forest staff died: ବନ କର୍ମଚାରୀମାନେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ରାତି ପ୍ରାୟ ୧୨ଟା ବେଳକୁ ଜବତ କରିଥିଲେ। ଏଥିସହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା। ଏହି ସମୟରେ ଶୋଷ ଲାଗିବାରୁ ଚଞ୍ଚଳ ମାଇତି ପାଣି ପିଇଥିବା ବେଳେ କିଛି ସମୟ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦେଖୁ ଦେଖୁ ଆଖି ପିଛୁଳାକେ ସେଠାରେ ହିଁ ଟଳି ପଡ଼ିଥିଲେ।
Trending Photos
ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗର ପାଟ୍ରୋଲିଂ ଟ୍ରଲର ଅଲିଭିଆର ଡ୍ରାଇଭର ଚଞ୍ଚଳ ମାଇତି(୫୬)ଙ୍କର ସମୁଦ୍ରରେ ମୃତ୍ୟୁ ଘଟିଛି। ଫରେଷ୍ଟ ଗାର୍ଡ ମଦନ ହାଁସଦାଙ୍କ ନେତୃତ୍ୱରେ କର୍ମଚାରୀମାନେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଗୋଟିଏ ଟ୍ରଲରକୁ ଜବତ କରି କୂଳକୁ ଫେରୁଥିବାବେଳେ ଡ୍ରାଇଭର ଚଞ୍ଚଳ ଛାତିରେ ଯନ୍ତ୍ରଣା ଅନୁଭବ କରି ପାଣି ପିଇଥିଲେ। ଏହାପରେ ସେହିଠାରେ ହିଁ ଟଳି ପଡ଼ିଥିଲେ।
ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ। ଗତ ରାତିରେ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ। ସେଠାରେ ବନ କର୍ମଚାରୀମାନେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ରାତି ପ୍ରାୟ ୧୨ଟା ବେଳକୁ ଜବତ କରିଥିଲେ। ଏଥିସହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା। ଏହି ସମୟରେ ଶୋଷ ଲାଗିବାରୁ ଚଞ୍ଚଳ ମାଇତି ପାଣି ପିଇଥିବା ବେଳେ କିଛି ସମୟ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦେଖୁ ଦେଖୁ ଆଖି ପିଛୁଳାକେ ସେଠାରେ ହିଁ ଟଳି ପଡ଼ିଥିଲେ।