King Kohli: ଗୋଟିଏ ଶତକ ବଳରେ ଏକାଧିକ ରେକର୍ଡ ରଚିଲେ କିଙ୍ଗ କୋହଲି
Advertisement
Article Detail0/zeeodisha/odisha1867548

King Kohli: ଗୋଟିଏ ଶତକ ବଳରେ ଏକାଧିକ ରେକର୍ଡ ରଚିଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ପର୍ଯ୍ୟାୟରେ ୧୦ ସେପ୍ଟେମ୍ବର ରବିବାର ଦିନ ବର୍ଷା ହେତୁ ଭାରତୀୟ ବ୍ୟାଟସମ୍ୟାନମାନେ ୨୪.୧ ଓଭରରେ ଦୁଇଟି ୱିକେଟ୍ ହରାଇ ମାତ୍ର ୧୪୭ ରନ୍ ସ୍କୋର କରିଥିଲେ। ପରେ ସୋମବାର ଏହି ମ୍ୟାଚ ଅଧାରୁ ପୁନର୍ବାର ଖେଳାଯାଇଥିଲା। କଲମ୍ବୋସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ସାମ୍ନାର

King Kohli: ଗୋଟିଏ ଶତକ ବଳରେ ଏକାଧିକ ରେକର୍ଡ ରଚିଲେ କିଙ୍ଗ କୋହଲି

King Kohli: ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ପର୍ଯ୍ୟାୟରେ ୧୦ ସେପ୍ଟେମ୍ବର ରବିବାର ଦିନ ବର୍ଷା ହେତୁ ଭାରତୀୟ ବ୍ୟାଟସମ୍ୟାନମାନେ ୨୪.୧ ଓଭରରେ ଦୁଇଟି ୱିକେଟ୍ ହରାଇ ମାତ୍ର ୧୪୭ ରନ୍ ସ୍କୋର କରିଥିଲେ। ପରେ ସୋମବାର ଏହି ମ୍ୟାଚ ଅଧାରୁ ପୁନର୍ବାର ଖେଳାଯାଇଥିଲା। କଲମ୍ବୋସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ସାମ୍ନାରେ ପୁରା ପାକିସ୍ତାନୀ ଦଳ ମାଟି କାମୁଡ଼ିଥିଲା। ଭାରତୀୟ ଦଳ ସୁପର- ୪ରେ ଏକ ବଡ଼ ବିଜୟରୁ ଆରମ୍ଭ କରି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଏଥି ସହିତ ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏହି ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ମ୍ୟାଚରେ ୧୨୨ ରନ୍ ସଂଗ୍ରହ କରି ଏକ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଏକ ବଡ଼ ସଫଳତା ହାସଲ କରିଛନ୍ତି।

ଏହି ମ୍ୟାଚରେ ବିରାଟ ଏକାଧିର ରେକର୍ଡ ସୃଷ୍ଟି କରିଥିଲେ। ଯେତେବେଳେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଯେତେବେଳେ ୯୮ ରନ୍ ସଂଗ୍ରହ କରିଥିଲେ, ସେତେବେଳେ ସେ ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୩ ହଜାର ରନ୍ ପୂରଣ କରିଥିଲେ। ଏହି ପ୍ରମୁଖ ସଫଳତା ହାସଲ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର କେବଳ ୪ ଜଣ ବ୍ୟାଟ୍ସମ୍ୟାନ୍ ୱାନ ଡେ ଆନ୍ତର୍ଜାତୀୟ କ୍ରିକେଟରେ ୧୩ ହଜାର ରନ୍ ମାଇଲଖୁଣ୍ଟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବିଶ୍ୱର ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ତାଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର (୧୮୪୨୬ ରନ୍), କୁମାର ସାଙ୍ଗାକାରା (୧୪୨୩୪ ରନ୍), ରିକି ପଣ୍ଟିଂ (୧୩୭୦୪ ରନ୍) ଏବଂ ସନଥ ଜୟସୁରିଆ (୧୩୪୩୦ ରନ୍) ତାଙ୍କ ଆଗରେ ଅଛନ୍ତି।

ସେହିପରି ୧୩ ହଜାର ରନ କ୍ଲବରେ ବିରାଟ କୋହଲି ଶୀର୍ଷରେ ରହିଛନ୍ତି। ଏଭଳି କରିବାରେ ସମଗ୍ର ବିଶ୍ୱରେ ପ୍ରଥମ କ୍ରିକେଟର ହୋଇପାରିଛନ୍ତି। ସେ ଦିନିକିଆ ଇଣ୍ଟରନ୍ୟାସନାଲ କ୍ରିକେଟରେ ୧୩୦୨୪ ରନ ପୂରଣ କରିଛନ୍ତି। ବର୍ତ୍ତମାନ ସମୟରେ ବିଶ୍ୱର କୌଣସି ବ୍ୟାଟସମ୍ୟାନ ତାଙ୍କ ନିକଟତର ହୋଇ ପାରିନାହାନ୍ତି। 

ସେହିପରି ଦୃତ ୧୩ ହଜାର ରନ ସଂଗ୍ରହ କରିବାରେ ମଧ୍ୟ ବିରାଟ ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ ହୋଇପାରିଛନ୍ତି। କୋହଲି ୨୬୭ ଇନିଂସରେ ୧୩ ହଜାର ରନ ପୂରଣ କରିଛନ୍ତି। ଏହି କ୍ଷେତ୍ରରେ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁ ରହିଥିଲା। ସଚିନ ୩୨୧ଟି ମ୍ୟାଚ ଖେଳି ୧୩ ହଜାର ରନ କ୍ଲବରେ ସାମିଲ ହୋଇପାରିଥିଲେ। ବିରାଟ ଓ ସଚିନଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂ। 

ଏହା ବ୍ୟତିତ କଲମ୍ବୋର ପ୍ରେମଦାସା ଷ୍ଟାଡ଼ିୟମରେ ଲଗାତାର ୪ଟି ଦିନିକିଆ ମ୍ୟାଚରେ ୪ଟି ଶତକ ମାରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ଏହି ଷ୍ଟାଡ଼ିୟମରେ ବିଗତ ୪ଟି ଦିନିକିଆରେ ଯଥାକ୍ରମେ ୧୨୮,୧୩୧,୧୧୦ ଓ ୧୨୨ ରନ କରିଛନ୍ତି। 

Also Read: Parliament New Dress code: ନୂଆ ପାର୍ଲିଆମେଣ୍ଟରେ ଏବେ ନୂଆ ୟୁନିଫର୍ମ..

Also Read: Puri Jagannath Temple: ଆଜି କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

Also Read: Asia Cup 2023: କୋହଲିଙ୍କ ବିରାଟ ରେକର୍ଡ଼, ପଛରେ ପଡ଼ିଲେ ସଚିନ ଓ ରିକି ପଣ୍ଟିଂ