Bird Census 2024: ଏଥର ହୀରାକୁଦ ଆସିଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ
Advertisement

Bird Census 2024: ଏଥର ହୀରାକୁଦ ଆସିଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ

Bird Census 2024: କୋଡି଼ଏ ପ୍ରଜାତିର ନୂଆ ପକ୍ଷୀ ସହ ପ୍ରାୟ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ ଚଳିତ ବର୍ଷ ହୀରାକୁଦ ରିଜର୍ଭରକୁ ଆସିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ (DFO) ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Bird Census 2024: କୋଡି଼ଏ ପ୍ରଜାତିର ନୂଆ ପକ୍ଷୀ ସହ ପ୍ରାୟ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ ଚଳିତ ବର୍ଷ ହୀରାକୁଦ ରିଜର୍ଭରକୁ ଆସିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ (DFO) ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଗତ ୮ ତାରିଖରେ ହୀରାକୁଦ ରିଜର୍ଭରରେ ସମ୍ବଲପୁର ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ କରାଯାଇଥିଲା । ଏଥିରେ ସମ୍ବଲପୁର, ବରଗଡ଼, ଝାରସୁଗୁଡା ଓ ଛତିଶଗଡ଼ ବୋର୍ଡର ପ୍ରାୟ ୨୧ଟି ସେକ୍ଟରରେ ସକାଳ ୬ଟାରୁ ପକ୍ଷୀ ଗଣନା ହୋଇଥିଲା । ଏହି ଗଣନା କାର୍ଯ୍ୟରେ ୩୩ ଜଣ ଏକ୍ସପାର୍ଟ ସହ ସମୁଦାୟ ୭୮ ଜଣ ଜଙ୍ଗଲ ବିଭାଗ କର୍ମଚାରୀ ଯୋଗ ଦେଇଥିବା ବନ୍ୟ ପ୍ରାଣୀ ବିଭାଗ ଡ଼ିଏଫଓ ସୂଚନା ଦେଇଛନ୍ତି । ଏଥର ଦେଶ ବିଦେଶରୁ ଅନେକ ପକ୍ଷୀ ହୀରାକୁଦ ରିଜର୍ଭରକୁ ଆସିଥିବା ଜଣାପଡ଼ିଛି।

ଚଳିତ ବର୍ଷ ଏସିଆ ମହାଦେଶ ସହ ଋୁଷିଆ, ଆମେରିକା, ସାଇବେରିଆ, ଅଷ୍ଟ୍ରେଲିଆ ଓ ଇଉନାଇଟେଡ଼ କିଙ୍ଗଡ଼ମରୁ ମଧ୍ୟ ବିଦେଶୀ ପକ୍ଷୀ ଆସିଥିବା ସୂଚନା ରହିଛି । ଏଥର ଗ୍ଲାସି ଲିବିଶ, ଇଉରିସିଆନ ରିନେକ, ନବ ବିଲଡ ଡକ୍, ଗ୍ରୀନ ସେଣ୍ଡପାଇପର ଇତ୍ୟାଦି ପକ୍ଷୀ ଆସିଛନ୍ତି । ଏହା ସହ ଏଥର ୫୨ ହଜାର ଟଫଟେଡ଼ ଡକ୍ , ୪୯ ହଜାର ଲେଜର ହୁଇସିଲିଂ ଡକ୍ ଓ ୩୩ ହଜାର ରେଡ କ୍ରିଏଟେଡ଼ ପୋଚାର୍ଡ ଆସିଥିବା ସୂଚନା ରହିଛି ।

Also Read-Borewell Mishap: ଭୀମସାରରୁ ଡିସର୍ଚାଜ ହେବା ପରେ କେଉଁଠି ରହିବେ ‘ବିଜୟିନୀ’?