ବିରାଟ କୋହଲିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ କପିଲ ଦେବ; ଦେଲେ ଏହି ଉପଦେଶ
Advertisement
Article Detail0/zeeodisha/odisha989123

ବିରାଟ କୋହଲିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ କପିଲ ଦେବ; ଦେଲେ ଏହି ଉପଦେଶ

ବିରାଟ କୋହଲି ନିକଟରେ ନିଷ୍ପତ୍ତି ନେଇଥିଲେ ଯେ ଟି-୨୦ ବିଶ୍ୱକପ ପରେ ସେ ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ । ଏହି ସନ୍ଦର୍ଭରେ ଅନେକ ଭେଟେରାନ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ନିଜ ନିଜର ମତାମତ ସେୟାର କରିଛନ୍ତି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋହଲି ଘୋଷଣା କରିଛନ୍ତି ଯେ ଟି-୨୦ ବିଶ୍ୱକପ ୨୦୨୧ (T20 World Cup) ପରେ ସେ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ । ବର୍ତ୍ତମାନ ଦୁନିଆର ଅନେକ ଭେଟେରାନ ଏହି ସନ୍ଦର୍ଭରେ ପର୍ଯ୍ୟନ୍ତ ନିଜ ନିଜର ମତାମତ ଦେଉଛନ୍ତି ।

ଅସନ୍ତୋଷ ବ୍ୟକ୍ତ କଲେ କପିଲ ଦେବ
ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ (Kapil Dev) କହିଛନ୍ତି ଯେ ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ ଦଳର ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବା ପୂର୍ବରୁ ନିଷ୍ପତ୍ତି ନେବା ପୂର୍ବରୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ଓ ଚୟନକର୍ତ୍ତାଙ୍କ (Selectors) ସହ କଥା ହେବା ଉଚିତ୍ ଥିଲା । ଗତ ପାଞ୍ଚ-ଛଅ ବର୍ଷ ଧରି ତାଙ୍କ ଉପରେ ଥିବା କାର୍ଯ୍ୟଭାର ପରିଚାଳନା ପାଇଁ କୋହଲି ଏହି ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ: Punjab Crisis: ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

୧୯୮୩ ବିଶ୍ୱକପ ବିଜେତା ଦଳର ଅଧିନାୟକ କପିଲ ଏକ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି, 'ଆଜିକାଲି କ୍ରିକେଟରମାନେ ନିଜେ ନିଜେ ନିଷ୍ପତ୍ତି ନେଉଥିବାର ଦେଖିବା ଅତି ଆଶ୍ଚର୍ଯ୍ୟଜନକ । ମୁଁ ଭାବୁଛି ଜଣେ ଖେଳାଳୀ ଏପରି ନିଷ୍ପତ୍ତି ନେବା ପୂର୍ବରୁ ଚୟନକର୍ତ୍ତା ଓ ବୋର୍ଡ ସହିତ କଥା ହେବାର ଉଚିତ୍ ଥିଲା । ମୋତେ ଟିକିଏ ଅଜବ ଲାଗୁଛି କାରଣ ସେ ଜଣେ ମହାନ ଅଧିନାୟକ ଓ ଖେଳାଳି । କୋହଲି ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଓ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।

ଅଧିକ ପଢ଼ନ୍ତୁ: ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ବମ୍ପର ନିଯୁକ୍ତି; ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ

ବୋର୍ଡରୁ ଉପଦେଶ ଗ୍ରହଣ କରାଯିବା ଉଚିତ୍ 
କପିଲ କହିଛନ୍ତି ଯେ ସମସ୍ତେ କୋହଲିଙ୍କ ସଚ୍ଚୋଟତାକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି ଯେ କୋହଲି କାହିଁକି ବୋର୍ଡ ସହିତ ପରାମର୍ଶ କରିନାହାଁନ୍ତି ସେ ବୁଝିବାରେ ବିଫଳ ହୋଇଛନ୍ତି । କପିଲ କହିଛନ୍ତି, 'ମୁଁ ଭାବୁଛି ଯେ ତାଙ୍କ ନିଷ୍ପତ୍ତି ବିଷୟରେ କୋହଲିଙ୍କ ସଚ୍ଚୋଟତାକୁ ସମ୍ମାନ ଦେବା ଉଚିତ ଯେ ସେ ଆଉ ଅଧିନାୟକ ହେବାକୁ ଚାହାଁନ୍ତି ନାହିଁ । ମହେନ୍ଦ୍ର ସିଂ ଧୋନି ମଧ୍ୟ ଏହା କରିଥିଲେ । ଯଦିଓ ଏକ ବୋର୍ଡ ସାଧାରଣତଃ ଜଣେ ଖେଳାଳୀଙ୍କୁ କ’ଣ କରିବାକୁ କହିଥାଏ କିନ୍ତୁ ଆଜିକାଲି ଖେଳାଳିମାନେ ନିଜେ ନିଷ୍ପତ୍ତି ନେଉଛନ୍ତି, ମୁଁ ଏହା ବୁଝିବାରେ ବିଫଳ ହୁଏ ।