T20 World Cup: ଟିମ୍ ଇଣ୍ଡିଆର ପରାଜୟକୁ ନେଇ BCCI ର ମଜାକ ଉଡ଼ାଇଲେ PCB ଚେୟାରମ୍ୟାନ ରମିଜ ରାଜା
Advertisement

T20 World Cup: ଟିମ୍ ଇଣ୍ଡିଆର ପରାଜୟକୁ ନେଇ BCCI ର ମଜାକ ଉଡ଼ାଇଲେ PCB ଚେୟାରମ୍ୟାନ ରମିଜ ରାଜା

Ramiz Raja on BCCI: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ର ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିବା ଯୋଗୁଁ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା । ଭାରତର ଏହି ପରାଜୟକୁ ନେଇ ରମିଜ ରାଜା କଟାକ୍ଷ କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଜାଣିବା ସେ କ'ଣ ସବୁ କହିଛନ୍ତି ।

 

ସୌ: ସୋସିଆଲ ମିଡିଆ

T20 World Cup 2022: Ramiz Raja, ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତ ପାକିସ୍ତାନକୁ (Pakistan) ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା । ସୁପର-୧୨ ରେ ପାଞ୍ଚଟି ମ୍ୟାଚ୍ ଖେଳି ଭାରତ ମାତ୍ର ଗୋଟିଏ ମ୍ୟାଚରେ ହାରିଥିଲା । କିନ୍ତୁ ସେମିଫାଇନାଲରେ ପହଞ୍ଚିବା ପରେ ଭାରତ (Team India) ପରାଜିତ ହୋଇଥିଲା, ଅନ୍ୟପକ୍ଷରେ ବାବର ଆଜାମଙ୍କ (Babar Azam) ନେତୃତ୍ୱାଧୀନ ପାକିସ୍ତାନ ଦଳ (Pakistan Team) ସୁପର-୧୨ ରେ ଖରାପ ଆରମ୍ଭ କରି ଫାଇନାଲରେ ପହଞ୍ଚି ସାରିଛି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପ (T20 World Cup) ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା (Ramiz Raja) ଟିମ୍ ଇଣ୍ଡିଆ ଓ ବିସିସିଆଇକୁ (BCCI) ନେଇ ପରିହାସ କରିଛନ୍ତି ।

ଟି-୨୦ ବିଶ୍ୱକପ ୨୦୨୨ ସେମିଫାଇନାଲରେ ଭାରତର ହାରିବାକୁ ନେଇ ପରିହାସ କରି ପିସିବି ମୁଖ୍ୟ ରମିଜ ରାଜା କହିଛନ୍ତି ଯେ ପାକିସ୍ତାନ ଖେଳାଳିମାନେ ବିଲିୟନ ଡଲାରର ଲିଗ୍ କ୍ରିକେଟରଙ୍କ ଅପେକ୍ଷା ଭଲ । ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଫାଇନାଲରେ ପାକିସ୍ତାନ ଇଂଲଣ୍ଡ ସହ ମୁହାଁମୁହିଁ ହେବ ।

ରମିଜ ରାଜା କହିଛନ୍ତି, ଆମେ ନିଜ ଉପରେ ସନ୍ଦେହ ଜାରି ରଖିଛୁ । ଆପଣ ଦେଖିଥିବେ ବିଶ୍ୱ କ୍ରିକେଟ୍ କେତେ ପଛରେ ରହିଯାଇଛି ଓ ପାକିସ୍ତାନ କେତେ ଦୂର ଆଗେଇ ଆସିଛି । ଆପଣ ଦେଖିଥିବେ, ଏହି ବିଶ୍ୱକପ୍‌ରେ ଏହା ଦେଖାଯାଇଛି ଯେ ବିଲିୟନ ଡଲାର ଇଣ୍ଡଷ୍ଟ୍ରିର ଦଳ ପଛରେ ରହିଯାଇଛି ଓ ଆମେ ଉପରକୁ ଆସି ସାରିଛୁ । ତେଣୁ ଆମେ ଅନେକ ଜିନିଷ ଠିକ୍ କରୁଛୁ, ତେଣୁ ଏହାକୁ ଉପଭୋଗ କରନ୍ତୁ ଓ ସମ୍ମାନ କରନ୍ତୁ ।

ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି ଓ ଏହି ସମୟ ମଧ୍ୟରେ ପୂର୍ବତନ ଦ୍ରୁତ ବୋଲର ତଥା ଅଧିନାୟକ ୱାସିମ ଆକ୍ରାମ ଏକ ବଡ଼ କଥା କହିଛନ୍ତି । ୱାସିମ ଆକ୍ରାମ କହିଛନ୍ତି ଯେ କେଉଁଠି ନା କେଉଁଠି କମ୍ ବୟସରେ ଭାରତୀୟ ଖେଳାଳିଙ୍କୁ ଆଇପିଏଲରେ ଅଧିକ ଟଙ୍କା ମିଳିଯାଉଛି, ଯେଉଁଥିପାଇଁ ସେମାନେ କାମ ବନ୍ଦ କରିଦିଅନ୍ତି ଓ ଏହାପରେ ସେମାନଙ୍କର ପ୍ରଦର୍ଶନ ଖରାପ ହୋଇଯାଏ ।

ରବିବାର ଦିନ ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲରେ ପାକିସ୍ତାନ ଦଳ ଇଂଲଣ୍ଡ ବିପକ୍ଷରେ ଖେଳିବ । ସୁପର-୧୨ ରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିଯିବା ପରେ ପାକିସ୍ତାନ ବିଶ୍ୱକପରୁ ବାଦ୍ ପଡ଼ିବାକୁ ଯାଉଥିଲା, କିନ୍ତୁ ନେଦରଲ୍ୟାଣ୍ଡ ଆଫ୍ରିକାକୁ ହରାଇ ଟୁର୍ଣ୍ଣାମେଣ୍ଟରେ ଓଲଟଫେର କରିଥିଲା । ଏହା ପରେ ବାଂଲାଦେଶକୁ ପରାସ୍ତ କରି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲେ । ସମିଫାଇନାଲରେ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । 

ଏହା ବି ପଢ଼ନ୍ତୁ: IPL ରେ ଅଧିକ ଟଙ୍କା ପାଇବା ପରେ ପରିଶ୍ରମ କରନ୍ତି ନାହିଁ ଭାରତୀୟ! ଆକ୍ରାମଙ୍କ ଏହି ବୟାନକୁ ନେଇ ତୁଫାନ

ଏହା ବି ପଢ଼ନ୍ତୁ: ICC Prize Money: ବିଶ୍ୱକପରୁ ବାଦ ପଡିବା ପରେ ମଧ୍ୟ ଭାରତ ପାଇବ ଏତିକି କୋଟି ଟଙ୍କାର ପୁରସ୍କାର

ଏହା ବି ପଢ଼ନ୍ତୁ:T20 World Cup 2022: ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍