ସମ୍ବଲପୁରରେ ହେବ ଦ୍ୱିତୀୟ ଏମସ୍, ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା
Advertisement
Article Detail0/zeeodisha/odisha2420918

ସମ୍ବଲପୁରରେ ହେବ ଦ୍ୱିତୀୟ ଏମସ୍, ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା

Cm announcement: ପୂର୍ବରୁ ପ୍ରଚାର ସମୟରେ ମଧ୍ୟ ସମ୍ବଲପୁର ଏମପି ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ଭାଜପା ସରକାର ଆସିଲେ ଓଡିଶାର ଦ୍ବିତୀୟ ଏମସ୍ ସମ୍ବଲପୁର ଖୋଲିବ। 

ସମ୍ବଲପୁରରେ ହେବ ଦ୍ୱିତୀୟ ଏମସ୍, ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା

ସମ୍ବଲପୁର: ରାଜ୍ୟରେ ଆଉ ଏକ ଏମ୍ସ ହସ୍ପିଟାଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଏମସ୍ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି। ତେବେ କିଛିଦିନ ପୂର୍ବରୁ ସାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ମଧ୍ୟ ଏହି ସୂଚନା ଦେଇଥିଲେ। ସେ କହିଥିଲେ କି ରାଜ୍ୟରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସମ୍ବଲପୁରରେ ହେବ। ପୂର୍ବରୁ ପ୍ରଚାର ସମୟରେ ମଧ୍ୟ ସମ୍ବଲପୁର ଏମପି ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ଭାଜପା ସରକାର ଆସିଲେ ଓଡିଶାର ଦ୍ବିତୀୟ ଏମସ୍ ସମ୍ବଲପୁର ଖୋଲିବ। 

ଆଜି ନୂଆଁଖାଇ ଅବସରରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ଆଉ ଏକ ନୂଆ ଯୋଜନାର ମଧ୍ୟ ଘୋଷଣା କରିଛନ୍ତି । ତାହା ହେଲା ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲା ମାନଙ୍କ ଲାଗି କୃଷି ବିଦ୍ୟାନିଧି ଯୋଜନା।