Ministers big announcement: ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ଛଡାଯାଇଥିବା ବେଳେ ଆଗକୁ ଆଉ ୫ଟି ବାଘୁଣୀ ଅଣାଯାଇ ଛଡାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରୁ ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।
Trending Photos
)
ଭୁବନେଶ୍ୱର: ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସୁଛନ୍ତି ଆଉ ୫ଟି ବାଘୁଣୀ। ବର୍ତମାନ ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ବାଘୁଣୀ ଛଡାଯାଇଥିବା ବେଳେ ଆଗକୁ ଆଉ ୫ଟି ବାଘୁଣୀ ଅଣାଯାଇ ଛଡାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରୁ ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ୨୦୨୪ମସିହାରେ କରାଯାଇଥିବା ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ ଓଡ଼ିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ ରହିଥିବା ବେଳେ ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ୍ ଡିଭିଜନରେ ଦେଖିବାକୁ ମିଳିଥିଲା। ଏହି ପୃଥକ ଭାବରେ ଗଣନା ସମୟରେ ଶିମିଳିପାଳରେ ୮ ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ। ତେବେ ଏଭଳି ସ୍ଥିତିରେ ଓଡ଼ିଶାକୁ ପୁଣି ୫ଟି ବାଘୁଣୀ ଆସିବ ବୋଲି ମଙ୍ଗଳବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ କରିଛନ୍ତି। କମ୍ ଦିନ ମଧ୍ୟରେ ପୁଣି ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।