Odisha News: ଆଜି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ
Advertisement
Article Detail0/zeeodisha/odisha2401800

Odisha News: ଆଜି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ

Odisha News: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ସେ ଗସ୍ତ ସମୟରେ ଅନେକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି ।

Odisha News: ଆଜି ଓଡ଼ିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ

Odisha News: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ସେ ଗସ୍ତ ସମୟରେ ଅନେକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ ନବୀନ ଆଜି ରାତି ପାଖାପାଖି ୮ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ସେ ପୁରୀ ଅଭିମୁଖେ ଗସ୍ତ କରିବେ । 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ALSO READ: Weather Update: ୨୯ରେ ଆଉ ଏକ ଲଘୁଚାପ

ଅଗଷ୍ଟ ୨୮କୁ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବେ । ଅଗଷ୍ଟ ୨୯ରେ ପୁରୀରୁ ଭୁବନେଶ୍ୱର ଫେରି ଇଡି କାର୍ଯ୍ୟାଳୟରେ ହେବାକୁ ଥିବା ଏକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ । ଏହି ଦିନ ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୩ଟାରେ ଦିଲ୍ଲୀ ଫେରିଯିବେ । ତେବେ, ଇଡ଼ ମୁଖ୍ୟଙ୍କ ଓଡି଼ଶା ଗସ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି।