ରାଜ୍ୟସଭାକୁ ଯିବେ କି ସୌରଭ ଗାଙ୍ଗୁଲି? ଆସିଲା ଏହି ବଡ଼ ଅପଡେଟ୍
Advertisement
Article Detail0/zeeodisha/odisha1204795

ରାଜ୍ୟସଭାକୁ ଯିବେ କି ସୌରଭ ଗାଙ୍ଗୁଲି? ଆସିଲା ଏହି ବଡ଼ ଅପଡେଟ୍

Sourav Ganguly News: ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଖବରକୁ ବିସିସିଆଇ (BCCI) ସଚିବ ଜୟ ଶାହା (Jay Shah) ଖଣ୍ଡନ କରିଛନ୍ତି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା (Jay Shah) ସୌରଭ ଗାଙ୍ଗୁଲି (Sourav Ganguly) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଖବରକୁ ଖାରଜ କରିଛନ୍ତି । ଯେତେବେଳେ ଗାଙ୍ଗୁଲି ନିଜ ୩୦ ବର୍ଷର କ୍ରିକେଟ୍ କ୍ୟାରିୟର ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ, ସେତେବେଳେ ଗାଙ୍ଗୁଲିଙ୍କ ଇସ୍ତଫା ଖବର ପ୍ରସାରିତ ହୋଇଥିଲା । ଏଥିରେ ସେ ଭବିଷ୍ୟତ ପାଇଁ ଯୋଜନା ବିଷୟରେ କହିଥିଲେ । ତାଙ୍କର ଏହି ପୋଷ୍ଟ ପରେ ପଶ୍ଚିମବଙ୍ଗ ବିଜେପି ସୂତ୍ରରୁ ପ୍ରକାଶ ଯେ ଗାଙ୍ଗୁଲିଙ୍କୁ କ୍ରୀଡା କୋଟାରୁ ରାଜ୍ୟସଭାରେ ମନୋନୀତ କରାଯାଇପାରେ ।

ବିସିସିଆଇର ସଭାପତି ଗାଙ୍ଗୁଲି ଲେଖିଛନ୍ତି, 'କ୍ରିକେଟ୍ ରେ ୨୦୨୨ ବର୍ଷ ମୋର ୩୦ ତମ ବର୍ଷ । ମୁଁ ୧୯୯୨ ରେ ଖେଳିବା ଆରମ୍ଭ କରିଥିଲି, ସେବେଠାରୁ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି ।'

ସେ ଆଗକୁ ଆହୁରି ଲେଖିଛନ୍ତି, "ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ମୋତେ ଆପଣଙ୍କ ସମସ୍ତଙ୍କର ସମର୍ଥନ ଦେଇଛି । ମୁଁ ମୋର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯିଏ ମୋ ଯାତ୍ରାର ଏକ ଅଂଶ ହୋଇଛି । ମୋତେ ସମର୍ଥନ କରିଛି ଏବଂ ମୁଁ ଆଜି ଯେଉଁଠାରେ ଅଛି ସେଠାରେ ପହଞ୍ଚିବାରେ ସାହାଯ୍ୟ କରିଛି । ଆଜି ମୁଁ କିଛି ଆରମ୍ଭ କରିବାକୁ ଯୋଜନା କରୁଛି, ଯାହା ମୁଁ ଭାବୁଛି ବୋଧହୁଏ ଅନେକ ଲୋକଙ୍କୁ ସାହାଯ୍ୟ କରିବ । ମୁଁ ଆଶା କରେ ଆପଣ ଜୀବନର ଏହି ନୂତନ ଅଧ୍ୟାୟରେ ମୋ ସହିତ ରହିବେ ।

କହି ରଖୁଛୁ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା । ନିର୍ବାଚନ ପୂର୍ବରୁ ଏପରି ଆଲୋଚନା ହୋଇଥିଲା ଯେ ବିଧାନସଭା ନିର୍ବାଚନରେ ​​ବିଜେପି ଗାଙ୍ଗୁଲିଙ୍କୁ ଚେହେରା କରିପାରେ । ତେବେ ଗାଙ୍ଗୁଲି ଏହାକୁ ଅସ୍ୱୀକାର କରି କୌଣସି ଦଳରେ ଯୋଗ ଦେଇନଥିଲେ ।

ନିକଟରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ବିଧାନସଭା ନିର୍ବାଚନ ପରେ ବଙ୍ଗଳା ଗସ୍ତରେ ଯାଇଥିଲେ, ସେତେବେଳେ ସେ 'ଦାଦା'ଙ୍କ ଘରେ ରାତ୍ରୀ ଭୋଜନ କରିଥିଲେ । ଯେତେବେଳେ ଅମିତ ଶାହାଙ୍କୁ ଭେଟିବା ବିଷୟରେ ଗାଙ୍ଗୁଲିଙ୍କୁ ପଚରାଯାଇଥିଲା, ସେ କହିଥିଲେ ଯେ ରାତ୍ରୀ ଭୋଜନକୁ ନେଇ ରାଜନୈତିକ ଲିଙ୍କ କରାଯିବା ଉଚିତ ନୁହେଁ ।

ଏହା ବି ପଢ଼ନ୍ତୁ: KK Last Video: କନସର୍ଟ ସମୟରେ କହିଥିଲେ... 'ହାଏ, ମେ ମରାଯାଉଁ ୟହିଁ ପର'

ଏହା ବି ପଢ଼ନ୍ତୁ: ମାଗଣାରେ ତିଆରି କରିପାରିବେ ଇ-ଶ୍ରମ କାର୍ଡ; ମିଳିବ ୨ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ପ୍ରୋସେସ