Cricket World Cup Major Upset: ବିଶ୍ୱକପରେ ଓଲଟଫେର କରିବାରେ ମାହିର ଏହି ସବୁ ଛୋଟ ଦଳ, ଦେଖନ୍ତୁ କିଛି ରେକର୍ଡ
Advertisement
Article Detail0/zeeodisha/odisha1921030

Cricket World Cup Major Upset: ବିଶ୍ୱକପରେ ଓଲଟଫେର କରିବାରେ ମାହିର ଏହି ସବୁ ଛୋଟ ଦଳ, ଦେଖନ୍ତୁ କିଛି ରେକର୍ଡ

Biggest Upsets in ODI Cricket World Cup: କ୍ରିକେଟ ବିଶ୍ୱକପ୍ ଇତିହାସରେ ଅନେକ ଐତିହାସିକ ମ୍ୟାଚ୍ ଖେଳାଯାଇଛି। ଯେଉଁ ମ୍ୟାଚ୍ ରେ କିଛି ମଜବୁତ ଟିମ୍ ସେମାନଙ୍କ ଠାରୁ ଅପେକ୍ଷାକୃତ ଭାବରେ କମଜୋର ଦଳ ପାଖରୁ ପରାସ୍ତ ହୋଇଥିବାର ହୋଇଥିବାର ଦେଖିବାକୁ ମିଳିଛି।

Cricket World Cup Major Upset: ବିଶ୍ୱକପରେ ଓଲଟଫେର କରିବାରେ ମାହିର ଏହି ସବୁ ଛୋଟ ଦଳ, ଦେଖନ୍ତୁ କିଛି ରେକର୍ଡ

12 Biggest Upsets in ODI Cricket World Cup: ଚଳିତ ବର୍ଷ ଆୟୋଜିତ ହୋଇଥିବା କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଦେଖିବାକୁ ମିଳିଛି ଦୁଇଟି ବଡ଼ ପରିବର୍ତ୍ତନ। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ କିଛି ମଜବୁତ ଟିମ୍ ସେମାନଙ୍କ ଠାରୁ ଅପେକ୍ଷାକୃତ ଭାବରେ କମଜୋର ଦଳ ପାଖରୁ ପରାସ୍ତ ହୋଇଥିବାର ହୋଇଥିବାର ଦେଖିବାକୁ ମିଳିଛି। ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନ ଟିମ୍ ଗତ ଥରର ବିଜେତା  ଇଂଲଣ୍ଡ ଦଳକୁ ପରାସ୍ତ କରିଥିଲା। ସେହିପରି ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ନେଦରଲ୍ୟାଣ୍ଡ ଟିମ୍ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରିଛି। କ୍ରିକେଟ ବିଶ୍ୱକପ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇନାହଁ ଯେତେବେଳେ କମଜୋର ଟିମ୍ ପାଖରୁ ମଜବୁତ ଦଳ ପରାସ୍ତ ହୋଇଛି।    

୧. ଜିମ୍ବାୱେ ବନାମ ଅଷ୍ଟ୍ରେଲିଆ ୧୯୮୩ ବିଶ୍ୱକପ, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା
୧୯୮୩ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଦଳକୁ ୧୩ ରନ୍ ବ୍ୟବଧାନରେ ପରାସ୍ତ କରି ଜିମ୍ବାୱେ ଟିମ୍ ସମସ୍ତଙ୍କୁ ଚକିତ କରି ଦେଇଥିଲା​।

୨. ୱେଷ୍ଟଇଣ୍ଡିଜ୍ ବନାମ କେନିଆ ୧୯୯୬ ବିଶ୍ୱକପ୍, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା 
ପ୍ରଥମ ଥର ପାଇଁ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କେନିଆ ଟିମ୍ ପାଟନା ଠାରେ ପୂର୍ବତନ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ ଦଳକୁ ୭ ୱିକେଟ ବ୍ୟବଧାନରେ ପରାସ୍ତ କରି ଏକ ବଡ଼ ଓଲଟଫେର କରିଥିଲା।

୩. ଭାରତ ବନାମ ଜିମ୍ବାୱେ ୧୯୯୯ ବିଶ୍ୱକପ, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା
୧୯୯୯ କ୍ରିକେଟ ବିଶ୍ୱକପ୍ ସମୟରେ ଦୁର୍ବଳ ବିବେଚିତ ହୋଇଥିବା ଜିମ୍ବାୱେ ଟିମ୍ ଲିସେଷ୍ଟର ଠାରେ ଆୟୋଜିତ ହୋଇଥିବା ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ଭାରତୀୟ ଦଳକୁ ୩ ରନ୍ ବ୍ୟବଧାନରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

୪. ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ ୧୯୯୯ ବିଶ୍ୱକପ, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା
୧୯୯୯ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ପ୍ରଥମେ ଭାରତୀୟ ଦଳକୁ ପରାସ୍ତ କରିବା ପରେ ଜିମ୍ବାୱେ ଟିମ୍ ଦକ୍ଷିଣ ଆଫ୍ରିକା ଦଳକୁ ୪୮ ରନ୍ ବ୍ୟବଧାନରେ ପରାସ୍ତ କରି ଆଉ ଏକ ପ୍ରମୁଖ ସଫଳତା ପାଇଥିଲା।

୫. ପାକିସ୍ତାନ ବନାମ ବାଂଲାଦେଶ ୧୯୯୯ ବିଶ୍ୱକପ, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା 
୧୯୯୯ କ୍ରିକେଟ ବିଶ୍ୱକପ୍‌ ମୁକାବିଲାରେ ବାଂଲାଦେଶ ଟିମ୍ ନର୍ଥମ୍ପଟନ୍‌ ଠାରେ ଚାଲିଥିବା ଗ୍ରୁପ୍‌ ପର୍ଯ୍ୟାୟ ଲଢେଇରେ ପାକିସ୍ତାନ ଦଳକୁ ୬୨ ରନ୍ ବ୍ୟବାଧାନରେ ପରାସ୍ତ କରିଥିଲା।

୬. ଶ୍ରୀଲଙ୍କା ବନାମ କେନିଆ ୨୦୦୩ ବିଶ୍ୱକପ୍, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା
୨୦୦୩ କ୍ରିକେଟ ବିଶ୍ୱକପ୍‌ ମୁକାବିଲାରେ ରାଜଧାନୀ ନାଇରୋବି ଠାରେ ଶ୍ରୀଲଙ୍କା ଦଳକୁ ୫୩ ରନ୍ ବ୍ୟବଧାନରେ ପରାସ୍ତ କରି କେନିଆ ଟିମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେହିବର୍ଷ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍‌ରେ ସେମିଫାଇନାଲ ଖେଳିବାରେ କେନିଆ ଟିମ୍ ସଫଳ ହୋଇଥିଲା।

୭. ବାଂଲାଦେଶ ବନାମ ଭାରତ ୨୦୦୭ ବିଶ୍ୱକପ, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା
ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ହୋଇଥିବା ୨୦୦୭ ବିଶ୍ୱକପ୍‌ର ଗ୍ରୁପ୍‌ ବି ମ୍ୟାଚ୍‌ରେ ବାଂଲାଦେଶ ଟିମ୍ ଭାରତୀୟ ଦଳକୁ ୫ ୱିକେଟ୍‌ରେ ପରାସ୍ତ କରି ବଡ଼ ସଫଳତା ହାସଲ କରିଥିଲା। ଏହି ବିଶ୍ୱକପ୍‌ରେ ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ରହିଥିଲେ।

୮. ଆୟର୍ଲାଣ୍ଡ ବନାମ ପାକିସ୍ଥାନ ୨୦୦୭ ବିଶ୍ୱକପ, ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା
୨୦୦୭ ବିଶ୍ୱକପ୍‌ରେ ଦ୍ୱିତୀୟ ପ୍ରମୁଖ ଓଲଟଫେର ସେତେବେଳେ ହୋଇଥିଲା ଯେତେବେଳେ ପାକିସ୍ତାନ ଦଳକୁ ତିନି ୱିକେଟ୍ ବ୍ୟବଧାନରେ ପରାସ୍ତ କରିଥିଲା ଆୟର୍ଲାଣ୍ଡ ଟିମ୍। ଏହି ମ୍ୟାଚ୍ ହାରିଯିବା ପରେ ପାକିସ୍ତାନ ଦଳ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଥିଲା।

୯. ଇଂଲଣ୍ଡ ବନାମ ଆୟର୍ଲାଣ୍ଡ ୨୦୧୧ ବିଶ୍ୱକପ 
ଭାରତ ପକ୍ଷରୁ ଆୟୋଜିତ ହୋଇଥିବା ୨୦୧୧ ବିଶ୍ୱକପ୍‌ରେ ଆୟର୍ଲାଣ୍ଡ ଟିମ୍ ବେଙ୍ଗାଲୁରୁ ଠାରେ ଚାଲିଥିବା ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ଇଂଲଣ୍ଡ ଦଳକୁ ୩ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଥିଲା।

୧୦. ଆୟର୍ଲାଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ ୨୦୧୫ ବିଶ୍ୱକପ୍ 
ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜିତ ହୋଇଥିବା ୨୦୧୫  ବିଶ୍ୱକପ୍‌ରେ ଆୟର୍ଲାଣ୍ଡ ଟିମ୍ ସମସ୍ତଙ୍କୁ ଚମକାଇ ଦେଇଥିଲା। ସେତେବେଳେ ଆୟର୍ଲାଣ୍ଡ ଟିମ୍ ପୁଲ ଷ୍ଟେଜ ମୁକାବିଲାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଜିତିବା ପାଇଁ ୩୦୫ ରନ୍ ର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଆୟର୍ଲାଣ୍ଡ ଟିମ୍ ୨୫ ବଲ ବାକି ଥାଇ ୬ ୱିକେଟ ହରାଇ ହାସଲ କରି ନେଇଥିଲା।

୧୧. ଆଫଗାନିସ୍ତାନ ବନାମ ଇଂଲଣ୍ଡ ୨୦୨୩ ବିଶ୍ୱକପ୍  
୨୦୨୩ ବିଶ୍ୱକପ୍‌ରେ ଗତ ୧୫ ତାରିଖରେ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନ ଟିମ୍ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ ଦଳକୁ ୬୯ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା।

୧୨. ନେଦରଲ୍ୟାଣ୍ଡ ବନାମ ଦକ୍ଷିଣ ଆଫ୍ରିକା ୨୦୨୩ ବିଶ୍ୱକପ୍ 
୨୦୨୩ ବିଶ୍ୱକପ୍‌ରେ ଗତ ୧୫ ତାରିଖରେ ହୋଇଥିବା ମୁକାବିଲାରେ ନେଦରଲ୍ୟାଣ୍ଡ ଟିମ୍ ଦକ୍ଷିଣ ଆଫ୍ରିକା ଦଳକୁ ୩୮ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା।