India vs Japan: ଏସିଆନ୍ ମହିଳା ହକି ଚାମ୍ପୟନସିପରେ ସ୍ବର୍ଣ୍ଣ ଜିତିଲା ଭାରତ
Advertisement

India vs Japan: ଏସିଆନ୍ ମହିଳା ହକି ଚାମ୍ପୟନସିପରେ ସ୍ବର୍ଣ୍ଣ ଜିତିଲା ଭାରତ

Women’s Asian Champions Trophy: ଏସିଆନ୍ ମହିଳା ହକି ଚାମ୍ପୟନସିପରେ (Women’s Asian Champions Trophy 2023) ସ୍ବର୍ଣ୍ଣ (Gold Medal) ହାତେଇଛି ଭାରତ । ଗତ ଥରର ଚାମ୍ପୟନ୍ ଜାପାନଙ୍କୁ ହରାଇ ଏହି ବୃହତ ବିଜୟ ହାତେଇଛି ଭାରତୀୟ ମହିଳା ହକି ଦଳ ।

ସୌ(ସୋସିଆଲ ମିଡିଆ)

Women’s Asian Champions Trophy 2023: ଏସିଆନ୍ ମହିଳା ହକି ଚାମ୍ପୟନସିପରେ (Women’s Asian Champions Trophy 2023) ସ୍ବର୍ଣ୍ଣ (Gold Medal) ହାତେଇଛି ଭାରତ । ଗତ ଥରର ଚାମ୍ପୟନ୍ ଜାପାନଙ୍କୁ ହରାଇ ଏହି ବୃହତ ବିଜୟ ହାତେଇଛି ଭାରତୀୟ ମହିଳା ହକି ଦଳ ।

ସୂଚନା ଅନୁଯାୟୀ, ରାଞ୍ଚି ସ୍ଥିତ ଜୟପାଲ ସିଂ ହକି ଷ୍ଟାଡ଼ିୟମରେ (Jaipal Singh Stadium Ranchi) ଭାରତ ଓ ଜାପାନ ମଧ୍ଯରେ ଏହି ମ୍ୟାଚ୍ ଖେଳା ଯାଇଥିଲା । ଭାରତ ଏହି ମ୍ୟାଚ୍ ରେ ଜାପାନକୁ ୪-୦ ଗୋଲରେ ପରାସ୍ତ କରିଛି । ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ଦମଦାର ପ୍ରଦର୍ଶନ ବଳରେ ଜାପାନଙ୍କୁ ଧରାଶାୟୀ କରିଥିଲେ ଭାରତୀୟ ମହିଳା ହକି ଦଳ (Indian hockey women's team ) । ଟୁର୍ଣ୍ଣାମେଣ୍ଟର ୭ରୁ ୭ଟି ମ୍ୟାଚ୍ ଜିତି ରେକର୍ଡ଼ କରିଛି ଦଳ । ଏହି ମ୍ୟାଚ୍ ରେ ଭାରତୀୟ ଟିମ୍ ୨୭ଟି ଗୋଲ ଦେଇଥିବା ବେଳେ ମାତ୍ର ୩ଟି ଗୋଲ ଖାଇଛି । ଅନ୍ୟପଟେ ଚୀନ ୨-୧ ଗୋଲରେ କୋରିଆକୁ ହରାଇଛି । ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଭାରତୀୟ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଓ ଦଳର ସପୋର୍ଟ ଷ୍ଟାଫଙ୍କୁ ଦେଢ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି । ଏହାପୂର୍ବରୁ ମଧ୍ୟ ୨୦୧୬ ମସିହାରେ ମହିଳା ଏସିଆନ୍ସ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ହାସଲ କରିଥିଲା ଭାରତ ।

 

Also Read-World Cup 2023: ମ୍ୟାଚ୍ ପରେ ମନ ଜିତିଲା ବିରାଟଙ୍କ ବୟାନ, ଦେଖନ୍ତୁ ଭିଡ଼ିଓ

Also Read-World Cup 2023: ବିଶ୍ୱକପ୍ ବେଳେ ଏହି ଟିମକୁ ବଡ଼ ଝଟକା, ବରଖାସ୍ତ ହେଲା ପୂରା କ୍ରିକେଟ୍ ବୋର୍ଡ...