ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁକୁ ନେଇ ତଦନ୍ତ କରୁଛି ୬ ଜଣିଆ ଟିମ୍‌
Advertisement
Article Detail0/zeeodisha/odisha2273487

ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁକୁ ନେଇ ତଦନ୍ତ କରୁଛି ୬ ଜଣିଆ ଟିମ୍‌

Heat stroke death In odisha: ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବାନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଅସ୍ୱାଭାବିକ ସ୍ୱାସ୍ଥ୍ୟହାନୀକୁ ନେଇ ୪ ଜିଲ୍ଲାରେ ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

 

Heat stroke death In odisha

Heat stroke death: ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ଘଟଣାକୁ ନେଇ ଚିନ୍ତା ବଢିଯାଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବାନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଅସ୍ୱାଭାବିକ ସ୍ୱାସ୍ଥ୍ୟହାନୀକୁ ନେଇ ୪ ଜିଲ୍ଲାରେ ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ତେବେ ଏହା  ଅସ୍ୱାଭାବିକ ମୃତ୍ୟୁ ନା ହିଟଓ୍ବେଭ ମୃତ୍ୟୁ ନା ଅନ୍ୟ କୌଣସି କାରଣ ସେନେଇ ଏସଆରସିଙ୍କ ନିର୍ଦ୍ଦେଶରେ ଏକ ଟିମ ତଦନ୍ତ କରୁଛି ।  ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲରେ ୩୩ ଜଣ ଏପରି ରୋଗୀ ଅଛନ୍ତି ଯେଉଁ ମାନଙ୍କର ଚିକିତ୍ସା ଚାଲିଛି । ଝାରସୁଗୁଡା ଓ ବଲାଙ୍ଗୀରରେ ହସ୍ପିଟାଲରେ ମଧ୍ୟ ଅନେକ  ରୋଗୀ ଥିବାବେଳେ ଗତକାଲି ରାଉରକେଲାରେ ୧୬ ଜଣଙ୍କ ପୋଷ୍ଟମର୍ଟମ ସରିଛି।

ତେବେ ପୂର୍ବରୁ କେନ୍ଦୁଝରରେ ଜଣେ ଟ୍ରକ ଡ୍ରାଇଭରଙ୍କ ଅଚାନକ ହିଟୱେଭ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ଗତକାଲି ଠାରୁ ଆମର 6 ଜଣୀୟ ଟିମ ରାଉରକେଲା ଯାଇଛି । ଏହି ଟିମରେ ଜନସ୍ୱାସ୍ଥ୍ୟ ବିଭାଗର ୩ ଜଣ ସଦସ୍ୟ, ସୁନ୍ଦରଗଡ଼ର ୨ ଜଣ ଫରେନସିକ ସଦସ୍ୟ ଏବଂ ସମ୍ବଲପୁର କମ୍ୟୁନିଟି ମେଡ଼ିସିନ ବିଭାଗର ଜଣେ ସଦସ୍ୟ ରହିଛନ୍ତି । ଆମେ ଜନସାଧାରଣଙ୍କୁ ଅପିଲ କରୁଛୁ ଯେ ହାଇ ଏକ୍ସପୋଜରରେ ବାହାରକୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ପଡିଲେ, ସତର୍କତାର ସହ ବାହାରନ୍ତୁ । SRCଙ୍କ ଗାଇଡଲାଇନ ଅନୁସାରେ କେତେବେଳେ କାମ କରିବା । ଆମର ସମସ୍ତ ହସ୍ପିଟାଲରେ ବ୍ୟବସ୍ଥା ଅଛି । ହେଲେ ଲୋକ ହିଟଷ୍ଟ୍ରୋକ ପାଇବା ମାତ୍ରେ, ତୁରନ୍ତ ହସ୍ପିଟାଲ ଆସିବା ଦରକାର । ଯଦି ଅଧିକ ରୋଗୀ ଆସିବେ, ବିକଳ୍ପ ବ୍ୟବସ୍ଥା ବି କରାଯିବ  ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ କିଛି ଦିନ ହେଲା ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଅସହ୍ୟ ତାତିରେ ଅସୁସ୍ଥ ହୋଇ ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ସହ ସରକାରୀ ଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ସିଡିଏମଓଙ୍କ ସହ ମେଡିକାଲ କଲେଜକୁ ଗ୍ରୀଷ୍ମ ତାତିକୁ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଅଂଶୁଘାତ ଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ ତୁରନ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସନ୍ଦେହଜନକ ମୃତ୍ୟୁ ବା ତାତିରେ ଅସୁସ୍ଥତା ମୃତ୍ୟୁ ପାଇଁ ହେଲେ ମେଡିକାଲ ଅଫିସର ଏହାର ସଠିକ୍ ଅନୁସନ୍ଧାନ କରିବେ ବୋଲି ନିର୍ଦ୍ଦେଶ ରହିଛି ।ତେବେ କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ,ଯଦି ବାହାରକୁ ଯାଉଛନ୍ତି ତାହେଲେ ସାଙ୍ଗରେ ଓଦା ଗାମୁଛା, କଳା ଚଷମା,ପାଣି ବୋତଲ,ସହିତ ସତର୍କତା ଅବଲମ୍ବନ କରନ୍ତୁ।

(Written By- Tapasa Gyanadarshini)