Puri News: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ଖେଚୁଡ଼ି ଓ କାନିକା
Advertisement

Puri News: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ଖେଚୁଡ଼ି ଓ କାନିକା

Puri News: ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅର୍ପଣ ରଥରେ ସଂଗୃହୀତ ହୋଇଥିବା ଚାଉଳରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତମାନଙ୍କୁ ବଣ୍ଟାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୌଜନ୍ୟ-ସୋସିଆଲ ମିଡିଆ

ଖବର ଅନୁଯାୟୀ, ପ୍ରଥମେ ଅକ୍ଷତ ଚାଉଳର ମାନ ପରୀକ୍ଷା ପରେ ମହାପ୍ରସାଦ ପ୍ରସ୍ତୁତ ହେବ । ଭିତରଛ ମହାପାତ୍ର, ତଳୁଛମହାପାତ୍ର, ଚାଉଳ ବଛା ପରିଛା ଚାଉଳର ମାନ ପରୀକ୍ଷା କରି ରିପୋର୍ଟ ପ୍ରଦାନ କରିବେ । ତେବେ ପ୍ରାୟ 4 କେଜି ଚାଉଳକୁ ପରୀକ୍ଷାମୂଳକ ଭାବେ ଅନୁଧ୍ୟାନ କରାଯାଇଛି । ତେବେ ଆସନ୍ତା ରବିବାରଠାରୁ ଏଥିରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସିଂହଦ୍ବାର ବ୍ୟତୀତ ଅନ୍ୟ ତିନି ଦ୍ବାରରେ ଭକ୍ତମାନଙ୍କୁ ଅକ୍ଷତ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ କରାଯିବ । ସେପଟେ ପ୍ରତି ସାତ ଦିନରେ ଥରେ ଏହି ବଣ୍ଟନ ବ୍ୟବସ୍ଥାର ଯାଞ୍ଚ କରାଯିବା ସହ ଚାଉଳର ମାନ ନିର୍ଦ୍ଧାରଣ ପାଇଁ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି । ସୁଆର ମହାସୁଆର ନିଯୋଗ ସମ୍ପାଦକ, ସଭାପତି, ପୂର୍ବତନ ସଭାପତି ଓ ସମ୍ପାଦକ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି କମିଟିରେ ରହିବେ । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଅର କହିଛନ୍ତି,  ‘ବର୍ତ୍ତମାନ ସୁଦ୍ଧା 5 ହଜାର ପ୍ୟାକେଟ୍ ଚାଉଳ ଆସି ପଞ୍ଚିଛି ସାରିଲାଣି । ସମସ୍ତ ଚାଉଳକୁ ଶ୍ରୀଗୁଣ୍ତିଚା ମନ୍ଦିରରେ ରଖାଯାଇଛି । ଏହାର ତଦାରଖ ନେଇ କମିଟି ଗଠନ କରାଯାଇଛି ।  ଏଥିରେ ସୁଆର ମହାସୁଆର ନିଯୋଗର 5 ଜଣ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି’ ।

ଏହା ବି ପଢନ୍ତୁ- World Odia Language Conference: ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଏହା ବି ପଢନ୍ତୁ-Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି, ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି