OASସ୍ତରରେ ଅଦଳବଦଳ, ୪ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି
Advertisement
Article Detail0/zeeodisha/odisha2064951

OASସ୍ତରରେ ଅଦଳବଦଳ, ୪ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି

ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭଦ୍ରକ, ନୟାଗଡ, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବରେ ବରିଷ୍ଠ ଓଏଏସ ଅଫିସର ସୂର୍ଯ୍ୟନାରାୟଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟନାରାୟଣ ସୁବର୍ଣ୍ଣପୁରରେ ଅତିରିକ୍ତ ଜିଲ୍ଲାପାଳ ଥିଲେ ।

OASସ୍ତରରେ ଅଦଳବଦଳ, ୪ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି

ଭୁବନେଶ୍ୱର: ଓଏଏସ ସ୍ତରରେ ଅଦଳବଦଳ ହୋଇଛି । ଭଦ୍ରକ, ନୟାଗଡ, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ଭାବରେ ବରିଷ୍ଠ ଓଏଏସ ଅଫିସର ସୂର୍ଯ୍ୟନାରାୟଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ସୂର୍ଯ୍ୟନାରାୟଣ ସୁବର୍ଣ୍ଣପୁରରେ ଅତିରିକ୍ତ ଜିଲ୍ଲାପାଳ ଥିଲେ ।

ଏଥିସହ ନୟାଗଡ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିନିୟର ଓଏଏସ ଅଫିସର ସୁଚାରୁ ବଳଙ୍କୁ ବଦଳି କରାଯାଇ ଭଦ୍ରକ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ପାଟଣାଗଡରେ କାର୍ଯ୍ୟରତ ଥିବା ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବରେ ବଲାଙ୍ଗିରକୁ ବଦଳି କରାଯାଇଛି । ବଲାଙ୍ଗିରରେ କାର୍ଯ୍ୟରତ ଥିବା ସିନିୟର ଓଏଏସ ଅଫିସର ଲମ୍ୱୋଦର ଧରୁଆଙ୍କୁ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ଯାଜପୁର ଉପଜିଲ୍ଲାପାଳ ଗୋପିନାଥ କହଁରଙ୍କୁ ପୁରୀକୁ ବଦଳି କରାଯାଇଛି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁଙ୍କୁ ଭଦ୍ରକର ସିଡିଏମଓର ପ୍ରଶାସନିକ ଅଧିକାରୀ ଦାୟିତ୍ୱ ମିଳିଛି । ପୁରୀ ଉପଜିଲ୍ଲାପାଳ ତଥା ଓଏଏସ ଅଫିସର ଭାବତରଣ ସାହୁଙ୍କୁ ନୂଆ ଦାୟିତ୍ୱ ମିଳିଛି । ବର୍ତ୍ତମାନ ଭାବତରଣ ଶ୍ରୀ ଜଗନ୍ନାଥ ମନ୍ଦିର ଉପପ୍ରଶାସକ ଭାବେ ଦାୟିତ୍ୱ ତୁଳାଇବେ । ପାଟଣାଗଡ ଉପଜିଲ୍ଲାପାଳ ଭାବେ ବଲାଙ୍ଗିର ତହସିଲଦାର ଅମିତ କୁମାର ନାୟକଙ୍କୁ ପଦୋନ୍ନତୀ କରାଯାଇ ବଦଳି କରାଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ପରିବର୍ତ୍ତନ ହୋଇଥିବା କୁହାଯାଉଛି ।

Also Read- ଜଗନ୍ନାଥଙ୍କ ପରିକ୍ରମାରେ ରିଲିଜ୍ ହେଲା କାଳିଆର ଭଜନ

Also Read- Sunny Leone: ସନ୍ନି ଲିଓନିଙ୍କ ସହ କଥା ହେବାକୁ ଚାହୁଁଛନ୍ତି...? ଏମିତି ହେବ ସ୍ୱପ୍ନ ସାକାର