ବାରବାଟୀ ଷ୍ଟାଡିୟମ ଭଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

ଗତ ୨୪ ବର୍ଷରେ କ୍ରିକେଟ, ଫୁଟବଲ, ହକି ସମେତ ଅନ୍ୟାନ୍ୟ ଖେଳକୁଦରେ ‘ଫରଫର୍ମିଙ୍ଗ ରାଜ୍ୟରୁ ପାର୍ଟିସିପେଟିଙ୍ଗ ରାଜ୍ୟ’କୁ ପରିଣତ ହେବା ନବୀନ ସରକାରର ବଡ ବିଫଳତା । ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପାଇଁ ଆଜି ଓଡିଶାରେ କ୍ରିକେଟ ସମେତ ଫୁଟବଲ ଏବଂ ଅନ୍ୟ ଖେଳାଳୀଙ୍କ ମରୁଡି ସୃଷ୍ଟି ହୋଇଛି । ବିଜେଡି ସରକାର ଇଭେଣ୍ଟ୍ ମ୍ୟାନେଜମେଣ୍ଟ କମ୍ପାନୀ ଏବଂ ନବୀନ ପଟ୍ଟନାୟକ ଜଣେ ଠିକାଦାରମାନଙ୍କ ଶୁଭଚିନ୍ତକ । ନିର୍ବାଚନ, ଭୋଟ୍‌, ପ୍ରଚାର ଏବଂ ଘୋଷଣା ସର୍ବସ୍ୱ ବିଜେଡି ସରକାର ଠିକାଦାରମାନଙ୍କ ଜରିଆରେ ମୋଟା ପିସି ଆଦାୟ କରୁଛି । ବଡ ବଡ ପ୍ରକଳ୍ପ କରି ଅର୍ଥ ହରିଲୁଟ୍ ଯୋଜନା କରୁଛନ୍ତି ରାଜ୍ୟ ସରକାର ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ବାରବାଟୀ ଷ୍ଟାଡିୟମ ଭଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍

About the Author