Advertisement
Article Detail0/zeeodisha/odisha2471101

PAK vs ENG: ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କଲା ପିସିବି, ଦଳରୁ ବିଦା ହେଲେ ବାବର ସମେତ ଏହିସବୁ ଖେଳାଳି

PAK vs ENG Test Squad: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ତଥା ତୃତୀୟ ଟେଷ୍ଟ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛି। ଏହା ସମେତ ପାକିସ୍ତାନ କ୍ରିକେଟ୍ ବୋର୍ଡ ବାବର ଏବଂ ଶାହିନଙ୍କୁ ଦଳରୁ ବାଦ ଦେଇଛି।

 

PAK vs ENG Test Squad
PAK vs ENG Test Squad

PAK vs ENG Test Squad: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛି। ଶାନ ମାସୁଦଙ୍କ ଦ୍ୱାରା ଅଧିନାୟକ ଦଳରେ ନୂତନ ଖେଳାଳି ସ୍ଥାନ ପାଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ ବାବର ଆଜାମ, ଶାହିନ୍ ଆଫ୍ରିଦି, ନାସିମ ଶାହା ଏବଂ ସରଫରାଜ ଅହମ୍ମଦଙ୍କୁ ଏକ ବଡ଼ ଝଟକା ଦେଇଛି। ପିସିବି ଏହି ଚାରି ଖେଳାଳିଙ୍କୁ ଦଳରୁ ବାଦ୍ କରିଛି। ସରଫରାଜ ମୁଖ୍ୟ ଦଳର ଅଂଶ ନଥିଲେ। ସେ ବେଞ୍ଚରେ ସାମିଲ୍ ଥିଲେ। ରବିବାର ଦିନ ଅପରାହ୍ନରେ ପିସିବି ଦଳ ଘୋଷଣା କରିଛି।

ପିସିବି ଏହାର ଅଫିସିଆଲ୍ ୱେବସାଇଟରେ ବାବର ଏବଂ ଶାହିନଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛି। ବୋର୍ଡ ଲେଖିଛି, ଚୟନକର୍ତ୍ତାମାନେ ବାବର ଆଜାମ, ନାସିମ ଶାହା, ସରଫରାଜ ଅହମ୍ମଦ ଏବଂ ଶାହିନ ଆଫ୍ରିଦିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆବର ଅହମ୍ମଦ ଆଘାତରୁ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି। ତେଣୁ ସେ ଚୟନ ପାଇଁ ଉପଲବ୍ଧ ନଥିଲେ।

ଏହି ଚାରି ଖେଳାଳିଙ୍କୁ ସ୍ଥାନ ଦେଲା ପାକିସ୍ତାନ କ୍ରିକେଟ୍ ବୋର୍ଡ 
ବାବର, ଶାହିନ୍, ନାସିମ୍ ଏବଂ ସରଫରାଜଙ୍କ ସ୍ଥାନରେ ଚାରିଜଣ ନୂତନ ଖେଳାଳିଙ୍କୁ ପିସିବି ସୁଯୋଗ ଦେଇଛି। ବୋର୍ଡ କହିଛି, ହସିବୁଲ୍ଲା, ମେହେରାନ ମମତାଜ, କାମରନ ଗୁଲାମ ଏବଂ ଦ୍ରୁତ ବୋଲର ମହମ୍ମଦ ଅଲିଙ୍କୁ ସୁଯୋଗ ଦିଆଯାଇଛି। ଏମାନଙ୍କ ସହିତ ଅଫ୍ ସ୍ପିନର ସାଜିତ ଖାନ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରଥମ ଟେଷ୍ଟ ପାଇଁ ନୋମାନ ଅଲି ଏବଂ ଜାହିଦ ମହମୁଦ ମୁଖ୍ୟ ଦଳର ଅଂଶ ହୋଇଥିଲେ। କିନ୍ତୁ ଉଭୟଙ୍କୁ ରିଲିଜ୍ କରାଯାଇଛି।

Add Zee News as a Preferred Source

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ପାକିସ୍ତାନ ଦଳ: ଶାନ ମାସୁଦ (ଅଧିନାୟକ), ସୌଦ ଶାକିଲ (ଉପ-ଅଧିନାୟକ), ଆମୀର ଜମାଲ, ଅବଦୁଲ୍ଲା ଶାଫିକ୍, ହାସିବୁଲ୍ଲା (ୱିକେଟ୍ କିପର), କାମରାନ୍ ଗୁଲାମ, ମେହେରନ୍ ମମତାଜ, ମିର ହାମଜା, ମହମ୍ମଦ ଅଲି, ମହମ୍ମଦ ହୁରାଇରା , ମହମ୍ମଦ ରିଜୱାନ (ୱିକେଟ୍ କିପର), ନୋମାନ ଅଲି, ସାଇମ ଆୟୁବ, ସାଜିଦ ଖାନ, ସଲମାନ ଅଲି ଆଗା ଓ ଜାହିଦ ମହମୁଦ।

About the Author