କାଜଲଙ୍କ ଫ୍ୟାନ୍ ହୋଇଗଲେ ବାବା, ଦେଲେ ଏହି ଉପହାର
Advertisement
Article Detail0/zeeodisha/odisha1157631

କାଜଲଙ୍କ ଫ୍ୟାନ୍ ହୋଇଗଲେ ବାବା, ଦେଲେ ଏହି ଉପହାର

ଲକ୍ଷ୍ନୌରେ କାଜଲ ନିଷାଦଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଭେଟିଛନ୍ତି। କାଜଲଙ୍କୁ ଭେଟି ଯୋଗୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଶୀର୍ବାଦ କରିଛନ୍ତି। କାଜଲ, ଯୋଗୀ ଆଦିତ୍ୟନାଥଙ୍କର ଜଣେ ବଡ ପ୍ରଶଂସିକା ବା ଫ୍ୟାନ। 

ସୌ- ସୋସିଆଲ ମିଡିଆ

ଲକ୍ଷ୍ନୌ: କାଜଲଙ୍କ ଫ୍ୟାନ୍ ହୋଇଗଲେ ବାବା। ୧୦ ବର୍ଷର କୁନି ଦୌଡାଳିଙ୍କୁ ଭେଟିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରତିଯୋଗିତା ଯିତିବା ଆଶାରେ କାଜଲ ପ୍ରୟାଗରାଜରୁ ଲକ୍ଷ୍ନୌ ଦୌଡି ଆସିଥଲେ। କିନ୍ତୁ ତାଙ୍କର ପ୍ରତିଭା ଦେଖି ହୋଇଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ଫ୍ୟାନ ହୋଇଯାଇଛନ୍ତି।  

ଲକ୍ଷ୍ନୌରେ କାଜଲ ନିଷାଦଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଭେଟିଛନ୍ତି। କାଜଲଙ୍କୁ ଭେଟି ଯୋଗୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଶୀର୍ବାଦ କରିଛନ୍ତି। କାଜଲ, ଯୋଗୀ ଆଦିତ୍ୟନାଥଙ୍କର ଜଣେ ବଡ ପ୍ରଶଂସିକା ବା ଫ୍ୟାନ। କାଜଲ ପ୍ରାୟ ୨୦୦ କିଲୋମିଟର ବାଟ ଦୌଡ଼ି ଦୌଡ଼ି ଆସି ଲକ୍ଷ୍ନୌ ପହଞ୍ଚିଛନ୍ତି। ଉତ୍ତର ପ୍ରଦେଶରେ ହେଉଥିବା ବିକାଶ ବିଶେଷ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ କ୍ରୀଡା କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟର ପ୍ରସଂଶା କରଛନ୍ତି। ଏହି ସାକ୍ଷାତକାର ପରେ ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, 'ଯୋଗୀ ଆଦିତ୍ୟନାଥ, କାଜଲଙ୍କୁ ସମ୍ମାନିତ କରିବା ସହିତ କ୍ରୀଡ଼ା କ୍ଷେତ୍ରରେ ସୁନାମ ହାସଲ କରିବା ପାଇଁ ଉତ୍ସାହିତ କରିଛନ୍ତି।' 

Also Read: ମହିଳା ନ୍ୟୁଜ୍ ଆଙ୍କର ଉପରେ ଅରୁଣ ବୋଥ୍ରାଙ୍କ ଦିଲ୍ ଫିଦା! ଖୁଲାମଖୁଲା କହିଲେ ଏହି କଥା

ପ୍ରୟାଗରାଜ (Prayagraj) ର ମନ୍ଦା ଥାନା ଅନ୍ତର୍ଗତ ଅଞ୍ଚଳରେ କାଜଲ୍‌ (Kajal) ଙ୍କ ଘର। ସେ ୪ର୍ଥ ଶ୍ରେଣୀରେ ପଢ଼ନ୍ତି। ସରକାରୀ ବାସଭବନରେ କାଜଲ୍‌ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ (UP CM) ଯୋଗୀ ଆଦିତ୍ୟନାଥ ହଳେ ଜୋତା, ଟ୍ରାକ୍‌ସୁଟ୍‌ ଏବଂ ସ୍ପୋର୍ଟସ୍ କିଟ୍ ଉପହାର ଦେଇଥିଲେ। ବଡ ହୋଇ ଆନ୍ତର୍ଜାତିକ କ୍ରୀଡ଼ାରେ ସେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଉତ୍ସାହିତ କରିଛନ୍ତି। ଏପ୍ରିଲ୍ ୧୦ ତାରିଖରେ ପ୍ରୟାଗରାଜ ସିଭିଲ୍ ଲାଇନ୍‌ସ୍‌ରୁ ଲକ୍ଷ୍ନୌ ଅଭିମୁଖେ ଦୌଡ଼ ଆରମ୍ଭ କରିଥିବା କାଜଲ ଏପ୍ରିଲ୍ ୧୫ ତାରିଖରେ ଦୌଡ଼ ଶେଷ କରିଥିଲେ। 

କାଜଲ୍‌ ନିଷାଦ (Kajol Nishad) ଗତବର୍ଷ "ଇନ୍ଦିରା ମାରାଥନ୍‌'ରେ ମଧ୍ୟ ଭାଗ ନେଇଥିଲେ। ଲକ୍ଷ୍ନୌସ୍ଥିତ ବାବୁ ବନାରସୀ ଦାସ ସ୍ପୋର୍ଟସ୍ ଏକାଡେମି (Babu Banarasi Das Sports Academy) ମଧ୍ୟ କାଜଲ୍‌ଙ୍କ ପ୍ରତିଭାକୁ ସମ୍ମାନ ସହ ସାରା ଜୀବନ ତାଙ୍କୁ ସ୍ପୋର୍ଟସ୍ କିଟ୍ ଏବଂ ଜୋତା ଯୋଗାଇ ଦେବାର ଦାୟିତ୍ୱ ନେଇଛନ୍ତି।