Director Sudhakar Vasant: ପଛପଟୁ ପିଟିଲା ଟ୍ରକ, ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
Advertisement
Article Detail0/zeeodisha/odisha2069882

Director Sudhakar Vasant: ପଛପଟୁ ପିଟିଲା ଟ୍ରକ, ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

Director Sudhakar Vasant: କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ(Director Sudhakar Vasant) ଗୁରୁତର। କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି। କେବଳ ନିର୍ଦ୍ଦେଶକ ସୁଧାକର ବସନ୍ତ ନୁହଁନ୍ତି କାର୍ ଚଲାଉଥିବା ତାଙ୍କ ଡ୍ରାଇଭଲ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି।

Director Sudhakar Vasant: ପଛପଟୁ ପିଟିଲା ଟ୍ରକ, ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

Director Sudhakar Vasant: କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ(Director Sudhakar Vasant) ଗୁରୁତର। କଟକ ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି। କେବଳ ନିର୍ଦ୍ଦେଶକ ସୁଧାକର ବସନ୍ତ ନୁହଁନ୍ତି କାର୍ ଚଲାଉଥିବା ତାଙ୍କ ଡ୍ରାଇଭଲ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ବାର(Chaudwar) ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ କାରଟି ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ସୁଧାକରଙ୍କ କାରକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ତାଙ୍କ ଗାଡିଟି ପୂରା ଭାଙ୍ଗି ଯାଇଛି । କାର ଭିତରେ ଦୁଇ ଜଣ ଫସିଯାଇଥିଲେ । ନିକଟରେ ଥିବା ଲୋକେ କାରକୁ କାଟି ଭିତରୁ ଦୁଇ ଜଣଙ୍କୁ ବାହାର କରିବାକୁ ପଡ଼ିଥିଲା। ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏସସିବି(SCB) ମେଡିକାଲରେ ଭର୍ତ୍ତି କରାଯାଇଛି ।କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି।ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ସୂଚନା ମିଳି ପାରି ନାହିଁ।