ବାଙ୍କେଶ୍ୱରୀ ଘାଟି ନିକଟରେ ଏକ ପିକଅପ ଭ୍ୟାନ୍ ଓଲିଟି ପଡିବା କାରଣରୁ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନେ ବାଙ୍କେଶ୍ୱରୀଙ୍କ ଦର୍ଶନ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା କାରଣରୁ ଜଣେ ୧୦ ବର୍ଷର ପିଲା ଅଧିକ ଗୁରୁତର ହୋଇଥିବା ଜଣାପଡିଛି ।
Trending Photos
ଦିଗପହଣ୍ଡି; ବାଙ୍କେଶ୍ୱରୀ ଘାଟି ନିକଟରେ ଏକ ପିକଅପ ଭ୍ୟାନ୍ ଓଲିଟି ପଡିବା କାରଣରୁ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନେ ବାଙ୍କେଶ୍ୱରୀଙ୍କ ଦର୍ଶନ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା କାରଣରୁ ଜଣେ ୧୦ ବର୍ଷର ପିଲା ଅଧିକ ଗୁରୁତର ହୋଇଥିବା ଜଣାପଡିଛି ।
ସୁଚନା ମୁତାବକ, ସୁରଙ୍ଗି ନିକଟ ତୁରୁବୁଡି ଗାଁରୁ ଆଜି ସକାଳେ ୨୦ଜଣ ଲୋକେ ବାଙ୍କେଶ୍ୱରୀ ମନ୍ଦିରକୁ ଯାଇଥିଲେ । ସନ୍ଧ୍ୟାରେ ଫେରୁଥିବା ସମୟରେ ଘାଟି ନିକଟରେ ପିକଅପ ଭ୍ୟାନ୍ ଡ୍ରାଇଭର ସନ୍ତୁଳନ ହରାଇବା କାରଣରୁ ଘାଟିରେ ଗାଡିଟି ଖସିପଡିଥିଲା । ଉଚ୍ଚରୁ ଖସିବା ପରେ ଗାଟିଟି ଏକାଧିକ ଥର ପଲିଟିଯାଇଥିୂା ଜଣାପଡିଛି । ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଏଥିସହିତ ଉଦ୍ଧାରକାରୀ ଦଳକୁ ମଧ୍ୟ ଖବର ଦିଆଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ୧୦୮ ଆମ୍ୱୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ପହଞ୍ଚାଇଥିଲା । ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Also Read- Reliance Plan: ଜିଓର ଜବରଦସ୍ତ ପ୍ଲାନ୍, ୫୪୦ଜିବି ଡାଟା ସହ ମାଗଣା କଲ୍ ସେବା !
Also Read- Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ