President Murmu plays badminton : ବିଶିଷ୍ଟ ଷ୍ଟାର ଖେଳାଳିଙ୍କ ସହ ଟେନିସ୍‌ ଖେଳିଲେ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha2331102

President Murmu plays badminton : ବିଶିଷ୍ଟ ଷ୍ଟାର ଖେଳାଳିଙ୍କ ସହ ଟେନିସ୍‌ ଖେଳିଲେ ରାଷ୍ଟ୍ରପତି

President Murmu plays badminton : କ୍ରୀଡା ଏବଂ ଖେଳ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଇଛା ଓ ଦୁର୍ବଳତା ଭରି ରହିଛି। ସେ ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ ଫିଲ୍ଡରେ ବହୁ ଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି।

droupadi murmu

sports news :କ୍ରୀଡା ଏବଂ ଖେଳ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଇଛା ଓ ଦୁର୍ବଳତା ଏବେ ସାମ୍ନାକୁ ଆସିଛି। ସେ ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ ଫିଲ୍ଡରେ ବହୁ ଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି।ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ପୋଷ୍ଟ ମାଧ୍ୟମରେ କିଛି ଫଟୋ ମଧ୍ୟ ଶେୟାର କରାଯାଇଛି। 

ଏହି ପୋଷ୍ଟରେ ରାଷ୍ଟ୍ରପତି ଭବନ ବ୍ୟାଡମିଣ୍ଟନ କୋର୍ଟରେ ଭେଟେରାନ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିବା ବେଳେ କ୍ରୀଡ଼ା ପ୍ରତି ରାଷ୍ଟ୍ରପତିଙ୍କ ପ୍ରେମ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟକ ପଦକ୍ଷେପ ବ୍ୟାଡମିଣ୍ଟନ ଦୁନିଆକୁ ଆହୁରି ମଜଭୁତ କରୁଛି ଏବଂ ମହିଳା ଖେଳାଳିମାନେ ବିଶ୍ୱ ସ୍ତରରେ ଏକ ବଡ ପ୍ରଭାବ ପକାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁ ଜଣେ ପେସାଦାର ବ୍ୟାଡମିଣ୍ଟନ ଖେଳାଳି ପରି ଦେଖାଯାଉଥିଲେ। ସେ ଅନେକ ଥର ସାଇନା ନେହୱାଲଙ୍କୁ ପରାସ୍ତ କରିଥିଲେ। ଲାଗୁଥିଲା ଯେପରି ସେ ପୂର୍ବରୁ ବ୍ୟାଡମିଣ୍ଟନ ଖେଳିଥିଲେ।ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସାଇନା ନେହୱାଲ ରାଷ୍ଟ୍ରପତି ଭବନରେ ଏକ ବକ୍ତୃତା ପ୍ରଦାନ କରିବେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବେ।