Advertisement
Article Detail0/zeeodisha/odisha2300184
Zee OdishaOdisha StateOdisha News: ଘୋଷ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

Odisha News: ଘୋଷ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

Odisha News: ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ମଙ୍ଗଳବାର ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାଇ ଛେଦନ କରାଯାଇ ଏକ ଶଗଡ଼ରେ ଲଦାଯାଇ ସେଥିରେ ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା।

Odisha News: ଘୋଷ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

Odisha News: ଘୋଷଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମଧ୍ୟରେ ଦଇତାପତି ପ୍ରବେଶ କରିଛନ୍ତି। ସ୍ନାନପୂର୍ଣ୍ଣମୀ ନୀତିକୁ ନଜରରେ ରଖି ଦଇତାପତି ସେବାୟତ ମାନେ ଆଜିଠାରୁ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ଆଜି ସନ୍ଧ୍ୟାଧୂପ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ। ତେବେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ମଙ୍ଗଳବାର ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାଇ ଛେଦନ କରାଯାଇ ଏକ ଶଗଡ଼ରେ ଲଦାଯାଇ ସେଥିରେ ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା।

ମଙ୍ଗଳବାର ରାତିରେ ଶ୍ରୀକ୍ଷେତ୍ରରେ ଶଗଡି଼ ପହଂଚିବା ପରେ ବଉଳକାଠକୁ ଦୋଳବେଦୀ କୋଣରେ ରଖାଯାଇଛି। ଏହି ବଉଳ କାଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ। ମହାପ୍ରଭୁଙ୍କ ପୃଷ୍ଠ ଦେଶରେ ସେନାପଟା ଓ ଶ୍ରୀଭୁଜରେ ବାହୁଟ ପାଟ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରି ବାନ୍ଧି ଦିଆଯିବ | ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପ ପହଣ୍ଡି ବାହୁଡା଼ ଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ସୁରକ୍ଷା ପ୍ରଦାନ କରିଥାଏ।

Add Zee News as a Preferred Source
About the Author