Heat Wave: ତାପମାତ୍ରାରେ ହେବ ବଡ଼ ପରିବର୍ତ୍ତନ, ଆଜିଠୁ ପୁଣି ତାତି !
Advertisement
Article Detail0/zeeodisha/odisha2200550

Heat Wave: ତାପମାତ୍ରାରେ ହେବ ବଡ଼ ପରିବର୍ତ୍ତନ, ଆଜିଠୁ ପୁଣି ତାତି !

Weather News: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ତାତି ଫେରିବାକୁ ଯାଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Heat Wave: ତାପମାତ୍ରାରେ ହେବ ବଡ଼ ପରିବର୍ତ୍ତନ, ଆଜିଠୁ ପୁଣି ତାତି !

Heat Wave: କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ଫଳରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ତାତି ଫେରିବାକୁ ଯାଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଭିନ୍ନ ଜିଲ୍ଲା ଗୁଡିକରେ ଆଜିଠୁ ପୁଣି ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । କିଛିଦିନ ପୂର୍ବରୁ ରାଜ୍ୟର କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିଲା । ଏଥିସହ ଏପ୍ରିଲ୍‌ ୫ରେ ଏସିଆର ୬ତମ ଉତ୍ତପ୍ତ ସହର ପାଲଟିଥିଲା ରାଜଧାନୀ ଭୁବନେଶ୍ୱର । ତେବେ ଆଗକୁ ସ୍ଥିତି କଣ ହେବ ସେନେଇ ଲୋକଙ୍କ ମନରେ ଚିନ୍ତା ପଶିଲାଣି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାଣିପାଗ ବିଭାଗ ସହିତ ଜରୁରୀକାଳୀନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼କୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Also Read- ଭଦ୍ରକରେ ଓଲଟିଲା କଦଳୀ ବୋଝେଇ ଟ୍ରକ, ୨ ଗୁରୁତର

Also Read- Surya Gochar 2024: ୨୪ ଘଣ୍ଟାରେ ବଦଳିଯିବ ଏହି ୩ ରାଶିର ଭାଗ୍ୟ, ରହିଛି ଧନପ୍ରାପ୍ତି ଯୋଗ