Team India: ଟିମ୍ ଇଣ୍ଡିଆରେ ରୋହିତ-ରାହୁଲଙ୍କ ସ୍ଥାନ ନେବେ ଏହି ୨ ଷ୍ଟାର୍ ବ୍ୟାଟ୍ସମ୍ୟାନ୍! ହେବେ ଦଳର ଓପେନିଂ ଯୋଡ଼ି
Advertisement
Article Detail0/zeeodisha/odisha1440358

Team India: ଟିମ୍ ଇଣ୍ଡିଆରେ ରୋହିତ-ରାହୁଲଙ୍କ ସ୍ଥାନ ନେବେ ଏହି ୨ ଷ୍ଟାର୍ ବ୍ୟାଟ୍ସମ୍ୟାନ୍! ହେବେ ଦଳର ଓପେନିଂ ଯୋଡ଼ି

Team India: ଟି-20 ବିଶ୍ୱକପ ୨୦୨୨ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କୁ ଭାରତୀୟ ଦଳରୁ ବାହାର କରିବାକୁ ଦାବି ଉଠିଛି । ନ୍ୟୁଜିଲାଣ୍ଡ ଗସ୍ତରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ଏଭଳି ପରିସ୍ଥିତିରେ ଏହି ଗସ୍ତରେ ଏହି ଦୁଇ ଜଣଙ୍କ ସ୍ଥାନରେ ଅନ୍ୟ ୨ ଜଣ ଷ୍ଟାର୍ ଖେଳାଳିଙ୍କୁ ଖୋଲିଥିବାର ଦେଖିବାକୁ ମିଳିବ ।

Team India: ଟିମ୍ ଇଣ୍ଡିଆରେ ରୋହିତ-ରାହୁଲଙ୍କ ସ୍ଥାନ ନେବେ ଏହି ୨ ଷ୍ଟାର୍ ବ୍ୟାଟ୍ସମ୍ୟାନ୍! ହେବେ ଦଳର ଓପେନିଂ ଯୋଡ଼ି

Team India, India Tour Of New Zealand: ରୋହିତ ଶର୍ମା (Rohit Sharma) ଓ କେଏଲ୍ ରାହୁଲ (KL Rahul) ଙ୍କ ଓପେନିଂ ଯୋଡି ନିଜେ ଦମରେ ଭାରତୀୟ ଦଳ (Indian Team) କୁ ଅନେକ ମ୍ୟାଚ୍ ଜିତାଇଛନ୍ତି । କିନ୍ତୁ ଏହି ଓପେନିଂ ଯୋଡ଼ି ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଖରାପ ପ୍ରଦର୍ଶନ କରିଛି । ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଟିମ୍ ଇଣ୍ଡିଆ (Team India) ର ପରାଜୟ ପରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କୁ ଭାରତୀୟ ଦଳରୁ ବାହାର କରିବାକୁ ଦାବି ଉଠିଛି । ନ୍ୟୁଜିଲାଣ୍ଡ ଗସ୍ତ (India Tour Of New Zealand) ରେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ଏଭଳି ପରିସ୍ଥିତିରେ ଏହି ଗସ୍ତରେ ଏହି ଦୁଇ ଜଣଙ୍କ ସ୍ଥାନରେ ଅନ୍ୟ ୨ ଜଣ ଷ୍ଟାର୍ ଖେଳାଳିଙ୍କୁ ଖୋଲିଥିବାର ଦେଖିବାକୁ ମିଳିବ । ଏହି ଖେଳାଳିମାନେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ରୋହିତ ଶର୍ମା ଓ କେଏଲ୍ ରାହୁଲ ବହୁତ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି । ଉଭୟ ଗୋଟିଏ ମ୍ୟାଚରେ ଭଲ ପ୍ରଦର୍ଶନ କରନ୍ତି ତ ପରେ ପରବର୍ତ୍ତୀ କିଛି ମ୍ୟାଚରେ ସେମାନଙ୍କ ବ୍ୟାଟ୍ ଶାନ୍ତ ହୋଇଯାଏ ।

ବଡ଼ ମ୍ୟାଚରେ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ପରି ଷ୍ଟାର୍ ଖେଳାଳି ସର୍ବଦା ଫ୍ଲପ୍ ନଜରକୁ ଆସିଛନ୍ତି । ଟି-20 ବିଶ୍ୱକପ ୨୦୨୨ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ରୋହିତ ଶର୍ମା ୨୭ ରନର ଇଂନିସ ଖେଳିଥିବା ବେଳେ କେଏଲ୍ ରାହୁଲ ମାତ୍ର ୬ ରନ୍ କରିଥିଲେ । ଯେତେବେଳେ ବି ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆରୁ ବିଶ୍ରାମ ଦିଆଯାଇଛି । ସେହି ସମୟରେ ଶୁଭମାନ ଗିଲ (Shubman Gill) ଙ୍କୁ ଓପେନିଂ କରିବାର ସୁଯୋଗ ମିଳିଛି । ଚୟନକର୍ତ୍ତାମାନେ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି ଓ ସେ ମଧ୍ୟ ସେମାନଙ୍କ ବିଶ୍ୱାସ୍ୟଯୋଗ୍ୟ ହୋଇପାରିଛନ୍ତି । ଶୁଭମାନ ଗିଲଙ୍କ କ୍ଲାସିକ୍ ବ୍ୟାଟିଂକୁ ନେଇ ସମସ୍ତେ ପାଗଳ । ଏହି ୨୩ ବର୍ଷୀୟ ଖେଳାଳି ବଡ଼ ଇନିଂସ ଖେଳିବା ପାଇଁ ଜଣାଶୁଣା ।

ଶୁଭମାନ ଗିଲ (Shubman Gill) ଆଇପିଏଲ୍ ୨୦୨୨ (IPL 2022) ରେ ନିଜ ଦମରେ ଗୁଜୁରାଟ ଟାଇଟାନ୍ସ (Gujarat Titans) କୁ ଟାଇଟଲ୍ ଜିତାଇ ଥିଲେ । ଶୁଭମାନ ଗିଲ ଭାରତ ପାଇଁ ୧୧ଟି ଟି -20 ମ୍ୟାଚରେ ୫୭୯ ରନ୍ ଓ ୧୨ଟି ଏକ ଦିବସୀୟ (ODI) ମ୍ୟାଚରେ ୫୭୯ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଏକ ଶକତ ସାମିଲ ରହିଛି । ସେହିପରି କିଛି ସମୟ ଧରି ଇଶାନ କିଶନ (Ishaan Kishan) ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଯଦି ସେ ଶୁଭମାନ ଗିଲଙ୍କ ସହ ଓପେନିଂ କରନ୍ତି, ତେବେ ଦଳକୁ ଲେଫ୍ଟ-ରାଇଟ୍ କମ୍ୱିନେଶନ୍ ମିଳିଯିବ । ଯାହା ଦ୍ୱାରା ବୋଲିଂ ସମୟରେ ବିପକ୍ଷ ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ।

ଅଧିକ ପଢ଼ନ୍ତୁ:-ଫାଇନାଲରେ ପାକିସ୍ତାନର ପରାଜୟ ପରେ ବି ସ୍ୱପ୍ନ ଦେଖୁଛନ୍ତି ଶୋଏବ ଅଖତର, କହିଲେ-ଏବେ ଭାରତରେ ବିଶ୍ୱକପ...

ଅଧିକ ପଢ଼ନ୍ତୁ:-ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ରଚିଲା ଇତିହାସ, ବିଶ୍ୱ କ୍ରିକେଟରେ ଏପରି କରିଥିବା ପ୍ରଥମ ଦଳ

ଅଧିକ ପଢ଼ନ୍ତୁ:-ପତିଙ୍କୁ ଉଲଗ୍ନ କରି ତାଙ୍କ ଆଗରେ ପତ୍ନୀଙ୍କୁ କଲେ ଗଣଦୁଷ୍କର୍ମ, ପରେ ପ୍ରାଇଭେଟ୍ ପାର୍ଟରେ...

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲାଣ୍ଡ ବିପକ୍ଷରେ ଚୟନକର୍ତ୍ତାମାନେ ଇଶାନ କିଶନଙ୍କୁ ଭାରତୀୟ ଦଳରେ ସାମିଲ କରିଛନ୍ତି । ଇଶାନ କିଶନ ଭାରତୀୟ ଦଳ ପାଇଁ ୯ଟି ଏକ ଦିବସୀୟ (ODI) ମ୍ୟାଚରେ ୨୬୭ ରନ୍ ଓ ୧୯ଟି ଟି-20 ମ୍ୟାଚରେ ୫୪୫ ରନ୍ କରିଛନ୍ତି ।