ଏତିକି ଦିନ ମଧ୍ୟରେ କରନ୍ତୁ BSKY ପଞ୍ଜିକରଣ, ୧୦ଦିନ ଖୋଲା ରହିବ ପୋର୍ଟାଲ୍
Advertisement
Article Detail0/zeeodisha/odisha2039257

ଏତିକି ଦିନ ମଧ୍ୟରେ କରନ୍ତୁ BSKY ପଞ୍ଜିକରଣ, ୧୦ଦିନ ଖୋଲା ରହିବ ପୋର୍ଟାଲ୍

BSKY Card: ମାତ୍ର ୧୦ ଦିନର ସମୟସୀମା ସହ ଜାନୁଆରୀ ୬ରୁ ୧୬ ତାରିଖ ମଧ୍ୟରେ ଆପଣ BSKY କାର୍ଡ ପାଇଁ ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ ।

ଏତିକି ଦିନ ମଧ୍ୟରେ କରନ୍ତୁ BSKY ପଞ୍ଜିକରଣ, ୧୦ଦିନ ଖୋଲା ରହିବ ପୋର୍ଟାଲ୍

ଭୁବନେଶ୍ୱର: ବିଏସକେୱାଇ (BSKY) ନବୀନ କାର୍ଡ ନିମନ୍ତେ ପଞ୍ଜିକରଣ କରିବା ପାଇଁ ତାରିଖ ସ୍ଥିତ ହୋଇଛି । ମାତ୍ର ୧୦ ଦିନର ସମୟସୀମା ସହ ଜାନୁଆରୀ ୬ରୁ ୧୬ ତାରିଖ ମଧ୍ୟରେ ଆପଣ BSKY କାର୍ଡ ପାଇଁ ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ । ଯେଉଁମାନେ ପୂର୍ବରୁ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ସେମାନେ ଉକ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜିକରଣ କରାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ଏଥିପାଇଁ ପ୍ରତ୍ୟକ ଗାଁ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରାଯିବ । ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟକ ଜିଲ୍ଲାକୁ ୧ଲକ୍ଷ ଟଙ୍କା ଖର୍ଚ୍ଚ ହିସାବରେ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଏ ସମ୍ପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି ।

ତେବେ ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଯେଉଁମାନେ ସରକାରୀ ଚାକିରି କରୁଛନ୍ତି କିମ୍ୱା ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ସେମାନେ ଏଥିନେଇ ଯୋଗ୍ୟ ବିବେଚିତ ହେବେନାହିଁ । ଏଥି ସହିତ ଯେଉଁମାନେ ଇନକମ ଟ୍ୟକ୍ସ ଦେଉଛନ୍ତି ସେମାନେ ମଧ୍ୟ ଏଥିପାଇଁ ଅଯୋଗ୍ୟ ବିବେଚିତ ହେବେ । ଏହା ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ଲୋକମାନେ BSKY କାର୍ଡର ଲାଭ ଉଠାଇ ପାରିବେ । ଏହି କାର୍ଡ ସାହାଯ୍ୟରେ ଆପଣ ବର୍ଷକୁ ୫ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ପାଇପାରିବେ । କେବଳ ସେତିକି ନୁହେଁ, ମହିଳାଙ୍କ କ୍ଷେତ୍ରରେ ଏହା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ସୁବିଧା ରହିଛି । ବର୍ତ୍ତମାନ ଯେଉଁମାନେ କାର୍ଡ ପାଇଁ ଆବେଦନ କରିବେ ସେମାନେ ୨୦୨୪ ମେ ୧ରୁ ଏହାର ସୁବିଧା ପାଇପାରିବେ । ସରକାରୀ ୱେବସାଇଟ୍ www.bskynabin.odisha.gov.in ମାଧ୍ୟମରେ ଆପଣ ଲଗଇନ କରି ଆବେଦନ କରିପାରିବେ ।

Also Read- ନୂଆ ବର୍ଷରେ ସଚିନଙ୍କ ଖୁସି, ମାଆ ହେବେ ସୀମା ହାଇଦର !

Also Read- ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ