T20 World Cup 2022: ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଘୋଷଣା କଲା ଦଳ, ଦଳରେ ଅନେକ ବଡ ଖେଳାଳି ଆଉଟ
Advertisement
Article Detail0/zeeodisha/odisha1353118

T20 World Cup 2022: ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଘୋଷଣା କଲା ଦଳ, ଦଳରେ ଅନେକ ବଡ ଖେଳାଳି ଆଉଟ

Pakistan T20 World Cup Squad: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ପାକିସ୍ତାନ ନିଜର 15 ଜଣିଆ ଦଳ ଘୋଷଣା କରିଛି । ଆହତଥିବା ଶାହିନ୍ ଶାହା ଆଫ୍ରିଦି ବର୍ତ୍ତମାନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Pakistan T20 World Cup Squad: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏହାର ଜାତୀୟ ଦଳ ଘୋଷଣା କରିଛି । ବାବର ଆଜାମଙ୍କ (Babar Azam) ନେତୃତ୍ୱରେ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ମଧ୍ୟ ସାମିଲ ହୋଇଛନ୍ତି, ଯିଏ ଆହତ କାରଣରୁ ୨୦୨୨ ଏସିଆ କପ୍‌ରୁ ବାଦ ପଡିଥିଲେ । ଏହା ବ୍ୟତୀତ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଶାନ ମାସୁଦଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି ।