କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ
Advertisement
Article Detail0/zeeodisha/odisha2364716

କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ

Cuttack: ଗତ ବୁଧବାର ୨ଟା ସମୟରେ କୌଣସି କାମରେ କାର୍‌ ନେଇ ଘରୁ ବାହାରିଥିଲେ। ତା’ପରେ ସେ ଘରକୁ ଫେରି ନଥିଲେ।

କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ, ଖୋଜୁଛି ଅଗ୍ନିଶମ ବିଭାଗ

କଟକ: କଟକ ତ୍ରିଶୁଳିଆ ବ୍ରିଜ୍‌ରୁ ପୁଣି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ଜଣକ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ। ସେ ବ୍ରିଜ ଉପରେ କାର ଓ ଚପଲ ଥୋଇ ବ୍ରିଜ ଉପରୁ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛ। ତୁଷାର ଭୁବନେଶ୍ୱରରେ ରହୁଥିଲେ। ଗତ ବୁଧବାର ୨ଟା ସମୟରେ କୌଣସି କାମରେ କାର୍‌ ନେଇ ଘରୁ ବାହାରିଥିଲେ। ତା’ପରେ ସେ ଘରକୁ ଫେରି ନଥିଲେ। ସେ ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

ଅନ୍ୟପଟେ ଆଜି ସକାଳେ ତୁଷାରଙ୍କ କାର୍ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ବାରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।