T20 World Cup 2022: ଅଷ୍ଟ୍ରେଲିଆ ମାଟିରେ ବିରାଟ ଭାଙ୍ଗିଲେ 'ଭଗବାନ'ଙ୍କ ରେକର୍ଡ
Advertisement

T20 World Cup 2022: ଅଷ୍ଟ୍ରେଲିଆ ମାଟିରେ ବିରାଟ ଭାଙ୍ଗିଲେ 'ଭଗବାନ'ଙ୍କ ରେକର୍ଡ

ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ (T20 World Cup 2022) ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ବ୍ୟାଟରୁ ରନ୍ ବର୍ଷା ହେବାରେ ଲାଗିଛି । ପ୍ରତ୍ୟେକ ମ୍ୟାଚ୍‌ରେ ବିରାଟ କୋହଲି ନିଜ ପୁରୁଣା ଶୈଳୀରେ ଖେଳୁଥିବା ଦେଖିବାକୁ ମିଳିଛି । ବିଶ୍ୱକପ୍ ୨୦୨୨ ରେ, ଚାରୋଟି ମ୍ୟାଚ୍ ରେ ସେ ତିନିଟି

ସୌ: ସୋସିଆଲ ମିଡିଆ

Virat break Sachin record: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ (T20 World Cup 2022) ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ବ୍ୟାଟରୁ ରନ୍ ବର୍ଷା ହେବାରେ ଲାଗିଛି । ପ୍ରତ୍ୟେକ ମ୍ୟାଚ୍‌ରେ ବିରାଟ କୋହଲି ନିଜ ପୁରୁଣା ଶୈଳୀରେ ଖେଳୁଥିବା ଦେଖିବାକୁ ମିଳିଛି । ବିଶ୍ୱକପ୍ ୨୦୨୨ ରେ, ଚାରୋଟି ମ୍ୟାଚ୍ ରେ ସେ ତିନିଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥି ସହିତ ବାଂଲାଦେଶ ( Bangladesh) ବିପକ୍ଷରେ ୧୬ ରନ୍ ସ୍କୋର କରିବା ପରେ ସେ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍ ସ୍କୋରର୍ ମଧ୍ୟ ହୋଇଛନ୍ତି । ଏହି ଶକ୍ତିଶାଳୀ ଇନିଂସ ସହିତ ମଧ୍ୟ ବିରାଟ କୋହଲି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ (Sachin Tendulkar) ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ବିରାଟ କୋହଲି ବାଂଲାଦେଶ ବିପକ୍ଷ ମ୍ୟାଚରେ ଚତୁର୍ଥ ଓଭରରେ ବ୍ୟାଟିଂ କରିବାକୁ ଆସି କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ ଓ ଆର ଅଶ୍ୱିନଙ୍କ ସହ ମିଶି ଭାରତର ଇନିଂସକୁ ଏକ ଶକ୍ତିଶାଳୀ ସ୍କୋରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିରାଟ ୪୪ ବଲରୁ ଅପରାଜିତ ୬୪ ରନ ସ୍କୋର କରିଥିଲେ, ଯାହାପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଖେଳାଳି ଭାବେ ସମ୍ମାନିତ କରାଯାଇଥିଲା ଓ କୋହଲି ଆଇସିସି ଇଭେଣ୍ଟରେ ସର୍ବାଧିକ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ପାଇଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡଙ୍କ ସହ ବରାବର କରିଛନ୍ତି । ଆଇସିସି ଇଭେଣ୍ଟରେ ସଚିନ ୧୦ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ଏଥି ସହିତ ବିରାଟ କୋହଲି ଆଜି ଆଇସିସି ଇଭେଣ୍ଟରେ ଖେଳାଯାଇଥିବା ମ୍ୟାଚରେ ନିଜର ଦଶମ ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।

କୋହଲି ଅଷ୍ଟ୍ରେଲିଆରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ସଚିନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସଚିନଙ୍କୁ ପଛରେ ପକାଇ କୋହଲି ଅଷ୍ଟ୍ରେଲିଆର ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଭାରତର ପୂର୍ବତନ ଅଧିନାୟକ ତେନ୍ଦୁଲକର ୮୪ ଟି ଇନିଂସରେ ଭାରତ ପାଇଁ ୩,୩୦୦ ରନ୍ ସଂଗ୍ରହ କରିଥିଲେ । ସେ ଅଷ୍ଟ୍ରେଲିଆରେ ହାରାହାରି ୪୨.୮୫ ଷ୍ଟ୍ରାଇକ ରେଟ ସହ ରନ ସ୍କୋର କରିଥିଲେ । ଆଡିଲେଡରେ ବାଂଲାଦେଶ ବିପକ୍ଷରେ ଭାରତର ଟି-୨୦ ବିଶ୍ୱକପ୍‌ର ସୁପର-୧୨ ମ୍ୟାଚ୍ ଖେଳିବାବେଳେ କୋହଲି ଏହି ପ୍ରସଙ୍ଗରେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ୩୩ ବର୍ଷୀୟ କୋହଲି ୬୮ ଟି ଇନିଂସରେ ୩,୩୦୧ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ଅଷ୍ଟ୍ରେଲିଆରେ କୋହଲିଙ୍କ ଅବିଶ୍ୱସନୀୟ ଷ୍ଟ୍ରାଇକ ରେଟ ୫୫.୯୪ ରହିଛି ।

ଏହା ବି ପଢ଼ନ୍ତୁ: IND vs BAN: ପଏଣ୍ଟ ଟେବୁଲରେ ବଡ଼ ଓଲଟଫେର, ଭାରତ ସେମିଫାଇନାଲର ନିକଟତର, ପାକିସ୍ତାନର OUT!

ଏହା ବି ପଢ଼ନ୍ତୁ: IND vs BAN: ବିରାଟଙ୍କ ଉପରେ କାହିଁକି ରାଗିଗଲେ ଶାକିବ ଅଲ ହାସନ, ଏପରି ସମାଧାନ ହେଲା ମାମଲା- ଦେଖନ୍ତୁ ଭିଡିଓ