Team India: ଭାରତୀୟ ଟିମ ପାଇଁ ଖୁସିର ଖବର, ଦଳକୁ ଫେରିବେ ଏହି ତିନି ମ୍ୟାଚ ୱିନର୍
Advertisement
Article Detail0/zeeodisha/odisha1502098

Team India: ଭାରତୀୟ ଟିମ ପାଇଁ ଖୁସିର ଖବର, ଦଳକୁ ଫେରିବେ ଏହି ତିନି ମ୍ୟାଚ ୱିନର୍

India vs Srilanka: କିଛି ମିଡିଆ ରିପୋର୍ଟସ ଅନୁଯାୟୀ, ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦଳର ଅଧିନାୟକତ୍ୱ ଭାର ଦିଆଯାଇପାରେ । ଭାରତୀୟ ଟିମକୁ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି-20 ମ୍ୟାଚ ସହ ୱାନଡେ ସିରିଜ ବି ଖେଳିବାକୁ ପଡ଼ିବ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସିରିଜ ସମୟରେ ଏହି ଦୁଇ ଷ୍ଟାର ଖେଳାଳି ଟିମକୁ ବ୍ୟାକ୍ କରିପାରନ୍ତି।

Team India: ଭାରତୀୟ ଟିମ ପାଇଁ ଖୁସିର ଖବର, ଦଳକୁ ଫେରିବେ ଏହି ତିନି ମ୍ୟାଚ ୱିନର୍

Team India: ବର୍ଷ ୨୦୨୨ ରେ ଟିମ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଟିମ ଇଣ୍ଡିଆକୁ ଟି-୨୦ ୱାର୍ଲ୍ଡକପ୍ ର ସେମିଫାଇନାଲ ରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲରେ ୧୦ ୱିକେଟରେ ପରାସ୍ତର ଦ୍ୱାର ଦେଖିବାକୁ ପଡ଼ିଲା। କାରଣ ବହୁତ ସମୟରେ ଭାରତୀୟ ଟିମର ଖେଳାଳି ମାନେ ଆହତ ଅବସ୍ଥାକୁ ସାମ୍ନା କରିଥାନ୍ତି। ଏଥିରେ କ୍ୟାପଟେନ ରୋହିତ ଶର୍ମା, ଜସପ୍ରିତ ବୁମରା, ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ଅଛନ୍ତି। ମାତ୍ର ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି। ଏହି ତିନି ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ୱାନଡେ ସିରିଜରେ ଟିମକୁ ଫେରିପାରନ୍ତି।

ରୋହିତ ଶର୍ମା (Rohit Sharma) ବାଂଲାଦେଶ ବିପକ୍ଷ ୱାନଡେ ସିରିଜ ସମୟରେ ସାମାନ୍ୟ ଆହତ ହୋଇଥିଲେ । ଏହାପରେ ସେ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। ଯାହାଫଳରେ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିବା ନେଇ ଆଶଙ୍କା କମ ଦେଖାଦେଇଥିଲା । କିଛି ମିଡିଆ ରିପୋର୍ଟସ ଅନୁଯାୟୀ, ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାକୁ ଦଳର ଅଧିନାୟକତ୍ୱ ଭାର ଦିଆଯାଇପାରେ । ଭାରତୀୟ ଟିମ (Team India Vs Srilanka) ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ୱାନଡେ ସିରିଜର (One Dat Series) ମ୍ୟାଚ ଖେଳିବାକୁ ଯାଉଛି।  

Also Read: PAK vs NZ: ମୁଖ୍ୟ ଚୟନକର୍ତ୍ତା ହେବା ମାତ୍ରେ ଆକ୍ସନ ମୋଡରେ ଶାହିଦ ଆଫ୍ରିଦି, ସିରିଜର କିଛି ଘଣ୍ଟା ପୂର୍ବରୁ ବଦଳାଇଲେ ଦଳ

ଜସପ୍ରିତ ବୁମରା ଆହତ ହୋଇଥିବା ବେଳେ ଏସିଆ କପ୍ (Asia Cup) ଓ ଟି-20 ୱାର୍ଲଡ କପ (T-20 World Cup) ରେ ଭାଗ ନେଇପାରିନଥିଲେ। ବୁମରାଙ୍କ ବ୍ୟାକ୍ ଇଞ୍ଜୁରି ରହିଛି। ସେହିପରି ରବିନ୍ଦ୍ର ଜାଡେଜାଙ୍କ ଆଣ୍ଠରେ ଆଘାତ ଲାଗିଛି। ଖାସ୍ ଏଥିପାଇଁ ସେ ମଧ୍ୟ ଟି-20 ୱାର୍ଲଡକପ୍ ୨୦୨୨ ରେ ସାମିଲ ହୋଇପାରିନଥିଲେ। ଭାରତୀୟ ଟିମକୁ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି-20 ମ୍ୟାଚ ସହ ୱାନଡେ ସିରିଜ ବି ଖେଳିବାକୁ ପଡ଼ିବ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସିରିଜ ସମୟରେ ଏହି ଦୁଇ ଷ୍ଟାର ଖେଳାଳି ଟିମକୁ ବ୍ୟାକ୍ କରିପାରନ୍ତି।

Also Read: Year 2022: କେଉଁ ଫର୍ମାର୍ଟରେ କିପରି ଥିଲା ଭାରତୀୟ ଦଳର ପ୍ରଦର୍ଶନ? କିଏ କରିଛନ୍ତି ସର୍ବାଧିକ ରନ? କିଏ ନେଇଛନ୍ତି ସର୍ବାଧିକ ୱିକେଟ?

ବର୍ଷ ୨୦୨୩ ରେ ୱାନଡେ ୱାର୍ଲଡକପ୍ (One Day World Cup)  କେବଳ ଭାରତରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ୱାନଡେ ୱାର୍ଲଡକପ୍ ଟାଇଟଲ ଜିତିଛି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଏବଂ ୨୦୧୧ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ଜିତିଥିଲା । ୨୦୨୩ ମସିହାରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ସହିତ ପ୍ରସ୍ତୁତି ଆରମ୍ଭ କରିବ ।