କୃଷିକ୍ଷେତ୍ର ପାଇଁ ଡ୍ରୋନ ଲୋକାର୍ପଣ କଲେ ଉପ-ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2419383

କୃଷିକ୍ଷେତ୍ର ପାଇଁ ଡ୍ରୋନ ଲୋକାର୍ପଣ କଲେ ଉପ-ମୁଖ୍ୟମନ୍ତ୍ରୀ

Odisha news: ଏହି ଡ୍ରୋନ୍ ମାଧ୍ୟମରେ ଜମିରେ ସାର ଓ ଔଷଧ ସଠିକ ଭାବରେ ବ୍ୟବହାର କରିହେବ।

କୃଷିକ୍ଷେତ୍ର ପାଇଁ ଡ୍ରୋନ ଲୋକାର୍ପଣ କଲେ ଉପ-ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ କୃଷିକ୍ଷେତ୍ର ପାଇଁ ଡ୍ରୋନ ଲୋକାର୍ପଣ କରାଯାଇଛି। ହାଉସରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ସର୍କିଟ ହାଉସ୍ ରେ 

ଦୁଇଟି ଡ୍ରୋନ ଲୋକାର୍ପଣ କରିଛନ୍ତି। ଏହି ଡ୍ରୋନ୍ ମାଧ୍ୟମରେ ଜମିରେ ସାର ଓ ଔଷଧ ସଠିକ ଭାବରେ ବ୍ୟବହାର କରିହେବ। ଆଉ ଶ୍ରମିକ ସମସ୍ୟା ରହିବ ନାହିଁ ଓ ଚାଷୀ ମାନଙ୍କୁ କୃଷି ଉପକରଣ ଯୋଗାଇ ଦିଆ ଯାଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଅନ୍ୟପଟେ ଆଜି ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ। ଭୁବନେଶ୍ଵର ମହାତ୍ମା ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚେତନତା ରଥକୁ ପତାକା ଦେଖାଇ ସିଗନାଲ ଦେଇଛନ୍ତି। ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ଏହି ସଚେତନତା ରଥ ବୁଲିବ। ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ।