Bharatpur Case: ମିଛଧରା ଚୌକିରେ ବସିବେ ଭରତପୁର ଥାନାର ପୂର୍ବତନ ଥାନା ଅଧିକାରୀ !
Advertisement
Article Detail0/zeeodisha/odisha2447305

Bharatpur Case: ମିଛଧରା ଚୌକିରେ ବସିବେ ଭରତପୁର ଥାନାର ପୂର୍ବତନ ଥାନା ଅଧିକାରୀ !

Bharatpur Case: ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ନାର୍କୋ ଟେଷ୍ଟ, ପଲିଗ୍ରାଫ ଓ ବ୍ରେନ ଫିଙ୍ଗର ପ୍ରିଣ୍ଟ ଟେଷ୍ଟ ହେବ।  ଏଥିପାଇଁ  ଖୋଦ୍ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ସମ୍ମତି ଜଣାଇଛନ୍ତି। ଭୁବନେଶ୍ବର ଏଡିଜେଏମ୍ କୋର୍ଟରେ ହାଜର ହୋଇ  ସମସ୍ତ ପ୍ରକାର ଟେଷ୍ଟ ପାଇଁ ସେ ସମ୍ମତି ଦେଇଛନ୍ତି। 
 
କ୍ରାଇମବ୍ରାଞ୍ଚ ନିଲମ୍ବିତ ଆଇଆଇସିଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା।  ଭାରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ମାମଲାର ତଦନ୍ତ ଚାଲୁ ରହିଥିବା ବେଳେ  ବୁଧବାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ବୁଧବାର ଭୁବନେଶ୍ବର ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହୋଇଥିଲେ। ଦୀନକୃଷ୍ଣ ବିଚାରପତିଙ୍କ ନିକଟରେ ପକ୍ଷ ରଖି ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ।  ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ମିଥ୍ୟା, ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା କହିଥିଲେ।  ତଦନ୍ତରେ ସମସ୍ତ ସହଯୋଗ କରିବା ସହ ନାର୍କୋ, ପଲିଗ୍ରାଫ୍  ଓ ବ୍ରେନ୍ ଫିଙ୍ଗରିଙ୍ଗ୍ ଟେଷ୍ଟ ପାଇଁ ରାଜି ଥିବା ଦୀନବନ୍ଧୁ କୋର୍ଟଙ୍କୁ କହିଥିଲେ। କୋର୍ଟଙ୍କ ଠାରୁ ଅନୁମତି ମିଳିବା ପରେ କ୍ରାଇମବ୍ରାଞ୍ଚ ଦୀନବନ୍ଧୁଙ୍କୁ ଗୁଜୁରାଟ୍ ନେବ।  ଗୁଜୁରାଟ ଗାନ୍ଧୀନଗରରେ ଥିବା ଏକ ଫରେନସିକ୍ ଲ୍ୟାବରେ ଦୀନବନ୍ଧୁଙ୍କର ପରୀକ୍ଷା ହେବ ବୋଲି କ୍ରାଇମବ୍ରାଞ୍ଚ କହିଛି।