନ୍ଦ୍ରୀୟ ଟ୍ୟାକ୍ସ ଏବଂ ୧୬.୩୦ ଟଙ୍କା ରାଜ୍ୟ ଟିକସ ଅନ୍ତର୍ଭୂକ୍ତ ରହିଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ମୂଲ୍ୟ (Petrol Diesel Price) ସାଢେ ଚାରି ମାସ ଧରି ସ୍ଥିର ରହିଥିଲା ଏବଂ ଏହା ପରେ ବୁଧବାର ଦିନ ଏହା ଲଗାତାର ଦ୍ୱିତୀୟ ଦିନ ପାଇଁ ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଇଛି । ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୬.୨୧ ଟଙ୍କା ବଦଳରେ ଲିଟର ପିଛା ୯୭.୦୧ ଟଙ୍କା ହେବ । ପୂର୍ବରୁ ଡିଜେଲର ହାର ଲିଟର ପିଛା ୮୭.୪୭ ଟଙ୍କା ଥିଲା, ଯାହା ବର୍ତ୍ତମାନ ୮୮.୨୭ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇ ୧୧୧.୬୭ ଟଙ୍କା ଥିବାବେଳେ ଚେନ୍ନାଇରେ ମୂଲ୍ୟ ୭୫ ପଇସା ବୃଦ୍ଧି ପାଇ ୧୦୨.୯୧ ଟଙ୍କା ହୋଇଛି । କୋଲକାତାର ମୂଲ୍ୟ ₹୧୦୫.୫୧ ରୁ ₹୧୦୬.୩୪ କୁ ବୃଦ୍ଧି ପାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୮୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । 

କେଉଁ ରାଜ୍ୟରେ କେତେ ଟ୍ୟାକ୍ସ
ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟ୍ରୋଲିୟମ ଯୋଜନା ଏବଂ ଆନାଲିସିସ୍ ସେଲର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୧୦୦ ଟଙ୍କାର ମୂଲ୍ୟର ପେଟ୍ରୋଲ ପାଇଁ ଗ୍ରାହକ ୪୫.୩୦ ଟଙ୍କା ଟ୍ୟାକ୍ସ ପ୍ରଦାନ କରନ୍ତି, ଯେଉଁଥିରେ ୨୯ ଟଙ୍କା କେନ୍ଦ୍ରୀୟ ଟ୍ୟାକ୍ସ ଏବଂ ୧୬.୩୦ ଟଙ୍କା ରାଜ୍ୟ ଟିକସ ଅନ୍ତର୍ଭୂକ୍ତ ରହିଛି ।

fallback

"ଷ୍ଟାଟସ୍ ଅଫ୍ ଇଣ୍ଡିଆ" ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଏହି ସୂଚନା ପୋଷ୍ଟ କରାଯାଇଛି । ସେହିଭଳି ମହାରାଷ୍ଟ୍ରରେ ପ୍ରତ୍ୟେକ ଲୋକ ୧୦୦ ଟଙ୍କାର ପେଟ୍ରୋଲ ପାଇଁ ସରକାରଙ୍କୁ ପ୍ରାୟ ଅଧା ଟଙ୍କା ଟ୍ୟାକ୍ସ ଆକାରରେ ଦିଅନ୍ତି ।

ଷ୍ଟେଟସ୍ ଅଫ୍ ଇଣ୍ଡିଆ ତଥ୍ୟ ଅନୁଯାୟୀ ଏହି ସାତୋଟି ରାଜ୍ୟ ହେଉଛି ମହାରାଷ୍ଟ୍ର (₹ ୫୨.୫), ଆନ୍ଧ୍ରପ୍ରଦେଶ (₹ ୫୨.୪), ତେଲେଙ୍ଗାନା (₹ ୫୧.୬), ରାଜସ୍ଥାନ (₹ ୫୦.୮), ମଧ୍ୟପ୍ରଦେଶ (₹ ୫୦.୬), କେରଳ (₹ ୫୦.୨), ଏବଂ ବିହାର (₹ ୫୦) ପେଟ୍ରୋଲର ଅଧା ମୂଲ୍ୟ ଟ୍ୟାକ୍ସ ଭାବରେ ଚାର୍ଜ କରାଯାଏ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ତିନୋଟି ରାଜ୍ୟରେ କେନ୍ଦ୍ରୀୟ ଟିକସ ତୁଳନାରେ ରାଜ୍ୟ ଟିକସ ଅଧିକ ।

ଏହା ବି ପଢ଼ନ୍ତୁ: IPL ୨୦୦୮ ରୁ ୨୦୨୧ ପର୍ଯ୍ୟନ୍ତ, ଜାଣନ୍ତୁ କିଏ କିଏ ଜିତିଛନ୍ତି ଅରେଞ୍ଜ କ୍ୟାପ୍?

ଏହା ବି ପଢ଼ନ୍ତୁ: ବୀରଭୂମ୍ ଘଟଣାକୁ ଯଥାର୍ଥ କହି ହେବ ନାହିଁ, କିନ୍ତୁ ଏପରି ଅନ୍ୟ ରାଜ୍ୟରେ ମଧ୍ୟ ଘଟେ: ମମତା