Crime News: ଯୁବତୀଙ୍କୁ ଫସାଇ ଲୁଟ୍ କରୁଥିଲା ରସିକିଆ ଯୁବକ, ପ୍ରେମିକା ସାଜି ଧରିଲା ପୋଲିସ
Advertisement
Article Detail0/zeeodisha/odisha2366401

Crime News: ଯୁବତୀଙ୍କୁ ଫସାଇ ଲୁଟ୍ କରୁଥିଲା ରସିକିଆ ଯୁବକ, ପ୍ରେମିକା ସାଜି ଧରିଲା ପୋଲିସ

ଅଭିଯୁକ୍ତ ସତ୍ୟଜିତକୁ ଗିରଫ କରିବା ସମୟରେ ତାଠାରୁ ନଗଦ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା, ଗୋଟିଏ ବୋଲେନୋ କାର, ବୁଲେଟ୍, ବନ୍ଧୁକ ସହ ଗୁଳି, ୩ଟି ମୋବାଇଲ ଏବଂ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରିଛି ପୋଲିସ ।

Crime News: ଯୁବତୀଙ୍କୁ ଫସାଇ ଲୁଟ୍ କରୁଥିଲା ରସିକିଆ ଯୁବକ, ପ୍ରେମିକା ସାଜି ଧରିଲା ପୋଲିସ

Crime News: ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ମାଧ୍ୟମରେ ଯୁବତୀ ଏବଂ ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ସହ ଚାଟ୍ କରି ପ୍ରଥମେ ସମ୍ପର୍କ ଗଢିବା ପରେ ସେମାନଙ୍କଠାରୁ ଲୁଟ୍ କରୁଥିବା ଜଣେ ରସିକିଆ ପ୍ରେମିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତର ନାମ ସତ୍ୟଜିତ ମାନଗୋବିନ୍ଦ ସାମଲ ଏବଂ ତାଙ୍କ ବୟସ ୩୪। ସତ୍ୟଜିତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ବୋଲି ଜଣାପଡିଛି । କିନ୍ତୁ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ କିଛି ମାସ ଧରି ରହୁଥିଲେ। ଅଭିଯୁକ୍ତ ସତ୍ୟଜିତକୁ ଗିରଫ କରିବା ସମୟରେ ତାଠାରୁ ନଗଦ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା, ଗୋଟିଏ ବୋଲେନୋ କାର, ବୁଲେଟ୍, ବନ୍ଧୁକ ସହ ଗୁଳି, ୩ଟି ମୋବାଇଲ ଏବଂ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରିଛି ପୋଲିସ ।

ପୋଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ମୁତାବକ,  ଅଭିଯୁକ୍ତ ସତ୍ୟଜିତ ମାନଗୋବିନ୍ଦ ସାମଲ ନାମରେ କ୍ୟାପିଟାଲ ଥାନାରେ ୨ଜଣ ମହିଳା ୨ଟି ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମହିଳାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେବା ପରେ ଉଭୟ ମହିଳାଙ୍କଠାରୁ ଲୁଟ୍ କରିଥିଲା ଅଭିଯୁକ୍ତ । ଜଣେ ମହିଳାଙ୍କ ନିକଟରୁ ସେ ୩୬ ଲକ୍ଷ ଟଙ୍କା ଏବଂ ବୋଲେନୋ କାର ନେଇଥିବା ସମୟରେ ଅନ୍ୟ ମହିଳାଙ୍କ ନିକଟରୁ ୮ ଲକ୍ଷ ଟଙ୍କା ସହ ଗୋଟିଏ ବୁଲେଟ ନେଇଥିଲେ । ପୋଲିସ ଯାଞ୍ଚ କରିବା ପରେ ଜଣାପଡିଛି ଯେ, ମାଟ୍ରିମୋନିଆଲ ସାଇଟ୍‌ରେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ କରିଥିଲେ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଅନେକ ମହିଳାଙ୍କ ସହ ସଂପର୍କରେ ମଧ୍ୟ ଥିଲେ ସତ୍ୟଜିତ । ପୋଲିସ ତଦନ୍ତରୁ ଜଣାପଡିଛି ଯେ,  ଅନ୍ୟ ୨ ମହିଳାଙ୍କ ସହ ଅଭିଯୁକ୍ତ ସତ୍ୟଜିତ ବିବାହ ଏଗ୍ରିମେଣ୍ଟ କରି ବାହା ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ସେହି ମହିଳାଙ୍କ ମଧ୍ୟରୁ ଜଣଙ୍କର ଘର କୋଲାକାତା ହୋଇଥିବା ସମୟରେ  ଅନ୍ୟ ଜଣେ ଦିଲ୍ଲୀରେ ରୁହନ୍ତି । ଏଥିସହ ରାଜ୍ୟ ବାହାରର ଆହୁରି ଅନେକ ଯୁବତୀ ଏବଂ ମହିଳା ଅଭିଯୁକ୍ତ ସତ୍ୟଜିତ ଜାଲରେ ପଡିଥିବା ସନ୍ଦେହ କରାଯାଉଛି । ଖୁବଶୀଘ୍ର ତଦନ୍ତ ଦ୍ୱାରା ସେସବୁ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଠକେଇ କରିବା ପରେ ଅଭିଯୁକ୍ତ ସତ୍ୟଜିତ ଦୁବାଇ ପଳାଇଯାଉଥିଲେ । ସେହି ଟଙ୍କାରେ ଜୀବନକୁ ବେଶ୍ ଉପଭୋଗ କରୁଥିଲେ । ତେବେ ପୋଲିସ ପକ୍ଷରୁ ଏକ ଆଇଡି ଦ୍ୱାରା ସତ୍ୟଜିତଙ୍କ ସହ ଚାଟିଂ କରାଯିବା ପରେ ତାଙ୍କୁ ଧରିବାରେ ସଫଳତା ମିଳିଛି । ସୂଚନା ମିଳିଛି ଯେ, ସତ୍ୟଜିତ ମୋଟ ୫ଜଣ ମହିଳାଙ୍କୁ ବିବାହ କରିଛନ୍ତି ।

Also Read- Mercury Transit in Leo 2024: ଆଗାମୀ ୨ ମାସ ପର୍ଯ୍ୟନ୍ତ ୬ଟି ରାଶି ହେବେ ଧନବାନ !

Also Read- Lucky Zodiac Sign: ୩ ଅଗଷ୍ଟରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ