BCCI ଖୁବ ଶୀଘ୍ର ଭାରତୀୟ କ୍ରିକେଟରଙ୍କୁ ଦେବ ଏକ ନୂଆ ଉପହାର, ଜୟ ଶାହ କଲେ ଏକ ବଡ଼ ଘୋଷଣା
Advertisement
Article Detail0/zeeodisha/odisha2366861

BCCI ଖୁବ ଶୀଘ୍ର ଭାରତୀୟ କ୍ରିକେଟରଙ୍କୁ ଦେବ ଏକ ନୂଆ ଉପହାର, ଜୟ ଶାହ କଲେ ଏକ ବଡ଼ ଘୋଷଣା

New NCA: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଏହି ସମୟରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି। ଏହି ସିରିଜ୍ ମଝିରେ BCCI ସଚିବ ଜୟ ଶାହ ଭାରତୀୟ କ୍ରିକେଟରଙ୍କୁ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଛି।

 

New National Cricket Academy

New National Cricket Academy: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଏହି ଅବଧିରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି। ଶନିବାର ଦିନ BCCI ସଚିବ ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ସୋସିଆଲ ମିଡିଆରେ ଏହା ବିଷୟରେ ଘୋଷଣା କରିଛନ୍ତି। ଯାହା ଭାରତୀୟ କ୍ରିକେଟ୍ କୁ ଉନ୍ନତ କରିବ ଓ ଖେଳାଳିମାନେ ଆଧୁନିକ ସୁବିଧା ପାଇବେ।

ଜୟ ଶାହ X ରେ ଲେଖିଛନ୍ତି, "ଏହା ଘୋଷଣା କରିବାକୁ ଯାଇ ଉତ୍ସାହିତ ଯେ ବିସିସିଆଇର ନୂଆ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଓ ଖୁବ ଶୀଘ୍ର ବେଙ୍ଗାଲୁରୁରେ ଖୋଲିବ। ନୂତନ ଏନସିଏରେ ତିନୋଟି ବିଶ୍ୱ ସ୍ତରୀୟ କ୍ରିଡା ଷ୍ଟାଡିୟମ, ୪୫ଟି ପ୍ରାକ୍ଟିସ୍ ପିଚ୍, ଇନଡୋର କ୍ରିକେଟ୍ ପିଚ୍, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍ ଓ ଅତ୍ୟାଧୁନିକ ତାଲିମ, ଋକଭରି ଓ କ୍ରୀଡା ବିଜ୍ଞାନ ସୁବିଧା ରହିବ। ଏହି ପଦକ୍ଷେପ ଆମ ଦେଶର ସାମ୍ପ୍ରତିକ ଓ ଭବିଷ୍ୟତର କ୍ରିକେଟରମାନଙ୍କୁ ସର୍ବୋତ୍ତମ ପରିବେଶରେ ସେମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ!"

fallback

ବର୍ତ୍ତମାନର ଏନସିଏ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ପରିସରରେ ଅବସ୍ଥିତ। ଏହା ତୁଳନାତ୍ମକ ଭାବେ ଛୋଟ> ଖବର ଅନୁଯାୟୀ, ନୂତନ ଏନସିଏ କ୍ୟାମ୍ପସରେ ୧୬,୦୦୦ ବର୍ଗଫୁଟ ଜିମ୍ ଏବଂ ଏକ ଖୋଲା ଆକାଶ ଥିଏଟର ସହିତ ୨୪୩ ରୁମ୍ ରହିବ। ଏଥିରେ ବ୍ୟାଙ୍କ, ଫାର୍ମାସି, ହସ୍ପିଟାଲ୍, କ୍ୟୁରିଅର୍, ସେଲୁନ୍, ଏଟିଏମ୍, ସାଇକ୍ଲିଂ ଟ୍ରାକ୍, ବାସ୍କେଟବଲ୍, ଟେନିସ୍ ଏବଂ ଫୁଟସାଲ୍ କୋର୍ଟ ଭଳି ଆନୁଷଙ୍ଗିକ ସୁବିଧା ରହିବ। ବିସିସିଆଇ ଜମ୍ମୁ କାଶ୍ମୀର ତଥା ଉତ୍ତର-ପୂର୍ବରେ ଏନସିଏ ଆରମ୍ଭ କରିବା ପ୍ରକ୍ରିୟାରେ ଅଛି।