IND vs ENG: ଇଂଲଣ୍ଡ ଠାରୁ ପରାଜୟ ପରେ ସିନିୟର ଖେଳାଳିଙ୍କ ଅବସରୁକୁ ନେଇ କୋଚ୍ ଦ୍ରାବିଡ଼ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1435182

IND vs ENG: ଇଂଲଣ୍ଡ ଠାରୁ ପରାଜୟ ପରେ ସିନିୟର ଖେଳାଳିଙ୍କ ଅବସରୁକୁ ନେଇ କୋଚ୍ ଦ୍ରାବିଡ଼ ଦେଲେ ବଡ଼ ବୟାନ

Rahul Dravid Press conference: ଦ୍ରାବିଡ କହିଛନ୍ତି ଯେ ଖେଳାଳିମାନେ ବିଦେଶୀ ଲିଗରେ ଖେଳିବେ କି ନାହିଁ ଏହା ବିସିସିଆଇ ନିଷ୍ପତ୍ତି ନେବ । ଏଥି ସହିତ, ଦ୍ରାବିଡ ଦଳରେ ଥିବା ସିନିୟର ଖେଳାଳିଙ୍କ ଅବସର ବିଷୟରେ କଥାବାର୍ତ୍ତା କରି ଅନେକ କିଛି କହିଛନ୍ତି । 

ସୌ: ସୋସିଆଲ ମିଡିଆ

India vs England: Rahul Dravid Press conference, ଟି-୨୦ ବିଶ୍ୱକପ ୨୦୨୨ ର ସେମିଫାଇନାଲରେ ଟିମ୍ ଇଣ୍ଡିଆର (Team India) ଲଜ୍ଜାଜନକ ପରାଜୟ ପରେ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିଲେ । ସାମ୍ବାଦିକ ସମ୍ମିଳନୀ (Press conference) ପାଇଁ ରୋହିତ ଶର୍ମା (Rohit Sharma) ଆସିବେ ବୋଲି କୁହାଯାଉଥିଲା, କିନ୍ତୁ ଦ୍ରାବିଡ଼ ତାଙ୍କୁ ଅଟକାଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଆସିଥିଲେ । ଏହି ସମୟରେ ରାହୁଲ ଦ୍ରାବିଡ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ସିନିୟର ଖେଳାଳିଙ୍କ ଅବସର ଓ ଭାରତୀୟ ଖେଳାଳିଙ୍କ ବିଦେଶୀ ଟି-୨୦ ଲିଗରେ ଖେଳିବାକୁ ନେଇ ନିଜର ଜବାବ ରଖିଥିଲେ ।

ବିଦେଶୀ ଲିଗ୍ ଖେଳିବା ବିଷୟରେ ଦ୍ରାବିଡ କହିଛନ୍ତି ଯେ ଭାରତୀୟ ଖେଳାଳିଙ୍କ ପାଇଁ ବିଦେଶୀ ଲିଗରେ ଖେଳିବା ସହାୟକ ହୋଇପାରେ, କିନ୍ତୁ ଖେଳାଳିମାନେ ବିଦେଶୀ ଲିଗରେ ଖେଳିବେ କି ନାହିଁ ତାହା ବିସିସିଆଇ ଦ୍ୱାରା ସ୍ଥିର ହେବ ।

ସିନିୟର ଖେଳାଳିଙ୍କ ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ ମ୍ୟାଚ୍ ପରେ ଠିକ୍ ଏ ବିଷୟରେ ଆଲୋଚନା କରିବା ବହୁତ ଶୀଘ୍ର ଅଟେ । ଏ ବିଷୟରେ କଥାବାର୍ତ୍ତା କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଆମେ ଆଗାମୀ ବିଶ୍ୱକପ ପାଇଁ ଏକ ଦଳ ଗଠନ କରିବୁ ।

ଆଡିଲେଡରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ ୧୬୯ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ବିରୋଧୀ ଦଳ ମାତ୍ର ୧୬ ଓଭରରେ ଏହି ସ୍କୋର ହାସଲ କରିଥିଲେ । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି ଯେ ଏହି ପିଚରେ ଆମେ ଅତି କମରେ ୧୮୦-୧୮୫ ରନ୍ ସ୍କୋର କରିବା ଉଚିତ୍ ଥିଲା ।

ଇଂଲଣ୍ଡ ବିପକ୍ଷ ୧୦ ୱିକେଟ୍ ପରାଜୟ ଉପରେ ଦ୍ରାବିଡ କହିଛନ୍ତି ଯେ ଏହି ବିଶ୍ୱକପ୍‌ରେ ଆମର ଅନେକ ମୁହୂର୍ତ୍ତ ଆମର ଥିଲା, କିନ୍ତୁ ଆଜି ଆମେ ସେତେ ଭଲ ଦେଖାଯାଉ ନ ଥିଲୁ ।

ଏହି ସମୟରେ ରାହୁଲ ଦ୍ରାବିଡ ଇଂଲଣ୍ଡର ଓପନିଂ ଯୋଡି ଜୋସ୍ ବଟଲର ଏବଂ ଆଲେକ୍ସ ହାଲ୍ସଙ୍କୁ ମଧ୍ୟ ପ୍ରଶଂସା କରିଥିଲେ, ଦ୍ରାବିଡ କହିଛନ୍ତି ଯେ ଆମେ ଜାଣୁ ଯେ ଏହି ଦୁଇଜଣ ସେମାନଙ୍କର ମୁଖ୍ୟ ଖେଳାଳି, ସେମାନେ ଆମ ଉପରେ ଚାପ ପକାନ୍ତି । ଆମେ ଭାବୁଥିଲୁ ଆମେ ଖେଳକୁ ନିୟନ୍ତ୍ରଣ କରିବୁ, କିନ୍ତୁ ଯେତେବେଳେ ସେମାନେ ଆମର ସ୍ପିନରଙ୍କୁ ପ୍ରହାର କରିଥିଲେ, ସେତବେଳେ ଆମେ ଏହା ପାରିଲୁ ନାହିଁ । ଇଂଲଣ୍ଡ ଭଲ ଖେଳିଥିଲା ​​ଓ ତାହା ହେଉଛି ବାସ୍ତବତା ।

ଏହା ବି ପଢ଼ନ୍ତୁ: IND vs ENG: ପରାଜୟ ପାଇଁ ଏମାନଙ୍କୁ ଦାୟୀ କଲେ ରୋହିତ, ମ୍ୟାଚ୍ ପରେ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ: India vs England: ଟି-୨୦ ବିଶ୍ୱକପରୁ ବାଦ ପଡିଲା ଟିମ୍ ଇଣ୍ଡିଆ, ଜାଣନ୍ତୁ ସେମିଫାଇନାଲରୁ ହରିବାର ୪ଟି ବଡ଼ କାରଣ