ବର୍ଷର ଶେଷ ଦିନରେ ଚୟନ ହେଲା World 11; ଚାରିଜଣ ଭାରତୀୟଙ୍କୁ ମିଳିଲା ସ୍ଥାନ, ବିରାଟ ଆଉଟ୍
Advertisement
Article Detail0/zeeodisha/odisha1060124

ବର୍ଷର ଶେଷ ଦିନରେ ଚୟନ ହେଲା World 11; ଚାରିଜଣ ଭାରତୀୟଙ୍କୁ ମିଳିଲା ସ୍ଥାନ, ବିରାଟ ଆଉଟ୍

୨୦୨୧ ମସିହାରେ ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା । ଏହି ସମୟରେ, ବର୍ଷର ଶେଷ ଦିନରେ କ୍ରିକେଟ୍ ଅଷ୍ଟ୍ରେଲିଆ ୨୦୨୧ ର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି । ଏହି ଦଳରେ ଚାରିଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି ।

ବର୍ଷର ଶେଷ ଦିନରେ ଚୟନ ହେଲା World 11; ଚାରିଜଣ ଭାରତୀୟଙ୍କୁ ମିଳିଲା ସ୍ଥାନ, ବିରାଟ ଆଉଟ୍

ନୂଆଦିଲ୍ଲୀ: ୨୦୨୧ ବର୍ଷ ଭାରତୀୟ କ୍ରିକେଟ୍ (Indian cricket) ପାଇଁ ବହୁତ ଭଲ ରହିଛି । ବିରାଟ କୋହଲିଙ୍କ (Virat Kohli) ଅଧିନାୟକତ୍ୱରେ, ଭାରତୀୟ ଟେଷ୍ଟ ଦଳ ବିଶ୍ୱର ସେହି ଦେଶମାନଙ୍କରେ ମଧ୍ୟ ସିରିଜ୍ ଜିତିଥିଲା ​​ଯେଉଁଠାରେ ଦଳ କେବେ ବି ଜିତି ନଥିଲା । ଏଥି ସହିତ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା । ଏହି ସମୟରେ, ବର୍ଷର ଶେଷ ଦିନରେ କ୍ରିକେଟ୍ ଅଷ୍ଟ୍ରେଲିଆ ୨୦୨୧ ର (World 11 Of Cricket Australia) ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି । ଏହି ଦଳରେ ଚାରିଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି ।

ଘୋଷଣା ହେଲା World 11
ଭାରତର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଏବଂ ସିନିୟର ଅଫ୍ ସ୍ପିନର ଆର ଅଶ୍ୱିନଙ୍କ ସମେତ ଚାରିଜଣ ଭାରତୀୟ ଖେଳାଳି କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ଶ୍ରେଷ୍ଠ ୧୧ ରେ ସ୍ଥାନ ପାଇଛନ୍ତି । ରୋହିତ ଏବଂ ଅଶ୍ୱିନଙ୍କ ବ୍ୟତୀତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବଂ ବାମହାତୀ ସ୍ପିନର ଅକ୍ଷର ପଟେଲ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ତାଲିକାରେ ନା' ଭାରତୀୟ ଅଧିନାୟକ ବିରାଟ କୋହଲି ନା' ପାକିସ୍ତାନର ଅଧିନାୟକ ବାବର ଆଜାମ ସ୍ଥାନ ପାଇଛନ୍ତି ।

ଏହି ଖେଳାଳିମାନେ ମିଳିଛି ସ୍ଥାନ
ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେଙ୍କ ସହ ରୋହିତଙ୍କୁ ଓପନର୍ ଭାବରେ ରଖାଯାଇଛି । ମାର୍ନସ୍ ଲାବୁସେନ ତୃତୀୟ ସ୍ଥାନ ପାଇଛନ୍ତି । ତାଙ୍କ ପଛରେ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ୍, ପାକିସ୍ତାନର ଫୱାଦ ଆଲାମ ଏବଂ ପନ୍ତ ଅଛନ୍ତି । ଚମତ୍କାର ପ୍ରଦର୍ଶନ କରି ଚଳିତ ବର୍ଷ ରୁଟ୍ ପରେ ରୋହିତ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିବା ପନ୍ତଙ୍କୁ ୱିକେଟ୍ କିପର କରାଯାଇଛି । କହି ରଖୁଛୁ ଯେ ଏହି ବର୍ଷ ଜୋ ରୁଟ୍ ବ୍ୟାଟ୍ ସହିତ ସର୍ବାଧିକ ରନ୍ କରିଥିଲେ ଏବଂ ତାଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ଦିଆଯାଇଛି ।

ଏହି ସ୍ପିନର ପାଇଛନ୍ତି ସ୍ଥାନ
ଅଶ୍ୱିନ ଏବଂ ଅକ୍ଷରକୁ ସ୍ପିନ୍ ବିଭାଗରେ ସ୍ଥାନ ଦିଆଯାଇଛି । ଚଳିତ ବର୍ଷ ଟେଷ୍ଟରେ ଅଶ୍ୱିନ୍ ଅଧିକାଂଶ ୱିକେଟ୍ ନେଇଥିଲେ । ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ଅକ୍ଷର ଦଳରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି । ଏଥି ସହିତ ଭାରତର ଜସପ୍ରୀତ ବୁମ୍ରା ମଧ୍ୟ ଏହି ଦଳରେ ସ୍ଥାନ ପାଇନାହାଁନ୍ତି ।

କ୍ରିକେଟ୍ ଅଷ୍ଟ୍ରେଲିଆର World 11
ରୋହିତ ଶର୍ମା, ଦିମୁଥ କରୁଣାରତ୍ନେ, ମାର୍ନସ୍ ଲାବୁସେନ, ଜୋ ରୁଟ୍, ଫୱାଦ୍ ଆଲାମ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ୍, କାଇଲ୍ ଜାମିସନ୍, ଅକ୍ଷର ପଟେଲ, ହାସନ ଅଲ୍ଲୀ ଏବଂ ଶାହିନ୍ ଶାହା ଆଫ୍ରିଦି ।

ଏହା ବି ପଢ଼ନ୍ତୁ: ଏଠାରେ ୭୬ ଦିନ ପର୍ଯ୍ୟନ୍ତ ଅସ୍ତ ହୁଏ ନାହିଁ ସୂର୍ଯ୍ୟ, ରାତି ମାତ୍ର ୪୦ ମିନିଟ୍ ପାଇଁ ହୋଇଥାଏ

ଏହା ବି ପଢ଼ନ୍ତୁ: ଶ୍ରୀଲଙ୍କାକୁ ହରାଇ ଅଷ୍ଟମଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ