Advertisement
Article Detail0/zeeodisha/odisha2272666
Zee OdishaOdisha StateOdisha News: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୟଭଙ୍କର ଅଗ୍ନିକାଣ୍ଡ

Odisha News: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୟଭଙ୍କର ଅଗ୍ନିକାଣ୍ଡ

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ଜଳିଗଲା କୁଇଣ୍ଟାଲ କୁଇଣ୍ଟାଲ କେବଲ୍। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି ପାଖକୁ ଯିବାକୁ ଭୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ନାକଚଣା ଦ୍ୱାର ସମ୍ମୁଖ ଗଛ ଓ ଅନ୍ଯାନ୍ଯ ଜିନିଷ ଜଳିଯାଇଛି। ତେବେ ଆଜି ନିମାପଡା ଓ କା

Odisha News: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୟଭଙ୍କର ଅଗ୍ନିକାଣ୍ଡ

Odisha News: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ଜଳିଗଲା କୁଇଣ୍ଟାଲ କୁଇଣ୍ଟାଲ କେବଲ୍। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି ପାଖକୁ ଯିବାକୁ ଭୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ନାକଚଣା ଦ୍ୱାର ସମ୍ମୁଖ ଗଛ ଓ ଅନ୍ଯାନ୍ଯ ଜିନିଷ ଜଳିଯାଇଛି। ତେବେ ଆଜି ନିମାପଡା ଓ କାକଟପୁରରେ ନିର୍ବାଚନ ଥିବାରୁ ଏସପି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯାଉଥିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିଥିଲା। ଫଳରେ ସେ ତୁରନ୍ତ ଦମକଳ ଅଫିସକୁ ଫୋନ୍ କରିଥିଲେ। ଦମକଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ତେବେ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଓ ପାଚେରୀ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ଧୁଆଁ ଓ ତାତିରେ କଳା ପଡିଯାଇଛି। ତେବେ ଏଠାରେ କିଭଳି ନିଆଁ ଲାଗିଲା ଓ କିଏ ଲଗାଇଲା ତାହା ଜଣାପଡିନାହିଁ।

ସେପଟେ ଗତ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ନୀତିରେ ଶ୍ରୀଜିଉମାନେ ଚାପ ଖେଳୁଥିବା ବେଳେ ଦେବୀଘାଟ ନିକଟ ଦଶତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି 286/324/326/304/34 ଦଫା ଲଗାଇ ତଦନ୍ତ କରୁଛି ପୁଲିସ। ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।ରେନ୍ଦ୍ର ପୋଖରୀର ଭଉଁରୀ ଯାତରେ ସାକ୍ଷୀ ହେବା ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବାଣ ବିସ୍ଫୋରଣ ଘଟିବାରୁ ଏଥିରେ ଅନେକ ଲୋକ ଆହତ ହୋଇଥିଲେ।

Add Zee News as a Preferred Source
About the Author