Similipal wildlife sanctuary: ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି। ଗୁଡ୍ଗୁଡିଆଠାରେ ନେଚର କ୍ୟାମ୍ପର ମଜା ଉଠାଇପାରିବେ ପର୍ଯ୍ୟଟକ।
Trending Photos
)
ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ। ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ ବନ୍ଦ ରହିଥିଲା ଶିମିଳିପାଳ। ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି। ବାତ୍ୟା ଯୋଗୁ ରାସ୍ତାରେ ପାଣି ଚାଲୁଥିବାରୁ ପର୍ଯ୍ୟଟକଙ୍କ ଗାଡି ଯିବା ଆସିବା ସମ୍ଭବ ନଥିଲା। ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ବର୍ତ୍ତମାନ ରାସ୍ତା ଘାଟ ସଜାଡ଼ିବା ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ। ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି। ଗୁଡ୍ଗୁଡିଆଠାରେ ନେଚର କ୍ୟାମ୍ପର ମଜା ଉଠାଇପାରିବେ ପର୍ଯ୍ୟଟକ।